ଅନୁଭବ-ବର୍ଷା ବିବାଦ: ‘ଷଡ଼ଯନ୍ତ୍ର’ ପାଇଁ ପ୍ରଥମ ଥର ଲାଗି ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କଲେ ଅନୁଭବ

ଡିଜିପିଙ୍କୁ ଲେଖିଥିବା ଏକ ଚିଠିରେ ବୈଜୟନ୍ତ ପଣ୍ଡାଙ୍କ ସମ୍ପୃକ୍ତି ଆଡ଼େ ଇଙ୍ଗିତ କରିଛନ୍ତି ଅନୁଭବ । ବର୍ଷାଙ୍କ ଏତାଲା ପରେ ରୁଜୁ ହୋଇଥିବା କେସରେ ପୋଲିସ ଅନୁଭବଙ୍କୁ ଗିରଫ କରିପାରେ କିମ୍ବା ନୋଟିସ କରି ଛାଡ଼ି ଦେଇପାରେ ବୋଲି କହିଛନ୍ତି ଆଇନ ବିଷାରଦମାନେ ।

ଅନୁଭବ-ବର୍ଷା ବିବାଦ: ‘ଷଡ଼ଯନ୍ତ୍ର’ ପାଇଁ ପ୍ରଥମ ଥର ଲାଗି ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କଲେ ଅନୁଭବ
ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ; (ଡାହାଣ) ବୈଜୟନ୍ତ ପଣ୍ଡା (ଫାଇଲ୍ ଫଟୋ)
  • News18 Odia
  • Last Updated: December 20, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କେନ୍ଦ୍ରାପଡ଼ା ସାଂସଦ ଅନଭୁବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଅଦାଲତରେ ଜାରି ରହିଥିବା ବେଳେ ଅଦାଲତ ବାହାରେ ଏହି ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏକ ନୂଆ ଘଟଣା କ୍ରମରେ ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି । ଏହାରି ଭିତରେ ପ୍ରଥମ ଥର ଲାଗି ତାଙ୍କ ବିରୋଧରେ ହୋଇଥିବା ‘‘ଷଡ଼ଯନ୍ତ୍ର’’ ପଛରେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଥିବା କହିଛନ୍ତି ଅନୁଭବ ।

ନିଜ ପତ୍ନୀ ବର୍ଷାଙ୍କ ବିରୁଦ୍ଧରେ ଫେରାଦ ହୋଇ ରାଜ୍ୟ ଡିଜିପି ଅଭୟଙ୍କୁ ଏକ ଚିଠି ଲେଖିଛନ୍ତି ଅନୁଭବ । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡ଼ିଓ କ୍ଲିପକୁ ନେଇ ସେ ନିଜ ଲେଟରପ୍ୟାଡରେ ଏହି ଚିଠି ଲେଖିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ନାଁ ନ ନେଇ ଏକ ଜାତୀୟ ଦଳର ଯେଉଁ ରାଷ୍ଟୀୟ ଉପସଭାପତିଙ୍କୁ ସେ ୨୦୧୯ ନିର୍ବାଚନରେ ଲକ୍ଷାଧିକ ଭୋଟରେ ହରାଇଥିଲେ ସେ ତାଙ୍କ ବିରୋଧରେ ହୋଇଥିବା ‘‘ଷଡ଼ଯନ୍ତ୍ରରେ ଆର୍ଥିକ ସହାୟତା’’ ପ୍ରଦାନ କରୁଥାଇପାରନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅନୁଭବ ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

‘‘୨୦୧୯ ସାଧାରଣ ନିର୍ବାଚନରେ ଏକ ଜାତୀୟ ଦଳର ରାଷ୍ଟୀୟ ଉପସଭାପତିଙ୍କୁ ଲକ୍ଷ ଲକ୍ଷ ଭୋଟରେ ହରାଇ ମୁଁ ଦେଶର ଅନ୍ୟତମ ଗୌରବଶାଳୀ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରୁ ଜିତିଥିଲି । ମୋ’ର ଆଶଙ୍କା ଯେ ଏହି ସାଙ୍ଘାତିକ ଷଡ଼ଯନ୍ତ୍ରରେ ସେ ସାମିଲ୍‌ ଥାଇପାରନ୍ତି ଓ ମୋ’ର ମାନ ହାନି କରିବାକୁ ବା ମୋତେ ନଷ୍ଟ କରିଦେବାକୁ ସେ ଷଡ଼ଯନ୍ତ୍ରକାରୀମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି,’’ ଶନିବାର ଦିନ ଡିଜିପିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଅନୁଭବ ମହାନ୍ତି । ଏ ସଂକ୍ରାନ୍ତରେ ବୈଜୟନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇ ପାରିନାହିଁ ଓ ତାଙ୍କ ତରଫରୁ କୌଣସି ବିବୃତି ଏ ପର୍ଯ୍ୟନ୍ତ ଆସି ନାହିଁ ।

ଅନୁଭବ ଓଡ଼ିଶା ଡିଜିପି ଅଭୟଙ୍କୁ (ଫଟୋରେ) ଏକ ଚିଠି ଲେଖିଛନ୍ତି ।


ନିଜ ଚିଠିରେ ଅନୁଭବ ଉଲ୍ଲେଖ କରିଛନ୍ତି ଯେ ଗତ ମାସରେ ଭାଇରାଲ ହୋଇଥିବା ଏକ ଅଡ଼ିଓ କ୍ଲିପରେ ବର୍ଷା ପ୍ରୀୟଦର୍ଶିନୀ ଓ ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରେ ବର୍ତ୍ତାଳାପ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ କୁହଯାଇଥିଲା । ଏହା ଏକ ଆପରାଧିକ ଷଡ଼ଯନ୍ତ୍ରର ପରିଣାମ ବୋଲି ଦର୍ଶାଇଛନ୍ତି ଅନୁଭବ ଓ ଡିଜିପିଙ୍କୁ ଅନୁରୋଧ କରିଛନ୍ତି ଯେ ସେହି ଟେଲିଫୋନିକ୍ ବାର୍ତ୍ତାଳାପର ତଦନ୍ତ କରି ଏହା ତାଙ୍କ ପତ୍ନୀ ଓ ଭଉଣୀମାନଙ୍କର କି ନୁହେଁ ତାହା ନିଶ୍ଚିତ କରିବା ଉଚିତ । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ଅନୁଭବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ବି ପଢ଼ନ୍ତୁ | ମା ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ଅନୁଭବ ଓ ତାଙ୍କ ଘରେ କାମ କରୁଥିବା ତାଙ୍କର ଦୁଇ ଜଣ ହସଯୋଗୀଙ୍କ ନାଁରେ ବର୍ଷା ସାଙ୍ଘାତିକ ଅଭିଯୋଗ ଆଣିବା ପରେ ପୋଲିସ ତିନି ଜଣଙ୍କ ନାଁରେ ଆଇପିସି ଧାରା ୪୯୮(କ) (ମହିଳାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା), ୩୪୧ (ବେଆଇନ ଭାବେ ଅଟକ ରଖିବା) ଓ ୫୦୬ (ହତ୍ୟା ଧମକ ଦେବା) ଭଳି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଛି ।

ଶନିବାର ଦିନ ବର୍ଷା ପୁରୀଘାଟ ଥାନାରେ ଦାୟର କରିଥିବା ଏତାଲାରେ ଉଲ୍ଲେଖ କରିଥିଲେ ଯେ ଶୁକ୍ରବାର ଦିନ ସେ କୌଣସି କାମ ବାହରକୁ ଯାଇ ଘରକୁ ଫେରିବା ବେଳକୁ ରାତି ହୋଇଯାଇଥିଲା । ସେ ଘରକୁ ଫେରିବା ପରେ ତାଙ୍କ ରୁମରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଅନୁଭବ ସେହି ରୁମରେ ତାଲା ପକାଇବା ସହ ତାଙ୍କୁ ସେହି ଘରେ ବର୍ଷା ପକାଇଥିବା ତାଲା ଡୁପ୍ଲିକେଟ ଚାବି ଦେବା ପାଇଁ କହିଥିଲେ, କିନ୍ତୁ ଏଥିରେ ସେ ଅରାଜି ହେବାରୁ ସେ ନିଜେ ପକାଇଥିବା ତାଲା ଖୋଲି ନ ଥିଲେ ବୋଲି ବର୍ଷା ଅଭିଯୋଗ କରିଥିଲେ । ଏପରିକି ତାଙ୍କ ସହ ଅନୁଭବ ଗାଳିଗୁଲୋଜ ମଧ୍ୟ କରିଥିବା ସେ ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ ନିଜ ଦୁଃଖ କହିଲେ

ବର୍ଷା କହିଥିଲେ ଯେ ଏହା ଫଳରେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ସେ କାକରରେ ଘର ବାହାରେ ଛିଡ଼ା ହୋଇ ରହିଥିଲେ ଓ ସ୍ଥାନୀୟ ଲୋକଙ୍କ ଆଗରେ ତାଙ୍କୁ ହିନସ୍ତା ହେବାକୁ ପଡ଼ିଥିଲା । ବର୍ଷା କହିଥିଲେ ଯେ ସେ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ସେହି ଘରେ ରହୁଥିବା ସତ୍ତ୍ୱେ ଅନୁଭବ ତାଙ୍କୁ ସେଠାରେ ରହିବାରେ ବାଧା ଦେଉଛନ୍ତି । ବର୍ଷା ଥାନାରେ ଲିଖିତ ଅଭିଯୋଗ କରିବା ସହ କଟକ ଡିସିପିଙ୍କୁ ମଧ୍ୟ ଦେଖା କରି ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ପାଇବା ପରେ ପ୍ରଥମ ଥର ଲାଗି ସାଂସଦଙ୍କ ଘରେ ପଶିଥିଲା ଏତ ପୋଲିସ ଟିମ ଓ ଅନୁଭବଙ୍କ ସହ ବର୍ଷାଙ୍କୁ ପଚରା ଉଚରା କରିଥିଲା । ରବିବାର ଦିନ ବର୍ଷାଙ୍କ ଏତାଲାକୁ ଭିତ୍ତି କରି ଏକ ମକଦ୍ଦମା ରୁଜୁ କରିଛି ପୋଲିସ ।

‘‘ଆମକୁ ଏ ସଂକ୍ରାନ୍ତରେ ଗୋଟିଏ ଅଭିଯୋଗ ଆସିଥିଲା । ଆମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛୁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।



ଏହି ପ୍ରସଙ୍ଗରେ ଆଇନଗତ ଦିଗକୁ ନେଇ ହାଇ କୋର୍ଟର ଆଇନଜୀବୀ ଅରୁଣ ବୁଦ୍ଧିଆ ଅନୁଭବଙ୍କ ଅଡ଼ୁଆ ବଢିପାରେ ବୋଲି ମତ ଦେଇଛନ୍ତି । ‘‘ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ରୁଜୁ କରିଥିବା ମାମଲାରେ ଲାଗିଥିବା ୪୯୮(କ) ଏବଂ ୫୦୬ ଦୁଇଟି ଯାକ ଦାଫା ଜାମିନବିହୀନ । ଏହି ମାମଲାରେ ପୋଲିସ ଅନୁଭବଙ୍କୁ ଗିରଫ କରିପାରେ କିମ୍ବା ନୋଟିସ କରି ଛାଡ଼ି ଦେଇପାରେ । କିନ୍ତୁ ଯେହେତୁ ବର୍ଷା ଅନୁଭବଙ୍କ ବିରୁଦ୍ଧରେ ଦାୟର କରିଥିବା ଘରୋଇ ହିଂସା ମାମଲାଟି ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହଛି, ପୋଲିସ ଏ ସଂକ୍ରାନ୍ତରେ କୋର୍ଟଙ୍କୁ ଅବଗତ କରାଇବା ପରେ ଏହା ଅନୁଭବଙ୍କ ପାଇଁ କ୍ଷତିକାରକ ହୋଇପାରେ ।’’
Published by: Anand Shankar Thankur Das
First published: December 20, 2020, 11:58 PM IST
corona virus btn
corona virus btn
Loading