ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା; ମିଥ୍ୟା ତଥ୍ୟ ନ ଦେବାକୁ ବର୍ଷାଙ୍କ ସତ୍ୟପାଠରେ ଦାଖଲ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା, ମିଥ୍ୟା ତଥ୍ୟ ନ ଦେବାକୁ ବର୍ଷାଙ୍କ ସତ୍ୟପାଠରେ ଦାଖଲ କରିଛନ୍ତି ।

ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା; ମିଥ୍ୟା ତଥ୍ୟ ନ ଦେବାକୁ ବର୍ଷାଙ୍କ ସତ୍ୟପାଠରେ ଦାଖଲ

ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା; ମିଥ୍ୟା ତଥ୍ୟ ନ ଦେବାକୁ ବର୍ଷାଙ୍କ ସତ୍ୟପାଠରେ ଦାଖଲ

  • News18 Odia
  • Last Updated :
  • Share this:
News 18 Odia Digital

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା, ମିଥ୍ୟା ତଥ୍ୟ ନ ଦେବାକୁ ବର୍ଷାଙ୍କ ସତ୍ୟପାଠରେ ଦାଖଲ କରିଛନ୍ତି । ବିଚାର ପ୍ରକ୍ରିୟାରେ ସହଯୋଗ କରିବାକୁ ଓ ଅଯଥା ସମୟ ନ ନେବାକୁ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ତେବେ ଅଦାଲତରେ ହାଜର ହେବା ପରେ ଉଭୟଙ୍କ ସହ ଆଲୋଚନା କରିବାକୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । କୋର୍ଟରେ ନିଜର ଅନ୍ୟକାମ ସାରିଲା ପରେ ଆଲୋଚନା କରିଥିଲେ ଜଜ୍। ତେବେ ମଧ୍ୟସ୍ଥତାର କୌଣସି ଫଳାଫଳ ସ୍ପଷ୍ଟ ହୋଇନି।

ସୂଚନା ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଷ୍ଟାର ଦମ୍ପତ୍ତି ପରିବାର ଅଦାଲତରେ ହାଜର ହୋଇଥିଲେ । ପୂର୍ବ ନିର୍ଦ୍ଦେଶ ଅନୁସାରେ ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ ମଧ୍ୟ କାଟିଥିଲେ । ପରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ହେଲେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଚଳିତ ମାସ ୯ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଉଭୟ ଆଜି ହାଜର ହୋଇଥିଲେ ।

ଏନେଇ ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, ଅପରାହ୍ନ ୨ଟାରେ ମଧ୍ୟସ୍ଥତା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୪ଟାରେ ସରିଥିଲା । କୋର୍ଟ ନିର୍ଦ୍ଦେଶନାମା ଆସିବା ପରେ ଏ ବାବଦରେ କ’ଣ ନିଷ୍ପତ୍ତି ହୋଇଛି କୁହାଯାଇପାରିବ । ସେପଟେ ଅନୁଭବଙ୍କ ଓକିଲ ଲଲିତେନ୍ଦୁ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି , ୪ ଗୋଟି ପଏଣ୍ଟରେ ବର୍ଷା ପ୍ରିୟଦର୍ଶନୀଙ୍କୁ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଥିଲେ । ଆସନ୍ତା ପିଟିସନରେ କୋର୍ଟରେ ଉଭୟଙ୍କୁ ଏନେଇ ଜେରା କରାଯିବ ।
Published by:Soubhagya Mishra
First published: