ରାଜ୍ୟରେ IPS ସ୍ତରରେ ଶୀଘ୍ର ଅଦଳବଦଳ ହେବ; କ୍ରାଇମ୍ ବ୍ରାଞ୍ଚ୍ ADG ଦୌଡ଼ରେ ବୋଥ୍ରା ଆଗରେ
ନୟାଗଡ଼ ନାବାଳିକା ହତ୍ୟା ମାମଲାରେ BJP ବୋଥ୍ରାଙ୍କୁ ଟାର୍ଗେଟ୍ କରୁଥିବାରୁ ସରକାର ତାଙ୍କ ନିଯୁକ୍ତି ଉପରେ କାଳକ୍ଷେପଣ କରୁଥିବା ଜଣାପଡ଼ିଛି । ଭୁବନେଶ୍ବର DCP ଉମାଶଙ୍କର ଦାଶଙ୍କ IG ପାହ୍ୟାକୁ ପଦୋନ୍ନତି ହେବାକୁ ଥିବାରୁ ତାଙ୍କ ସ୍ଥାନ ଭରିବା ଉପରେ ନିଷ୍ପତ୍ତି ସରିଛି ।

ଉମାଶଙ୍କର ଦାଶ ଓ (ଡାହାଣ) ଅରୁଣ ବୋଥ୍ରା
- News18 Odia
- Last Updated: March 9, 2021, 9:53 PM IST
କଟକ: ଆଇପିଏସ୍ ଅଫିସର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ୱିନ୍-ସିଟିର ପୋଲିସ କମିଶନର୍ ହେବା ପରେ ଖାଲି ପଡ଼ିଛି ପୋଲିସ ବିଭାଗର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଦବୀ – କ୍ରାଇମ୍ ବ୍ରାଞ୍ଚର ଏ.ଡି.ଜି. ପଦ । ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମ୍ ବ୍ରାଞ୍ଚର ଏ.ଡି.ଜି. ରୂପେ କାର୍ଯ୍ୟରତ ଥିଲେ । ଏବେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ କାହାକୁ ଅବସ୍ଥାପିତ କରାଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ପୂର୍ବରୁ କ୍ରାଇମ୍ ବ୍ରାଞ୍ଚରେ ଆଇଜି ଥିବା ଅରୁଣ ବୋଥ୍ରାଙ୍କ ନାଁ ଏହି ଦୌଡ଼ରେ ସବା ଆଗରେ ରହିଛି । ଏହି ବିଭାଗରେ କାମ କରିବାର ଅଭିଜ୍ଞତା ହାସଲ କରିଥିବା ଓ ନୟାଗଡ଼ ନାବାଳିକା ହତ୍ୟା ମାମଲା ସହ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ପୋରଣ ମାମଲା, କୋଣାର୍କର ଗୋଟିଏ ପରିବାର ଚାରି ଜଣଙ୍କୁ ହତ୍ୟା ଓ ସାରଥୀ ମାମଲା ଭଳି ଅନେକ ବହୁଚର୍ଚ୍ଚିତ ଘଟଣାର ସଫଳ ତଦନ୍ତ ସେ କରିଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଯୋଗ କରି ଅପରାଧର ଅନୁସନ୍ଧାନ ପାଇଁ ଜଣାଶୁଣା ଅରୁଣ ବୋଥ୍ରା ଏହି ପଦ ପାଇଁ ଯୋଗ୍ୟ ଅଧିକାରୀ ବୋଲି ସରକାର ଏକ ପ୍ରକାର ନିଷ୍ପତ୍ତି ଗ୍ରହଣ କରିସାରିଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | Petrol Diesel Prices: ଗଲା ୭ ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଓ ଡିଜେଲ ଦାମ୍; ଏବେ କମିବ କି?
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
କ୍ରାଇମ୍ ବ୍ରାଞ୍ଚ୍ ଏ.ଡି.ଜି. ପଦ ବ୍ୟତୀତ କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ପଦରେ କୌଣସି ସ୍ଥାୟୀ ଆଇପିଏସ୍ ଅଧିକାରୀ ନ ଥିବାରୁ ସେହି ପଦକୁ ପୂରଣ କରିବା ମଧ୍ୟ ସରକାରଙ୍କ ପ୍ରାଥମିକତାରେ ଅଛି । କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ଦାୟିତ୍ବରେ ଥିବା ଆଶିଷ ସିଂଙ୍କୁ ଅବକାରୀ ବିଭାଗର କମିଶନର ଭାବେ ନିଯୁକ୍ତି ମିଳିବା ପରେ କେନ୍ଦ୍ରାଞ୍ଚଳ ଡି.ଆଇ.ଜି.ର ଅତିରିକ୍ତ ଦାୟୀତ୍ବ ଏସ.ଟି.ଏଫ୍. ଡି.ଆଇ.ଜି. ଜୟନାରାୟଣ ପଙ୍କଜଙ୍କୁ ଦିଆଯାଇଛି । କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ପଦ ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ହୋଇଥିବାରୁ ସେଠାରେ ମଧ୍ୟ ଜଣେ ଆଇ.ଜି. ପାହ୍ୟାର ଅଧିକାରୀଙ୍କ ନିଯୁକ୍ତି ହେବ ।
ଏହା ବି ପଢ଼ନ୍ତୁ | କି ନିର୍ଲଜ୍ଜ! ପାର୍କରେ ପିଲାମାନେ ଖେଳୁଥିବା ବେଳେ ତାଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଲେ ଦମ୍ପତି
ଏହା ସହିତ ଭୁବନେଶ୍ବର ଡି.ସି.ପି. ଉମାଶଙ୍କର ଦାଶଙ୍କ ଆଇ.ଜି. ପାହ୍ୟାକୁ ପଦୋନ୍ନତି ହେବାକୁ ଥିବାରୁ ତାଙ୍କ ସ୍ଥାନରେ ମଧ୍ୟ ନୂଆ ଜଣେ ଆଇ.ପି.ଏସ୍. ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ତେବେ ଏହି ଦୁଇଟି ପଦ ପାଇଁ ଅନେକ ଆଇ.ପି.ଏସ୍.ଙ୍କ ନାଁ ତାଲିକାଭୁକ୍ତ କରାଯାଇଥିବା ବିଶେଷ ସୁତ୍ରରୁ ଜଣା ପଡ଼ିଛି । ଭୁବନେଶ୍ବର ଡି.ସି.ପି. ପଦ ପାଇଁ ବ୍ରହ୍ମପୁର ଏସ୍.ପି. ପିନାକ୍ ମିଶ୍ର ଓ ମାଲକାନଗିରୀ ଏସ୍.ପି. ରିଷୀକେଶ ଖିଲାରୀଙ୍କ ନାଁ ଆଗରେ ରହିଥିବା ଜଣା ପଡ଼ିଛି ।
ଓଡ଼ିଶା ପୋଲିସରେ ଖାଲି ପଡ଼ିଥିବା ଏହି ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଇପିଏସ୍ ସ୍ତରରେ ଆଉ ଏକ ଅଦଳବଦଳ କରିବାକୁ ଯାଉଛନ୍ତି । ଏ ନେଇ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଉ ନ ଥିଲେ ମଧ୍ୟ ଚଳିତ ମାସ ଶେଷ କିମ୍ବା ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ଏହି ଅଦଳବଦଳ କରାଯିବ ବୋଲି ଚର୍ଚ୍ଚା ହେଉଛି ।