• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୈତୃକ ଘରର ଚାବି ହସ୍ତାନ୍ତର କରନ୍ତୁ ବର୍ଷା; କୋର୍ଟରେ ପିଟିସନ ଦାଖଲ କଲେ ଅନୁଭବ, ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ

ପୈତୃକ ଘରର ଚାବି ହସ୍ତାନ୍ତର କରନ୍ତୁ ବର୍ଷା; କୋର୍ଟରେ ପିଟିସନ ଦାଖଲ କଲେ ଅନୁଭବ, ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ

ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଏହି ମାମଲାରେ ପୂର୍ବରୁ ଅନୁଭବଙ୍କୁ ଜେରା ଶେଷ ହୋଇଯାଇଥିବା ବେଳେ ଏହି କ୍ରମରେ ଏବେ ବର୍ଷାଙ୍କ ପାଳି ପଡ଼ିବାକୁ ଯାଉଛି ।

ପୈତୃକ ଘରର ଚାବି ହସ୍ତାନ୍ତର କରନ୍ତୁ ବର୍ଷା; କୋର୍ଟରେ ପିଟିସନ ଦାଖଲ କଲେ ଅନୁଭବ, ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ

ପୈତୃକ ଘରର ଚାବି ହସ୍ତାନ୍ତର କରନ୍ତୁ ବର୍ଷା; କୋର୍ଟରେ ପିଟିସନ ଦାଖଲ କଲେ ଅନୁଭବ, ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ପରିବାର ଅଦାଲତରେ ଚାଲିଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆସନ୍ତା ୧୭ ତାରିଖ ଦିନ ବର୍ଷାଙ୍କୁ ଜେରା କରାଯିବ । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଏହି ମାମଲାରେ ପୂର୍ବରୁ ଅନୁଭବଙ୍କୁ ଜେରା ଶେଷ ହୋଇଯାଇଥିବା ବେଳେ ଏହି କ୍ରମରେ ଏବେ ବର୍ଷାଙ୍କ ପାଳି ପଡ଼ିବାକୁ ଯାଉଛି ।

ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହେଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହା ସମ୍ଭବପର ହୋଇପାରି ନଥିଲା । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିଲା । ଏନେଇ ଅନୁଭବଙ୍କ ପକ୍ଷ କୋର୍ଟଙ୍କୁ ଅବଗତ କରାଇବା ପରେ ସେହି ସମସ୍ତ ଦସ୍ତାବିଜର ସାର୍ଟିଫାଏଡ କପି ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସେହି ଦିନ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ।

ସେପଟେ ବର୍ଷା ଗତ ମାସ ୩୦ ତାରିଖରୁ ଅନୁଭବଙ୍କ ନନ୍ଦିସାହି ସ୍ଥିତ ପୈତୃକ ଘର ଛାଡ଼ି ଚାଲିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇନଗତ ଭାବେ ଅନୁଭବ କିମ୍ବା ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇନାହାଁନ୍ତି । ଫଳସ୍ବରୂପ ଏହି ପ୍ରସଙ୍ଗକୁ କୋର୍ଟରେ ଉଠାଇଛନ୍ତି ଅନୁଭବ । କଟକ ଏସଡିଜେଏମ କୋର୍ଟରେ ଅନୁଭବ ଏକ ପିଟିସନ ଦାଖଲ କରି ବର୍ଷା ରହିଆସୁଥିବା ନିଜ ପୈତୃକ ଘରର ଚାବି ହସ୍ତାନ୍ତରିତ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି । ଏହା ବ୍ୟତୀତ ପୁରୀଘାଟ ଥାନା ଅଧିକାରୀଙ୍କୁ ସେହି ଘର ସ୍ଥିତି ଜାଞ୍ଚ କରିବା ପାଇଁ ମଧ୍ୟ ପିଟିସନରେ ଉଲ୍ଲେଖ ରହିଛି ।

ବିବାହ ବିଚ୍ଛେଦ ମାମଲାର ଶୁଣାଣି କରିବା ପୂର୍ବରୁ କଟକ ପରିବାର ଅଦାଲତ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେ ମଧ୍ୟସ୍ଥତା ଚାହୁଁନଥିବା କହି ଅନୁଭବ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏମିତିକି ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ସେ ଉଲ୍ଲେଖ କରିଥିଲେ । ଏହି କ୍ରମରେ ବର୍ଷା କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିବା ସହ କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ ।
Published by:Soubhagya Mishra
First published: