News18 Odia Digital
ଭୁବନେଶ୍ବର: ମାଲିକାଣୀକୁ ବ୍ଲାକମେଲିଂ କରି ଗିରଫ ହେଲା ପିଅନ। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜ୍ୟ ରାଜଧାନୀ ୟୁନିଟ-୮ ଅଞ୍ଚଳରୁ। ଗିରଫ ଅଭିଯୁକ୍ତ ହେଲା ଖୋର୍ଦ୍ଧାର ସତ୍ୟ ନାରାୟଣ ବାରିକ।
ଗିରଫ ପରେ ତା ନିକଟରୁ ମୋବାଇଲ ଫୋନ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ।
କ୍ୟାପିଟାଲ ଥାନା ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରିଣୀଙ୍କ ସ୍ବାମୀ ପୂର୍ବତଟ ରେଳ ବିଭାଗରେ ଚାକିରି କରୁଥିବା ବେଳେ ଉଭୟ ପତି-ପତ୍ନୀ ୟୁନିଟ-୮ ଅନ୍ତର୍ଗତ ପ୍ଲଟ ନମ୍ବର-୧ ଏବଂ ୨ ରୁହନ୍ତି। ଅଭିଯୁକ୍ତ ସତ୍ୟ ନାରାୟଣ ତାଙ୍କ ପାଖରେ ପିଅନ ଭାବେ କାମ କରୁଥିଲେ।
ମୋବାଇଲ କିଣିବାରେ ଅସୁବିଧା ହେବାରୁ ମାଲିକାଣି ସତ୍ୟ ନାରାୟଣଙ୍କୁ ନିଜ ବ୍ୟବହାର କରୁଥିବା ଏକ ପୁରୁଣା ମୋବାଇଲ ଫୋନ ଦେଇଥିଲେ। ମୋବାଇଲ ଦେବା ସମୟରେ ଅଭିଯୋଗକାରିଣୀ ସେଥିରୁ ଡାଟା ଡିଲିଟ କରିବାକୁ ଭୁଲିଯାଇଥିଲେ। ଯାହାକୁ ଆଧାର କରି ମାଲିକାଣୀଙ୍କୁ ବ୍ଲାକମେଲ କରୁଥିଲା ପିଅନ।
ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତ ସତ୍ୟ ନାରାୟଣ ବାରିକଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ସମ୍ପୃକ୍ତ ମୋବାଇଲ ଫୋନକୁ ମଧ୍ୟ ଜବତ କରିଛନ୍ତି।
ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ। ତେବେ ସେ ତଥ୍ୟ ଅନ୍ୟ କାହାକୁ ପଠାଇ ଥିଲେ କି ନାହିଁ ତାହା ତଦନ୍ତ କରୁଛି ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।