ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ଆସନ୍ତା ୨୩ ତାରିଖ ଯାଏଁ ହେବ ବର୍ଷା

ଘନୀଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର। ୨୩ ଯାଏଁ ଉପକୂଳ ଓ ଦକ୍ଷିଣରେ ପ୍ରବଳ ହେବ ବର୍ଷା। ବିଶେଷଜ୍ଞ କହିଲେ ଅକ୍ଟୋବରରେ ଆସିବ ଆଉ ଏକ ଲଘୁଚାପ।

ବଙ୍ଗୋପସାଗର ଘନୀଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର (ପ୍ରତୀକାତ୍ମକ ଛବି)

ବଙ୍ଗୋପସାଗର ଘନୀଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୮ ତାରିଖରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ୨୦ରେ ଲଘୁଚାପ। ୧୮ ରୁ ୨୦ ରାଜ୍ୟରେ ହେବ ପ୍ରବଳ ବର୍ଷା। ପାଣିପାଗ ବିଶେଷଜ୍ଞ କହିଲେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୨୩ ତାରିଖ ପର୍ଯ୍ୟନ୍ତ ହେବ ବର୍ଷା। ଏହା ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି।

ପୁଣି ରାଜ୍ୟକୁ ମିଳିବ ଭଲ ବର୍ଷା। ୧୮ ତାରିଖ ରୁ ବଢ଼ିବ ବର୍ଷାର ପରିମାଣ। ଖରା ଗରମ ଓ ଗୁଳୁଗୁଳିରୁ ମିଳିବ ନିସ୍ତାର। ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବ। ସେହି ଅଞ୍ଚଳରେ ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ୧୮ ତାରିଖରୁ ବୃଦ୍ଧି ପାଇବ।

୧୮ ଓ ୧୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଲନ କରିଛି। ୧୮ ତାରିଖରେ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ପୁରୀ, ଜଗତସିଂହପୁର ଭଳି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୯ ତାରିଖରେ ଉପକୂଳ ଓ ଦକ୍ଷିଣର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୦ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପ୍ରଶାନ୍ତ ମହାସାଗରରୁ ଉତ୍ତର ବଙ୍ଗୋପସାଗରକୁ ଏକ ଘୂର୍ଣ୍ଣିବଳୟ ଆସିଛି। ଆସନ୍ତା ୨୪ ଘଣ୍ଟାରେ ଯଦିଓ ଏହାର ଘନୀଭୂତ ପ୍ରକ୍ରିୟା କମ ରହିବ କିନ୍ତୁ ୧୮ ବେଳକୁ ଏହା ଘୂର୍ଣ୍ଣିବଳୟ ଓ ୨୦ ବେଳକୁ ଲଘୁଚାପରେ ପରିଣତ ହେବ। ୨୧ ତାରିଖ ବେଳକୁ ଏହା ଆଉରି ଘନୀଭୂତ ହୋଇ ଅବପାତରେ ମଧ୍ୟ ପରିଣତ ହେବ। ଯାହାର ପ୍ରଭାବ ଆସନ୍ତାକାଲି ଠାରୁ ଦେଖିବାକୁ ମିଲିବ। କିନ୍ତୁ ୧୮ ରୁ ୨୩ ସର୍ବାଧିକ ବର୍ଷା ରାଜ୍ୟରେ ହେବ। ଏହାପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ଆସିବାର ସମ୍ଭାବନା ରହୁଛି। ଯାହା ଫଳରେ ଅକ୍ଟୋବରରେ ମଧ୍ୟ କିଛି ବର୍ଷା ହେବ। ପ୍ରଥମ ସପ୍ତାହ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ। କିନ୍ତୁ ପ୍ରାଥମିକ ଆକଳନ କହୁଛି ଘନୀଭୂତ ହୋଇ ରାଜ୍ୟରେ ବର୍ଷା କରାଇବା ପରେ ଏହା ଛତିଶଗଡ଼ ମୁଁହା ହେବ।
Published by:Lipina Das
First published: