ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟର ଅନେକ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ

ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଫଳରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ।

ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ଗାଙ୍ଗୀୟ ପଶ୍ଚିମବଙ୍ଗରେ ସକ୍ରିୟ ଘୁର୍ଣ୍ଣିବଳୟ। ୧୩ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଫଳରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ।

୧୩ ତାରିଖରେ ୮ ଜିଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହେବା ସହ ଉପକୂଳ ଓଡ଼ିଶାର ୫ ଜିଲ୍ଲା ଓ ଅବଶିଷ୍ଟ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

୧୪ ତାରିଖରେ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଦେଓଗଡ଼ ଭଳି ୧୪ ଜିଲ୍ଲାକୁ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଆଭ୍ୟନ୍ତରୀଣ ଓଡ଼ିଶା ସାଙ୍ଗକୁ ନିକଟବର୍ତ୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନର ସୁଦୃଶ ଲଘୁଚାପ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଫଳରେ ଆସନ୍ତା ଦୁଇ ଦିନ ବର୍ଷାର ପରିମାଣ ସାମାନ୍ୟ କମ ରହିବ। କିନ୍ତୁ ସକ୍ରିୟ ମୌସୁମୀ ଯୋଗୁଁ ବର୍ଷା କିଛି କିଛି ସ୍ଥାନରେ ହେବ।

ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ସେହିଭଳି ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ସତର୍କ କରାଯାଇଛି।

ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି। ଫଳରେ ମହାନଦୀ ଉପର ମୁଣ୍ଡ ଓ ତଳ ମୁଣ୍ଡରେ ନଦୀ ଜଳସ୍ତର ବୃଦ୍ଧି ପାଉଛି। ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀ ଜଳସ୍ତର ବୃଦ୍ଧି ପାଇଛି। ୧୩ ରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି।
Published by:Lipina Das
First published: