ସୃଷ୍ଟି ଲଘୁଚାପ ପ୍ରଭାବରେ ଆସନ୍ତା ୪-୫ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ସୃଷ୍ଟି ହୋଇଛି ଚଳିତ ମୌସୁମୀର ପ୍ରଥମ ଲଘୁଚାପ ବଳୟ। ଫଳରେ ରାଜ୍ୟର କିଛି ଅଞ୍ଚଳରେ ଭଲ ବର୍ଷା ରେକର୍ଡ କରାଯାଇଛି। ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର।

ସୃିଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୪-୫ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ସୃିଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୪-୫ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

  • Share this:
News18 Odia Digital

ଭୁବନେଶ୍ବର: ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଫଳରେ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବାବେଳେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହେଇଛି।

ସୃଷ୍ଟି ହୋଇଛି ଚଳିତ ମୌସୁମୀର ପ୍ରଥମ ଲଘୁଚାପ ବଳୟ। ଫଳରେ ରାଜ୍ୟର କିଛି ଅଞ୍ଚଳରେ ଭଲ ବର୍ଷା ରେକର୍ଡ ହୋଇଛି। ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର।

ଯାହାକୁ ନେଇ ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି।

ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧରେ ଅତି ପ୍ରବଳ ବର୍ଷା ହୋଇପାରେ। ଫଳରେ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ସେହିଭଳି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡା, ସମ୍ବଲପୁର ଓ ଅନୁଗୁଳରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସୃଷ୍ଟ ହୋଇଥିବା ଲଘୁଚାପ ବର୍ତ୍ତମାନ ଓଡ଼ିଶା ଓ ଝାଡ଼ଖଣ୍ଡ ଉପରି ଭାଗରେ ରହିଛି। ଉତ୍ତର ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ କଟକ, ପୁରୀ, ଭୁବନେଶ୍ୱରରେ ଏହା ଭଲ ବର୍ଷା କରାଇଛି। ଆଉରି ୪୮ ଘଣ୍ଟା ଏହାର ପ୍ରଭାବ ମଧ୍ୟ ରହିବ। ଫଳରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ତ୍ତମାନର ଲଘୁଚାପ ଯଦିଓ ଦୁର୍ବଳ ରହିଛି କିନ୍ତୁ ଆଗକୁ ଆଉ ଏକ ଲଘୁଚାପ ଆସୁଛି ଯାହା ଭଲ ବର୍ଷା କରାଇବ। ଆସନ୍ତା ୧୨/୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ବର୍ତ୍ତମାନର ଲଘୁଚାପ ଦୁର୍ବଳ ରହିଛି। ଫଳରେ ରାଜ୍ୟକୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ମିଳିବ। ହେଲେ ଆଗକୁ ଯେଉଁ ଲଘୁଚାପ ଅଛି ତା'ର ପ୍ରଭାବ ଅଧିକ ରହିବ ଓ ସେତେବେଳେ ଭଲ ବର୍ଷା ହେବ। ଫଳରେ ନିଆଣ୍ଟିଆ ବର୍ଷାର କ୍ଷତି ଭରଣା ହେବ ବୋଲି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି।

ତେବେ ଜୁଲାଇ ମାସର ବର୍ଷା ନିଆଣ୍ଟିଆ ବର୍ଷାର କ୍ଷତି ଭରଣା କରିବା ସହ ଚାଷବାସ କାମରେ ସହାୟକ ହେବ।
Published by:Lipina Das
First published: