ରାଜଧାନୀରେ ଆଉ ଜଣେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ
- News18 Odia
- Last Updated :
News 18 Odia Digital
ଭୁବନେଶ୍ୱର : ରାଜଧାନୀରେ ଆଉ ଜଣେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତଦେହ ନିକଟରୁ ଏକ ଖାତା ମଧ୍ୟ ପାଇଛି ପୋଲିସ। ଆତ୍ମହତ୍ୟା କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏୟାରଫିଲଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହଷ୍ଟେଲର ୱାଡେନ ଓ ସହ ପାଠୀନିମାନଙ୍କର ମଧ୍ୟ ବୟାନ ରେକର୍ଡ କରୁଛି ପୋଲିସ। ମୃତ ଛାତ୍ରୀ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର କୁନି କହଁର। ୨୦୨୧ରେ ଜାଭିୟର କଲେଜ ଅଫ୍ ନର୍ସିଂରେ ନାମ ଲେଖିଥିଲେ।
ଗତକାଲି ଝିଅଟି ଚାପରେ ଥିବାର ଅନୁଭବ କରିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ। କିନ୍ତୁ ବଲାଙ୍ଗୀରୁ ହଠାତ୍ ଭୁବନେଶ୍ୱର କିଭଳି ଯିବେ ବୋଲି କହିଥିଲେ ଘରଲୋକ? ଯିବାରେ ବିଳମ୍ବ ହେବ ବୋଲି କହିଥିଲେ ପରିବାର ଲୋକ। ଛାଡ୍ରୀଙ୍କ ହାଵ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଗତ କାଲି ସେ ବହୁ ସମୟ ଧରି ନୀରବ ରହିଥିଲା। ଏପରିକି ବିଚଳିତ ମଧ୍ୟ ହେଉଥିଲା ବୋଲି କହିଛନ୍ତି ତାଙ୍କ ସାଙ୍ଗମାନେ। ସେ ଗତକାଲି ଦିନ ୪ଟାରେ ହଷ୍ଟେଲରେ କେହି ନଥିବା ଅବସ୍ଥାରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ତନାଘନା କରୁଛି ବୋଲି ସୂଚନା ମିଳିଛି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।