ଅଗଷ୍ଟ ୧୯ ରେ ଆଉ ଏକ ଲଘୁଚାପ; ୧୮ ଓ ୧୯ରେ ପ୍ରବଳ ବର୍ଷିବ

ଅଗଷ୍ଟ ୧୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଶେଷ କରି ୧୮ ଓ ୧୯ ତାରିଖରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ସମ୍ଭାବନା

  • Share this:
News18 Odia Digital

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସକ୍ରିୟ ମୌସୁମୀ ଫଳରେ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ। ଯାହା ୧୯ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ।

ସେପଟେ ଗତ ୬ ଘଣ୍ଟାରେ ଅବପାତଟି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ପାଖାପାଖି ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରିଛି। ଉତ୍ତର ଛତିଶଗଡ ପାର୍ଶ୍ୱବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି।

ଆଜି ବର୍ଷାର ପରିମାଣ କମିବାର ସମ୍ଭାବନା ରହୁଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ୧୭ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ଓ ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିl

ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

୧୯ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟୋଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ୧୮ ଓ ୧୯ ତାରିଖରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
Published by:Soumya Das
First published: