ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ
News 18 Odia Digital
ଭୁବନେଶ୍ୱର; ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀ ଜଣକ ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ ବୋଲି ଜଣାପଡିଛି । କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ରଞ୍ଜିତା ଭୁବନେଶ୍ୱରରେ ଭଡାଘରେ ରହୁଥିଲେ ।
ସୂଚନା ଅନୁସାରେ ରଞ୍ଜିତା ୫ ମାସ ଧରି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ନୟାପଲ୍ଲୀ ସ୍ଥିତ ଘରେ ରହୁଥିଲେ । ମାତ୍ର କେଉଁ କାରଣରୁ ସେ ଆତ୍ମହତ୍ୟାର କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।