ସାଇବର ଠକେଇ ଅଭିଯୋଗରେ ପୁଣି ଜଣେ ନାଇଜେରିଆ ନାଗରିକ ଗିରଫ

ନିଜକୁ ଜଣେ ଡାକ୍ତର ପରିଚୟ ଦେଇ କଟକର ମହିଳା ଜଣେ ଆଇଟି ଏକ୍ସପର୍ଟଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠକେଇ କରିଥିଲା ଏହି ଠକ ।

ସାଇବର ଠକେଇ ଅଭିଯୋଗରେ ପୁଣି ଜଣେ ନାଇଜେରିଆ ନାଗରିକ ଗିରଫ

ସାଇବର ଠକେଇ ଅଭିଯୋଗରେ ପୁଣି ଜଣେ ନାଇଜେରିଆ ନାଗରିକ ଗିରଫ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ସାଇବର ଠକେଇ ଅଭିଯୋଗରେ ପୁଣି ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଗିରଫ ହୋଇଥିବା ସମ୍ପୃକ୍ତ ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକା ଓ ତାକୁ ନୂଆ ଦିଲ୍ଲୀରୁ ଗିରଫ କରିବାରେ ସମର୍ଥ ହୋଇଛି ଓଡିଶା କ୍ରାଇମବ୍ରାଞ୍ଚ ଟିମ । ପଟ୍ରିକ ଠାରୁ ୯ ଟି ଡେବିଟ୍ କାର୍ଡ, ୧୨ ଟି ମୋବାଇଲ, ୨୨ଟି ପାସବୁକ, ୧୦ ଟି ଚେକ ବୁକ, ୨୦ଟି ସିମ୍ କାର୍ଡ, ଗୋଟିଏ ଲାପଟପ, ପ୍ୟାନ ଓ ଆଧାର କାର୍ଡ ଜବତ କରାଯାଇଛି ।

କଟକ ବାସିନ୍ଦା ତଥା ଜଣେ ଆଇଟି ପ୍ରଫେସନାଲଙ୍କ ଠାରୁ ପଟ୍ରିକ ୨୮.୬୭ ଲକ୍ଷ ଟଙ୍କା ଠକେଇ କରିଛି ଅଭିଯୁକ୍ତ । ନିଜକୁ ନେଦରଲାଣ୍ଡରେ କାର୍ଯ୍ୟରତ ଜଣେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ପରିଚୟ ଦେଇ ପ୍ରଥମେ ସମ୍ପୃକ୍ତ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରି ଥିଲା । ମାତ୍ର ୫ ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେଇ ଯିବା ପରେ ମହିଳା ଜଣକ ତାଙ୍କୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇଥିଲେ । ଏହା ପରେ ସେମାନଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିଂ ଆରମ୍ଭ ହୋଇଥିଲା ।

ଏହାର କିଛି ଦିନ ପରେ ୯୦ ହଜାର ୟୁରୋକୁ ସାଥିରେ ନେଇ ସେ ସମ୍ପୃକ୍ତ ମହିଳା ଜଣଙ୍କୁ ଭେଟିବା ପାଇଁ ଭାରତ ଆସୁଥିବା କହିଥିଲା ପଟ୍ରିକ । ଗତ ଫେବୃଆରୀ ୧୫ ତାରିଖ ଦିନ ତାକୁ କଷ୍ଟମ କ୍ଲିୟରାନ୍ସ ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖା ଯାଇଛି ଏବଂ କିଛି ଟଙ୍କା ଡିପୋଜିଟ କରିବା ପରେ ସେ ସେଠାରୁ ମୁକୁଳିବ ବୋଲି ପଟ୍ରିକ ସମ୍ପୃକ୍ତ ମହିଳାଙ୍କୁ କହିଥିଲା ।

ଏହାପରେ ପଟ୍ରିକ ତାଙ୍କୁ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ନମ୍ବର ଦେଇ ଚାଲିଥିଲା ଏବଂ କଟକର ସମ୍ପୃକ୍ତ ମହିଳା ଜଣଙ୍କ ମଧ୍ୟ ପଟ୍ରିକ ଦ୍ବାରା ପଠାଯାଉଥିବା ଆକାଉଣ୍ଟରେ ଟଙ୍କା ଡିପୋଜିଡ କରି ଚାଲିଥିଲେ । ମୋଟ ୧୨ଟି ଆକାଉଣ୍ଟକୁ ୩୦ ଥର ବା ପର୍ଯ୍ୟାୟରେ ୨୮.୬୭ ଲକ୍ଷ ଡିପୋଜିଟ କରିବା ପରେ ସେ ଠକେଇର ଶିକାର ହୋଇଥିବା କଥା ଜାଣି ପାରିଥିଲେ । ଏହା ପରେ ଗତ ମାସ ୧୬ ତାରିଖ ଦିନ ସମ୍ପୃକ୍ତ ମହିଳା ଜଣଙ୍କ ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ପଟ୍ରିକ ବାବଦରେ ଚାଞ୍ଜଲ୍ୟକର ତଥ୍ୟ ହାସଲ କରିଥିଲେ କ୍ରାଇମବ୍ରାଞ୍ଚ ।  ନାଇଜେରିଆ ଓସୋଗୋବୋ ବାସିନ୍ଦା ୩୫ ବର୍ଷୀୟ ପଟ୍ରିକ ପେସାରେ ଜଣେ ସାଇବର ଠକ । ନୂଆଦିଲ୍ଲୀ ସ୍ଥିତ ମହାବୀର ଏନକ୍ଲେବରେ ଭଡ଼ାରେ ରହୁଥିବା ପଟ୍ରିକ ଗତ ଜୁନ ୨୧ ତାରିଖରେ ଭାରତ ଆସିଥିଲା ।

ଯେଉଁ ୧୨ଟି ଆକାଉଣ୍ଟ ଜରିଆରେ ସେ କଟକର ମହିଳାଙ୍କ ଠାରୁ ଟଙ୍କା ଠକେଇ କରିଥିଲା ସେହି ଆକାଉଣ୍ଟ ଗୁଡ଼ିକ ଦକ୍ଷିଣ ପୂର୍ବ ରାଜ୍ୟଗୁଡ଼ିକରେ ଥିବା ବ୍ୟାଙ୍କରେ ଖୋଲାଯାଇଥିବା ଜଣା ପଡ଼ିଛି । ଏପରିକି ସେହି ଖାତାଧାରକମାନଙ୍କୁ ମୋଟା ଅଙ୍କର କମିସନ ଦେଇ ପଟ୍ରିକ ସେମାନଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲା । ତେବେ ପଟ୍ରିକ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ପଟ୍ରିକ ବିରୋଧରେ ଆଇପିସିର ଦଫା ୪୧୯, ୪୨୦, ୪୬୭, ୪୭୮, ୪୭୧, ୧୨୦ (ବି) ଭଳି ଦଫା ଲଗାଇଛି କ୍ରାଇମବ୍ରାଞ୍ଚ । ନୂଆଦିଲ୍ଲୀରୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଥିବା ପଟ୍ରିକକୁ ଗୁରୁବାର ସଂନ୍ଧ୍ୟାରେ କଟକ ସିଟି JMFC କୋର୍ଟ ହାଜର କରାଯାଇଥିଲା । ତାର ଜାମିନ ଆବେଦନ ଖାରଜ ହୋଇ ଯିବାରୁ କୋର୍ଟ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠେଇଛନ୍ତି।
Published by:Soubhagya Mishra
First published: