ପୁଣି ସ୍ତ୍ରୀର ହକ୍ ଦାବି କରି ଶାଶୁଘର ବାରଣ୍ଡାରେ ଧାରଣାରେ ବସିଲେ ଆଉ ଜଣେ ବୋହୁ; ଜାଣନ୍ତୁ ପୁରା ଖବର

ଶାଶୁଘର ବାରଣ୍ଡାରେ ପୁଣି ଜଣେ ବୋହୁର ଧାରଣା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଗାଁର ରଙ୍ଗୁଣି ସାହିରେ।

ଶାଶୁଘର ବାରଣ୍ଡାରେ ଧାରଣା

ଶାଶୁଘର ବାରଣ୍ଡାରେ ଧାରଣା

  • News18 Odia
  • Last Updated :
  • New Delhi, India
  • Share this:
ବ୍ରହ୍ମପୁର: ଶାଶୁଘର ବାରଣ୍ଡାରେ ପୁଣି ଜଣେ ବୋହୁର ଧାରଣା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଗାଁର ରଙ୍ଗୁଣି ସାହିରେ। ଶାଶୁଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ବୋହୁ ଲକ୍ଷ୍ମୀ ମଣ୍ଡଳ। ସ୍ୱାମୀର ହକ୍ ପାଇବା ପାଇଁ ବଧୂ ବେଶରେ ସଜାଇ ହୋଇ ପ୍ରମିଳା ଦେବୀ କଲ୍ୟାଣ ସଂଘର ସଭାନେତ୍ରୀ ତଥା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହୟାତାରେ ଧାରଣାରେ ବସଛନ୍ତି ଲକ୍ଷ୍ମୀ। ପୂର୍ବରୁ ଲକ୍ଷ୍ମୀ ଓ ତାଙ୍କ ଗାଁର ଜଣେ ଯୁବକ ନୃସିଂହ ପ୍ରଧାନଙ୍କ ମଧ୍ୟରେ ଉଭୟଙ୍କ ମଧ୍ୟରେ ତିନି ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ତେବେ ନୃସିଂହ ବିବାହର ପ୍ରତିଶୃତି ଦେଇ ଲକ୍ଷ୍ମୀଙ୍କ ସହ ଶାରରୀକ ସମ୍ପର୍କ ସ୍ଥାପନ କରିଥିଲେ।

ପ୍ରେମ ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସର୍ମ୍ପକ ରହିଥିବା ନେଇ ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ୨୦୨୧ ଡିସେମ୍ବର ୨୩ ତାରିଖରେ ଉଭୟଙ୍କ ବିବାହ ଗାଁ ମନ୍ଦିରରେ ହୋଇଥିଲା। ଏହାପରେ ଡ଼ିସେମ୍ବର ୨୭ ତାରିଖରେ ଲକ୍ଷ୍ମୀଙ୍କ ସହ ସେହି ଗାଁର ନୃସିଂହ ପ୍ରଧାନ କୋର୍ଟରେ ବିବାହ ନେଇ ଶପଥପାଠ କରିଥିଲେ। ହେଲେ ଶାଶୁଘରେ ଲକ୍ଷ୍ମୀଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ସହ ଦୁଷ୍କର୍ମ ଅଭିଯୋଗ ନେଇ ଗୋଳନ୍ଥରା ଥାନାର ଦ୍ବାରସ୍ଥ ହୋଇଥିଲେ। ଯାହାଫଳରେ ଚାରି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିଥିଲେ ନୃସିଂହ।

ଲକ୍ଷ୍ମୀଙ୍କୁ ନ୍ୟାୟ ନମିଳିବା ଯୋଗୁଁ ସେ ଦିନେ ରେଳଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିବା ସହିତ ପ୍ରମିଳା ତ୍ରିପାଠୀଙ୍କ ପାଖକୁ ଆଣିଥିଲେ। ଲକ୍ଷ୍ମୀଙ୍କ ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବରୁ ନୃସିଂହ ଓ ତାଙ୍କ ପରିବାର ସହ ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହିତ ଲକ୍ଷ୍ମୀଙ୍କୁ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ। ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କୁ ତାଙ୍କ ଶାଶୁଘର ଲୋକେ ଗ୍ରହଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କ ସହ ଧାରଣାରେ ବସିବି।
Published by:Soumyashree Mishra
First published: