ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ରାସ୍ତା ପାଲଟିଛି ମରଣାଯନ୍ତା; ପୁଣି ଜଣଙ୍କର ମୃତ୍ୟୁ

ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ରାସ୍ତାରେ ବାରମ୍ବାର ଘଟୁଛି ଦୁର୍ଘଟଣା। ଯାହାର ସ୍ଥାୟୀ ସମାଧାନ ହୋଇପାରୁନି।

ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ରାସ୍ତା ପାଲଟିଛି ମରଣାଯନ୍ତା; ପୁଣି ଜଣଙ୍କର ମୃତ୍ୟ

ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ରାସ୍ତା ପାଲଟିଛି ମରଣାଯନ୍ତା; ପୁଣି ଜଣଙ୍କର ମୃତ୍ୟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ରାସ୍ତା ଏକପ୍ରକାର ପାଲଟିଛି ମରଣାଯନ୍ତା। ଦୁଇ ମାସ ଭିତରେ ସମାନ ସ୍ଥାନରେ ଦୁର୍ଘଟଣା। ଦୁଇ ଦୁଇଟି ମୁଣ୍ଡ ବି ଗଡ଼ିଲାଣି । ଦୁର୍ଘଟଣା ଘଟାଉଛନ୍ତି ବିଏମସିର ଅଳିଆ ବହୁଥିବା ଗାଡି।  ଦୁର୍ଘଟଣାର କାରଣ ବେପରୁଆ ଗାଡି ଚାଳନା । ଲାଗାତାର ଭାବେ ଗୋଟିଏ ଜାଗାରେ ହିଁ ଘଟୁଛି ଦୁର୍ଘଟଣା । ଯାହାକୁ ନେଇ ଦୀର୍ଘ ଧରି ଲାଗି ରହିଛି ତୁମ୍ବୀ ତୋଫାନ । ପୁଣିଥରେ ସେଇ ସମାନ ସ୍ଥାନରେ ଦୁର୍ଘଟଣା ଘଟିଛି । ଆଉ ଜଣଙ୍କର ଜୀବନ ଯାଇଛି ।  ଚନ୍ଦକା ଥାନା କଲ୍ୟାଣପୁର ପଞ୍ଚାୟତର ବେଣ୍ଟୁଆ ଗ୍ରାମର ରାମ ଗାଗରାଇ ସାଇକେଲ ଚଳାଇ ନିଜ ଝିଅ ପାଇଁ ଖାଇବା ନେଇ ଆସୁଥିଲେ । ଦାରୁଠେଙ୍ଗ ଡମ୍ପିଙ୍ଗୟାଡ଼ ରାସ୍ତା ନିକଟରେ ବିଏମସିର ଆଳିଆ ବହୁଥିବା ଥିବା ଗାଡି ଧକ୍କାରେ ତାଙ୍କର ଜୀବନ ଚାଲିଗଲା। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଦାରୁଠେଙ୍ଗ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଗାଁ ଲୋକଙ୍କ ଅଭିଯୋଗ ଯେ, ଅଳିଆ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ରାମଙ୍କ ଜୀବନ ଗଲା।

ସେପଟେ ଦାରୁଠେଙ୍ଗ ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ରେ ଉତ୍ତେଜନାକୁ ନଜରରେ ରଖି ଘଟଣାସ୍ଥଳରେ ପହଞ୍ଚିଥିଲେ ବିଏମସି ମେୟର, କମିଶନର, ସ୍ଥାନୀୟ ଜଟଣୀ ବିଧାୟକ। ଉତ୍ୟକ୍ତ ଲୋକଙ୍କ ସହ କରିଥିଲେ ଆଲୋଚନା । ମୃତ ରାମ ଗାଗରାଇଙ୍କ ପରିବାର ଲୋକଙ୍କୁ ବିଏମସି ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଦେଇଥିଲେ। ତାସହ ରାମ ଗାଗରାଇଙ୍କ ପରିବାର ଜଣଙ୍କୁ ବିଏମସିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମସ୍ୟାର ସମାଧନ ପାଇଁ ଖୁବ ଶୀଘ୍ର ଆଲୋଚନା ହେବ ।
Published by:Soubhagya Mishra
First published: