News 18 Odia Digital
ପୁରୀ; କଲେଜ ହେଉ ରାଗିଂ ମୁକ୍ତ । ଏଭଳି ଚିନ୍ତା ଧାରା ରଖି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଗିଂରେ ଛାତ୍ରଛାତ୍ରୀ ଲିପ୍ତ ନରହିବା ପାଇଁ ସଚେତନ କରାଇଥିଲେ ।

କଲେଜକୁ ପଢିବାକୁ ଆସୁଥିବା ନୂତନ ଛାତ୍ରଛାତ୍ରୀଙ୍କୁ ତାଙ୍କ ସିନିୟର୍ ମାନେ ବନ୍ଧୁତା ରଖିବା ସହ ବିଭିନ୍ନ ସମସ୍ୟା ସମାଧାନ କରିବା ଉଚିତ୍ ବୋଲି ପୁରୀ ଏସପି ପରାମର୍ଶ ଦେଇଥିଲେ । ସେହିପରି ରାଗିଂ ଦ୍ବାରା ଛାତ୍ରଛାତ୍ରୀଙ୍କ କ୍ୟାରିଅର, ମାନସିକ ଉପରେ କଣ ପ୍ରଭାବ ପଡେ, ରାଗିଂ କଲେ ଆଇନ ଅନୁଯାୟୀ କିଭଳି କାର୍ଯ୍ୟନୁଷ୍ଠାନ ହେବ ସେ ନେଇ ମଧ୍ୟ ପୁରୀ ଏସପି ସଚେତନ କରାଇଥିଲେ । ସୁପ୍ରିମକୋର୍ଟ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂକୁ ନିଷେଧ କରିଥିବା ବେଳେ ଏହାକୁ ଖିଲାପ କଲେ ଆଇନ ଅନୁଯାୟୀ ପୋଲିସ୍ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଣୁ ପୁରୀ ଏସପି ନିଜେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଆଣ୍ଟି ରାଗିଂ ଆୱରନେସ୍ କରାଉଛନ୍ତି । ଏହା ଦ୍ବାରା ଛାତ୍ରଛାତ୍ରୀ ସଚେତନ ହେବେ ବୋଲି ପୁରୀ ଏସପି ଆଶା ରଖିଛନ୍ତି।
ସେପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକ ରାଗିଂ ମୁକ୍ତ ହେବା ଉଚିତ୍ ବୋଲି ଛାତ୍ରଛାତ୍ରୀ କହଛନ୍ତି । ଏହା ଏକ ଖରାପ ପରମ୍ପରା ବୋଲି ସଚେତନ ଛାତ୍ରଛାତ୍ରୀ କହିନ୍ତି। ଗୋପ ବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି କଲେଜ୍ ରାଗିଂ ରୋକିବାକୁ କମିଟି ରହିଛି । ଛାତ୍ରଛାତ୍ରୀଙ୍କୁ ସବୁବେଳେ ସଚେତନ ମଧ୍ୟ କରାଯାଉଛି । ଏକ ଉତ୍ତମ ବାତାବରଣ ମଧ୍ୟରେ ପାଠ ପଢିବା ଏବଂ ନିଜ ମହାବିଦ୍ୟାଳୟକୁ କିପରି ରାଗିଂ ଫ୍ରି କ୍ୟାମ୍ପସରେ ପରିଣତ କରିବା ସେନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ ପୁରୀ ଏସ୍ପି ଡ. କେ ଵିଶାଲ ସିଂ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ରାଗିଂର ଶିକାର ହୋଇ ଆତ୍ମହତ୍ୟା ଏବଂ ମାନସିକ ଭାରାକ୍ରାନ୍ତ ରହୁଥିବା ବେଳେ ସେପରି ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖିହେବ ଏବଂ ଏହା ପ୍ରତି ଆଇନଗତ ସହାୟତା କିପରି ନେଇ ପାରିବେ ସେନେଇ ପୁରୀ ଏସ୍ପି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟମାନଙ୍କରେ ରାଗିଂକୁ ବ୍ୟାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଏହା ପ୍ରତି ସଚେତନ ହେବା ସହ ନିଜ ଜୁନିଅରମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବା ଏବଂ ମହାବିଦ୍ୟାଳୟ ଗୁଡିକ କିପରି ରାଗିଂ ମୁକ୍ତ ପରିବେଶ ସୃଷ୍ଟି କରାଯାଇ ପାରିବ ସେନେଇ ପୁରୀ ପୋଲିସ ପକ୍ଷରୁ ଏହି ଆଣ୍ଟି ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।