News 18 Odia Digital
ଭୁବନେଶ୍ୱର-: ରାଜ୍ୟ ରାଜଧାନୀରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା । ପାହାଳ ଥାନା ଅଟଳାରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଘଟଣା । ମୃତକ ହେଲେ ସୁଜତା ରଥ । ସେ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଖବର ପାଇ ପାହାଳ ଥାନା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଷ୍ଟମୋର୍ଟ ପାଇଁ କ୍ୟାପିଟାଲ ହସପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁସାରେ ଭୁବନେଶ୍ୱର ସହିଦନଗରେ ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ହେଉଛନ୍ତି ସୁଜାତା ରଥ । ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ ସୁଜାତା । ସେହି ଆପାର୍ଟମେଣ୍ଟରେ ସୁଜାତାଙ୍କ ବାପା-ମାଆ ରହୁଥିଲେ ମଧ୍ୟ ସେ ଅଲଗା ଫ୍ଲୋର୍ରେ ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରହୁଥିଲେ । ତିନି ଦିନ ତଳେ ସୁଜାତାଙ୍କ ପୁରୁଷ ବନ୍ଧୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ପୁରୁଷ ବନ୍ଧୁଙ୍କ ଅନୁପସ୍ଥିତିରେ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ ସୁଜାତା ।
ମୃତଦେହ ଜବତ ପରେ ପୋଲିସ ସୁଜାତାଙ୍କ ମୋବାଇଲ ଜବତ କରିଛି । ମୋବାଇଲ ସିଡିଆରକୁ ନେଇ ଖୋଳତାଡ କରିଛି । ତେବେ ଲିଭଇନରେ ରହୁଥିବା ବେଳେ ହଠାତ୍ କ’ଣ ହେଲା ଯେ ଆତ୍ମହତ୍ୟା କଲେ ସୁଜାତା ? କେଉଁ କଥାକୁ ନେଇ ପୁରୁଷ ବନ୍ଧୁଙ୍କ ସହିତ ଝଗଡା ହୋଇଥିଲା କି? । ସେ ଆତ୍ମହତ୍ୟା କରିବା ପୂର୍ବରୁ କାହା ସହ ଶେଷ ଥର ପାଇଁ କଥା ହୋଇଥିଲେ । ପରିବାର ଲୋକଙ୍କ ସମସ୍ୟା ନେଇ କିଛି କହିଥିଲେ କି । ଅନ୍ୟ ପଟେ ଚର୍ଚ୍ଚା ହେଉଛି ଶେଷ ଥର ପାଇଁ ସୁଜାତାଙ୍କ ପାଖକୁ ଏକ ଫୋନ୍ କଲ ଆସିଥିଲା । ସୁଜାତାଙ୍କ ପାଖକୁ ତାଙ୍କ ପୁରୁଷ ବନ୍ଧୁ ଫୋନ୍ କରିବା ଓ ତା ପରେ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପାହାଳ ଥାନା ପୋଲିସ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।