ପୁଣି ପୁରୀର ଆଉ ଏକ ହୋଟେଲରେ ମହିଳା ପର୍ଯ୍ୟଟକଙ୍କ ନଗ୍ନ ଫଟୋ ଉଠାଇ କର୍ମଚାରୀ ଗିରଫ

ପୋଲିସ ଅଭିଯୋଗ ଆଧାରରେ ସମ୍ପୃକ୍ତ ହୋଟେଲର ଜଣେ କର୍ମଚାରୀ ଗିରଫ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମୋବାଇଲ ଜବତ ହୋଇଛି।

ପୁଣି ପୁରୀର ଆଉ ଏକ ହୋଟେଲରେ ମହିଳା ପର୍ଯ୍ୟଟକଙ୍କ ନଗ୍ନ ଫଟୋ ଉଠାଇ କର୍ମଚାରୀ ଗିରଫ

ପୁଣି ପୁରୀର ଆଉ ଏକ ହୋଟେଲରେ ମହିଳା ପର୍ଯ୍ୟଟକଙ୍କ ନଗ୍ନ ଫଟୋ ଉଠାଇ କର୍ମଚାରୀ ଗିରଫ

  • Share this:
News18 Odia Digital

ପୁରୀ: ସହରରେ ମହିଳା ପର୍ଯ୍ୟଟକ ଅସୁରକ୍ଷିତ। ଘରୋଇ ହୋଟେଲରେ ଦିଆଯାଉଛି ମାନସିକ ନିର୍ଯାତନା। ହୋଟେଲ ବାଥରୁମରେ ଗାଧୋଉଥିବା ସମୟରେ ନଗ୍ନ ଫଟୋ ଉଠାଇ ଭାଇରାଲ କରୁଛନ୍ତି ହୋଟେଲ କର୍ମଚାରୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସମୁଦ୍ରକୂଳ ଥାନାରେ। ପୋଲିସ ଅଭିଯୋଗ ଆଧାରରେ ସମ୍ପୃକ୍ତ ହୋଟେଲର ଜଣେ କର୍ମଚାରୀ ଗିରଫ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମୋବାଇଲ ଜବତ ହୋଇଛି।

ଛତିଶଗଡ଼ର ମହିଳା ପର୍ଯ୍ୟଟକ ସୁନ୍ଦରଗଡରେ ରାହୁଥିବାବେଳେ ଡିସେମ୍ବର ୧୧ରେ ପୁରୀ ଆସିଥିଲେ । ଏହି ମାମଲାରେ ସେ କହିଛନ୍ତି, ‘‘ସମୁଦ୍ରକୂଳ ଥାନା ନିକଟ ହରିହର ଛକ ନିକଟ ହୋଟେଲ ଡି.କେ.ରେ ଆସି ମୁଁ ପରିବାର ସହ ରହୁଥିଲି। ତେବେ ରବିବାର ରାତିରେ ବାଥରୁମ ଯାଇ ଗାଧୋଉଥିବା ବେଳେ ସ୍କାଇଲାଇଟ ବାଟେ ଏକ ମୋବାଇଲ ସେଲ୍ଫି ଷ୍ଟିକ ଲାଗି ଉପରେ ବୁଲୁଥିଲା । ମୁଁ ତାହାକୁ ଦେଖିବା ପରେ ମୋ ହୋସ ଉଡ଼ିଗଲା । ମୁଁ ଦେହରୁ ସବୁ ବସ୍ତ୍ର କାଢ଼ି ସ୍ନାନ କରି ନାଇଟ ସୁଟ ପିନ୍ଧୁଥିଲି । ତୁରନ୍ତ ଦୌଡ଼ି ଯାଇ ଦେଖିଲାବେଳକୁ ସେ ହୋଟେଲର ହାଉସକିପିଂ ଷ୍ଟାଫ ବିପ୍ଲବ ମିତ୍ର ଥିଲେ । ତୁରନ୍ତ ମୋବାଇଲକୁ ଧରି ସେଥିରୁ ଭିଡିଓ ଡିଲିଟ କରିବା ପରେ ପୁଣି ରିସାଇକଲରୁ ଡିଲିଟ କଲି। ତା'ପରେ ସେଥିରେ ଆହୁରି ଏଭଳି ଭିଡିଓ ଥିବା ଦେଖିବା ପରେ ହୋଟେଲ ମାଲିକଙ୍କୁ ଜଣାଇ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲି।"

"ମହିଳା ପର୍ଯ୍ୟଟକଙ୍କ ବାଥରୁମରେ ସ୍ନାନର ଚିତ୍ର ମୋବାଇଲରେ ରେକର୍ଡ କରି ଗିରଫ ହେଲେ ହୋଟେଲ କର୍ମଚାରୀ । ରବିବାର ଦିନ ସମୁଦ୍ରକୁଳ ଥାନା ଅଞ୍ଚଳର ହରିହର ଛକ ନିକଟ ହୋଟେଲ ଡି.କେ.ରେ ଘଟିଛି ଏହି ଘଟଣା । ମହିଳା ପର୍ଯ୍ୟଟକଙ୍କ ଏତଲା କ୍ରମେ ସମୁଦ୍ରକୂଳ ଥାନା ପୋଲିସ ଅଭିଯୁକ୍ତ ବିପ୍ଲବ ମିତ୍ର ଗିରଫ କରିଛି । ଡି.କେ. ହୋଟେଲରେ ହାଉସକିପିଂ ଷ୍ଟାଫ ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ ବିପ୍ଳବ । ମହିଳା ପର୍ଯ୍ୟଟକ ହେଲେ ସୁନ୍ଦରଗଡର। ପରିବାର ସହ ଶନିବାର ଠାରୁ ପୁରୀ ଆସି ହୋଟେଲ ଡି.କେ.ରେ ରହୁଥିଲେ। ପର୍ଯ୍ୟଟକଙ୍କ ପ୍ରତି ଏଭଳି ଘଟଣାକୁ ନେଇ ପୁରୀ ହୋଟେଲ ମାଲିକ ସଙ୍ଘ ପକ୍ଷରୁ ନିନ୍ଦା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଆଉ ହୋଟେଲରେ ଏଣିକି କର୍ମଚାରୀଙ୍କ ମୋବାଇଲ ଫୋନକୁ ନେଇ କଟକଣା କରାଯିବ,’’ କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘର ସମ୍ପାଦକ ରାଜକିଶୋର ପାତ୍ର ।

"ସେପଟେ ଏହା ଗୋଟିଏ ଘଟଣା ନୁହେଁ ଛଅ ମାସ ତଳେ ବଡ଼ଦାଣ୍ଡରେ ଥିବା ନିଳାଞ୍ଚଳ ଭକ୍ତ ନିବାସରେ ଘଟିଥିଲା ଆଉ ଏକ ଅଭାବନୀୟ ଘଟଣା। ଜଣେ ମହିଳା ପର୍ଯ୍ୟଟକ ଗାଧୋଇବା ସମୟରେ ଫଟୋ ଉଠାଇ ଥିଲା ଭକ୍ତନିବାସର ଜଣେ କର୍ମଚାରୀ। ଏନେଇ ଟାଉନଥାନାରେ ମାମଲା ରୁଜୁ ହେବା ସହ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ତାକୁ ଗୁରୁତ୍ୱର ସହ ନେଇଛି ପୁରୀ ପୋଲିସ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସଚେତନତା ମାଧ୍ୟମରେ କିଭଳି ଏହାକୁ ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ଅଭିଯୁକ୍ତ ବିରୁଦ୍ଧରେ ସମୁଦ୍ରକୂଳ ଥାନା ପକ୍ଷରୁ ୩୫୪ସି, ୩୫୪ଡି ଓ ୫୦୯ ଆଇପିସି ମାମଲା ରୁଜୁ କରି ଗିରଫ କରାଯାଇଛି। ମହିଳା ପର୍ଯ୍ୟଟକଙ୍କ ଏତଲା କ୍ରମେ ସମୁଦ୍ରକୂଳ ଥାନା ପୋଲିସ ଅଭିଯୁକ୍ତ ବିପ୍ଲବ ମିତ୍ର ଗିରଫ ହୋଇଥିବା ସହ ମୋବାଇଲ ଜବତ କରାଯାଇଛି,’’ କହିଛନ୍ତି ପୁରୀ ଏସପି କନବର ବିଶାଳ ସିଂ।

ପର୍ଯ୍ୟଟକଙ୍କୁ ସଠିକ ଭାବେ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ପୁରୀ ପୋଲିସ ବାସ୍ତବରେ ଏସବୁ କ୍ଷେତ୍ରରେ ବିଫଳ ହୋଇଛି। ହେଲେ ପୋଲିସର ପଦକ୍ଷେପ ମହିଳା ପର୍ଯ୍ୟଟକଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷା ଦେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
Published by:Lipina Das
First published:
)}