ଆଠଗଡ଼ରେ କୂଅରୁ ମିଳିଥିବା ବଜ୍ରକାପ୍ତାର ଚୋରା ଚାଲାଣ ହେଉ ନ ଥିଲା ତ? ତଦନ୍ତ ଚାଲିଛି

ଗତ ଦେଢ଼ ବର୍ଷ ମଧ୍ୟରେ ବଜ୍ରକାପ୍ତା ଚେରା ଚାଲାଣ କରିବା ଅଭିଯୋଗରେ କେବଳ ଆଠଗଡ଼ ବନଖଣ୍ଡରେ ୩୦ ଜଣ ଅଭିଯୁକ୍ତ ଗରିଫ ହେଲେଣି । ଏହି ବଜ୍ରକାପ୍ତାଟି ଉଦ୍ଧାର ହେବା ପରେ ପୁଣି ତଦନ୍ତ ଆରମ୍ଭ ହୋଇଛି ।

ଉଦ୍ଧାର ହୋଇଥିବା ବଜ୍ରକାପ୍ତା ସହିତ ଆଠଗଡ଼ ରେଞ୍ଜର ଆଇସା ଅଖତାରି ନିଶା

ଉଦ୍ଧାର ହୋଇଥିବା ବଜ୍ରକାପ୍ତା ସହିତ ଆଠଗଡ଼ ରେଞ୍ଜର ଆଇସା ଅଖତାରି ନିଶା

  • Share this:
News18 Odia Digital

କଟକ: ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ପୁଣି ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନଖଣ୍ଡ ସଦର ରେଞ୍ଜ ସମସରପୁର ପଞ୍ଚାୟତ ବୁଧିଆପାଟଣା ଗାଁରେ ଥିବା ଏକ କୂଅରେ ଏହି ବଜ୍ରକାପ୍ତାଟି ପଡ଼ିଯାଇଥିବା ବେଳେ ଏହାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବା ପରେ ଏହି ବଜ୍ରକାପ୍ତାଟିକୁ ଗୋଟିଏ ଦିନ ଅବଜରଭେସନରେ ରଖିବା ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା ଜାଞ୍ଚ କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ବଜ୍ରକାପ୍ତାଟି ଜଙ୍ଗଲରୁ ଚାଲି ଆସି କୂଅରେ ପଡ଼ି ଯାଇଥିଲା ନା ଚୋରା ଚାଲାଣକାରୀ ଏହାକୁ ନେଉଥିବା ସମୟରେ ଅସାବଧାନତା ବସତଃ କିମ୍ବା ବନ ବିଭାଗ ଏବଂ ପୋଲିସର ପାଟ୍ରେଲିଂ ଯୋଗୁଁ ଚାଲାଣକାରୀ ଏହାକୁ ସେଠାରେ ଛାଡ଼ି ଚାଲିଯାଇଥିଲେ ତାହାର ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ଏହା ଚୋରା ଚାଲାଣକାରୀଙ୍କ କାର୍ଯ୍ୟ ହୋଇଥାଇ ପାରେ ବୋଲି ଅଧିକ ସନ୍ଦେହ କରୁଛି ବନ ବିଭାଗ । କିଛି ଦିନ ହେଲା ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବହୁ ମାତ୍ରରେ ବୃଦ୍ଧି ପାଇଥିବା ବେଳେ ପୁଣି ଏକ ବଜ୍ରକାପ୍ତା ମିଳିବା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।

‘‘ଏହି ବଜ୍ରକାପ୍ତାଟିର ଆନୁମାନିକ ବୟସ ପ୍ରାୟ ୫ ବର୍ଷ ହେବ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଚୋରା ଚାଳାଣକାରୀମାନା ଏହାକୁ ଲୁଚାଇବା ପାଇଁ କିମ୍ବା ଧରାପଡ଼ିବା ଭୟରେ କୂଅରେ ଫିଙ୍ଗିଛନ୍ତି ବୋଲି ଅନୁମାନ କରାଯାଉଛି । ସେ ନେଇ ଆମର ତଦନ୍ତ ଚାଲିଛି,’’ କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ।

ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା


ଗତ ଦେଢ ବର୍ଷ ମଧ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ କରିବା ଅଭିଯୋଗରେ କେବଳ ଆଠଗଡ଼ ବନଖଣ୍ଡ ୩୦ ଜଣ ଅଭିଯୁକ୍ତଙ୍କ ଗରିଫ କରି ସାରିଲାଣି । ସୋମବାର ସକାଳେ ଠାବ ହୋଇଥିବା ଏହି ବଜ୍ରକାପ୍ତାକୁ ମିଶାଇ ମୋଟ ୪ଟି ବଜ୍ରକାପ୍ତାକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ବଜ୍ରକାପ୍ତାକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ସହ ପାଖାପାଖି ୫ କେଜି ଓଜନର କାତି ମଧ୍ୟ ଜବତ ହୋଇ ସାରିଛି ।

ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ବହୁ ସଂଖ୍ୟାରେ ବଜ୍ରକାପ୍ତା ଥିବା ବେଳେ ସେମାନଙ୍କୁ ଚୋରା ଚାଲାଣ କରୁଥିବା ମାଫିଆଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ବିଶେଷ କରି ଆଠଗଡ଼ ଓ ଢେଙ୍କାନାଳ ଅଞ୍ଚଳର କିଛି ସ୍ଥାନ ଏହି ମାଫିଆମାନଙ୍କ ଚରାଭୁଇଁ ପାଲଟିଛି । ସାତକେଶିଆ ଅଭୟାରଣ୍ୟରେ ଅନେକ ମାଫିଆ ସକ୍ରିୟ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ବଜ୍ରକାପ୍ତାକୁ ଧରିବାର ପରେ ଏହାର ଚୋରା ଚାଲାଣ ପାଇଁ ମୁଖ୍ୟତଃ ୩ଟି ରୁଟକୁ ବାଛିଛନ୍ତି ମାଫିଆ । ସେଥି ମଧ୍ୟରୁ ସମ୍ବଲପୁରରୁ ଆଠଗଡ଼ ଦେଇ ଗୋଟିଏ ରୁଟ ଥିବା ବେଳେ ଦେଓଗଡ଼ ଓ ରେଢାଖୋଲ ଦେଇ ଅନ୍ୟ ଗୋଟିଏ ରୁଟ ରହିଛି ଓ ତୃତୀୟ ରୁଟଟି କୋରାପୁଟ ଦେଇ ରହିଛି ବୋଲି ଜଣାପଡ଼ିଛି ।

ଉଦ୍ଧାର ହୋଇଥିବା ବଜ୍ରକାପ୍ତା


‘‘ବିଭିନ୍ନ ଜଙ୍ଗଲରୁ ବଜ୍ରକାପ୍ତାଙ୍କୁ ଧରିବା ପରେ ସେଗୁଡ଼ିକୁ ଏହି ୩ଟି ରୁଟରୁ ଆଠଗଡ ଦେଇ କଟକ ଓ ଭୁବନେଶ୍ବରକୁ ପଠାଯାଇଥାଏ । ସେଠାରେ ରାଜ୍ୟ ବର୍ଡର ପାର କରି ବିଦେଶକୁ ରପ୍ତାନୀ କରାଯାଇଥାଏ । ମାଫିଆମାନଙ୍କ ଗତିବିଧି ଉପରେ ଆମେ ସତର୍କ ଦୃଷ୍ଟି ରଖିଛୁ,’’ କହିଛନ୍ତି ଲେଙ୍କା ।

କ୍ରାଇମ ବ୍ରାଞ୍ଚର ୱାଇଲ୍ଡ ଲାଇଫ କ୍ରାଇମ୍ ସେଲରେ ସଦସ୍ୟ ଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆର.ଏନ୍‌. ମହାନ୍ତି କହିଛନ୍ତି ବନ ବିଭାଗ ଅଭିଯୁକ୍ତମାନଙ୍କୁ ଗିରଫ କରୁଛି, କିନ୍ତୁ କୌଣସି ମାମଲାରେ ଚାର୍ଜସିଟ୍‌ ଦାଖଲ କରୁନାହିଁ । ‘‘ଏହା ଫଳରେ ମାତ୍ର ଦୁଇ ତିନି ଦିନ ଜେଲରେ ରହିବା ପରେ ଅଭିଯୁକ୍ତମାନେ ଜାମିନ୍‌ ପାଇବାରେ ସଫଳ ହେଉନ୍ତି । କିନ୍ତୁ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେଉଥିବା ଅଭିଯୁକ୍ତମାନଙ୍କ କ୍ଷେତ୍ରରେ ହିଁ ଅପରାଧୀମାନଙ୍କୁ ସଜା ମିଳି ପାରୁଛି । ଗୋଟିଏ ମଜଭୁତ ଫଲୋ-ଅପ୍‌ ଆକ୍ସନ ପ୍ଲାନ୍‌ ହେଲେ ଏହାକୁ ରୋକିବା ଏତେ ସହଜ ହେବ ନାହିଁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: