ଉଲ୍ଲେଖନୀୟ ସେବା ପାଇଁ 'ମୋ ବସ୍'କୁ ଆଉ ଏକ ଜାତୀୟ ପୁରସ୍କାର

କ୍ରୁଟର ଅଭିନବ ପଦକ୍ଷେପ ତଥା ନିରାପଦ ଜନସାଧାରଣ ପରିବହନ ସେବା ପାଇଁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ ଇନକ୍ଲୁସିଭ୍ ସିଟିଜ୍‌ ଆୱାର୍ଡ-୨୦୨୨ ପୁରସ୍କାର ମିଳିଛି ।

ଉଲ୍ଲେଖନୀୟ ପଦକ୍ଷେପ ପାଇଁ 'ମୋ ବସ୍'କୁ ଆଉ ଏକ ଜାତୀୟ ପୁରସ୍କାର

ଉଲ୍ଲେଖନୀୟ ପଦକ୍ଷେପ ପାଇଁ 'ମୋ ବସ୍'କୁ ଆଉ ଏକ ଜାତୀୟ ପୁରସ୍କାର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳରେ ପରିବହନ ପ୍ରତି ଉଲ୍ଲେଖନୀୟ ପଦକ୍ଷେପ ଏବଂ ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଉପଲବ୍ଧ ପାଇଁ ମୋ ବସ ଓ ଇ-ରାଇଡ୍ ସୁବିଧା ଯୋଗୁଁ କ୍ୟାପିଟାଲ୍ ରିଜିଅନ୍ ସହର ପରିବହନ (କ୍ରୁଟ)କୁ କ୍ରମାଗତ ଭାବରେ ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ମିଳିଛି ।

କ୍ରୁଟର ଅଭିନବ ପଦକ୍ଷେପ ତଥା ନିରାପଦ ଜନସାଧାରଣ ପରିବହନ ସେବା ପାଇଁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ ଇନ୍‌କ୍ଲୁସିଭ ସିଟିଜ୍‌ ଆୱାର୍ଡ-୨୦୨୨ ପୁରସ୍କାର ପାଇଛି ।

କ୍ରୁଟ୍ ହେଉଛି ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଯାହାକି ତା’ର ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍ ସହିତ ଟିକେଟ୍ ମୂଲ୍ୟରେ ୫୦% ରିହାତି ଦେଉଛି। ସେପରି ମୋ ବସ୍‌ରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଛି । ଏହା ମଧ୍ୟ ଏକମାତ୍ର ସଂସ୍ଥା ଯାହା ମହିଳା ଓ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହୁଏ ।

କ୍ରୁଟର ପରିଚାଳକ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତ ଯେ,“ଯାତ୍ରୀମାନେ ମୋ ବସ୍ ଏବଂ ମୋ ଇ-ରାଇଡକୁ ପସନ୍ଦ କରୁଛନ୍ତି, ଏହି ପୁରସ୍କାର ପାଇବା ଦ୍ଵାରା କ୍ରୁଟକୁ ଆଗକୁ ଅନେକ କାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିବ। କ୍ରୁଟj ବିଭିନ୍ନ ପଦକ୍ଷେପ ମାଧ୍ୟମରେ ପ୍ରମାଣ କରୁଛି ଯେ ସେବାଗୁଡିକ ସମସ୍ତ ପ୍ରକାର ବୟସ ଲୋକ ଏବଂ ବିଭିନ୍ନ ଦକ୍ଷତା ଗୋଷ୍ଠୀ ଲୋକ ମଧ୍ୟରେ ଅତ୍ୟଧିକ ଅନୁକୂଳ ବୋଲି । ନିରନ୍ତର ସମର୍ଥନ ପାଇଁ ମୁଁ ରାଜ୍ୟ ସରକାରଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ଯାହା କ୍ରୁଟର ସେବାକୁ ରାଜଧାନୀରେ  ମୋବିଲିଟି ଲାଇଫଲାଇନରେ ପରିଣତ କରିଛି ବୋଲି କହିଛନ୍ତି" ।
Published by:Sujit Swain
First published: