ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି; ଟ୍ରଲର୍ ମାଲିକଙ୍କୁ ହାଣିବା ପରେ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

ମାତ୍ର ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ । ଗୁଳିଗୁଡି଼କ ବିଜୟ ପ୍ରଧାନଙ୍କ କାନ୍ଧ, ପେଟ ଓ ବେକରେ ବାଜିଥିଲା ଓ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ହତ୍ୟା କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ ।

ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି; ଟ୍ରଲର୍ ମାଲିକଙ୍କୁ ହାଣିବା ପରେ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ
ବିଜୟ ପ୍ରଧାନଙ୍କୁ ହସପିଟାଲକୁ ଅଣାଯାଉଛି ।
  • News18 Odia
  • Last Updated: March 15, 2021, 11:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଗୋଟିଏ ଗୁଳିକାଣ୍ଡର ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଉ ଗୋଟିଏ ଫାଇରିଂ ଘଟଣାରେ ଦୋହଲିଯାଇଛି ବାଲେଶ୍ୱର । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ଏହି ପ୍ରକାର ଆପରାଧିକ ଘଟଣା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଏସ୍‌.ପି.ଙ୍କ ବଦଳି ଦାବି କରିଛନ୍ତି ଟ୍ରଲର ବ୍ୟବସାୟୀ ସଙ୍ଘ ।

ସୋମବାର ଦିନ ଚାନ୍ଦିପୁର ସ୍ଥିତ ମେରାଇନ୍‌ ଥାନା ଅଧୀନ ନାଉପାଳଗଡି଼ରେ ପାଖାପାଖି ଛଅ ଜଣ ଦୁର୍ବୃତ୍ତ ଟ୍ରଲର୍‌ ବ୍ୟବସାୟୀ ବିଜୟ ପ୍ରଧାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପ୍ରଧାନ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଗୁଳି କାଣ୍ଡ ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ହାଣିଥିବା ଜଣାପଡ଼ିଛି । ତା’ପରେ ତାଙ୍କ ଉପରକୁ ସେମାନେ ଚାରିରୁ ପାଞ୍ଚ ରାଉଣ୍ଡ୍‌ ଗୁଳି ମାଡ଼ କରିଥିଲେ ବୋଲି କହିଛନ୍ତି କେତେକ ପ୍ରତ୍ୟକ୍ଷଦର୍ଶୀ । ମୃତ ବିଜୟ ପ୍ରଧାନ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଇଞ୍ଚା ପଞ୍ଚାୟତର ଘୋଡ଼ାପଦା ଅଞ୍ଚଳର ସନାତନ ପ୍ରଧାନଙ୍କ ପୁଅ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ଗତ ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଏହା ଦ୍ୱିତୀୟ ଗୁଳିକାଣ୍ଡ । ୧୩ ତାରିଖ ଦିନ ସହର ମଧ୍ୟରେ ଥିବା ସଞ୍ଜୟ ହାଇଟ୍ସ ଆପାର୍ଟମେଣ୍ଟରେ ଗାଡି଼ ପାର୍କିଂକୁ ନେଇ ଉପୁଜିଥିବା ଗୁଳିକାଣ୍ଡରେ ଜଣେ ଅବସରପ୍ରାପ୍ତ ପ୍ରଫେସର୍‌ ନିଜ ପଡ଼ୋଶୀଙ୍କ ଛାତିକୁ ଗୁଳି ମାରିଥିଲେ । ପଡ଼ୋଶୀ ଜଣକ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେହି ଘଟଣାରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଗିରଫ କରାଯାଇଛି ।

ମେଡିକାଲ ଫାଣ୍ଡି ସମ୍ମୁଖରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।


ଟ୍ରଲର୍‌ ବ୍ୟବସାୟୀ ବିଜୟ ପ୍ରଧାନଙ୍କର ଗୁଳି ମାଡ଼ିରେ ମୃତ୍ୟୁ ଘଟିବା ପରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଗୁଳିକାଣ୍ଡ ପରି ଅପରାଧ ବୃଦ୍ଧି ପାଉଥିବା କହି ଟ୍ରଲର୍‌ ବ୍ୟବସାୟୀମାନେ ମେଡିକାଲ ଫାଣ୍ଡି ସମ୍ମୁଖରେ ପ୍ରଧାନଙ୍କ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସ୍‌.ପି. ଓ ମେରାଇନ୍‌ ଥାନା ଅଧିକାରୀଙ୍କ ବଦଳି ଦାବି କରିଥିଲେ ସେମାନେ ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଏହି ଘଟଣା ପରେ ସଦର ବିଧାୟକ ସ୍ୱରୂପ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ପୂର୍ବତନ ବିଧାୟକ ଅରୁଣ ଦେ ପ୍ରମୁଖଙ୍କ ସହ ବରିଷ୍ଠ ନେତାମାନେ ହସପିଟାଲରେ ପହଞ୍ଚିଥିଲେ । ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ମେଡିକାଲ ଫାଣ୍ଡି ସମ୍ମୁଖରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଏସ୍‌.ପି. ସୁଧାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତର ନେତୃତ୍ୱ ନେଇଥିଲେ । ଘଟଣା ସ୍ଥଳରେ ଦୁଇଟି ଖୋକା ମିଳିଥିବା ଜଣାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି

ମୃତ ବିଜୟ ପ୍ରଧାନ ଚାନ୍ଦିପୁର ସ୍ଥିତ ବଳାରାମଗଡି଼ରେ ଦୀର୍ଘ ଦିନ ହେବ ଟ୍ରଲର୍‌ ବ୍ୟବସାୟ କରୁଥିଲେ । ତାଙ୍କର ଦୀପା ତାରାଣୀ ନାମରେ ଚାରିଟି ଟ୍ରଲର୍‌ ଅଛି । ପୂର୍ବରୁ ବ୍ୟବସାୟକୁ ନେଇ ତାଙ୍କର କାହା ସହ ଶତ୍ରୁତା ରହିଥିବା କୁହାଯାଉଛି । ସୋମବାର ଦିନ ସେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଅପରାହ୍ଣ ୩ଟା ୪୫ ମିନିଟରେ ବଳରାମଗଡି଼ ସ୍ଥିତ ନାଉପାଳଗଡି଼ରେ ଥିବା ତାଙ୍କ ଟ୍ରଲର୍‌ ନିକଟକୁ ଯାଇଥିଲେ । କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସେହି ସମୟରେ ପାଖାପାଖି ଛଅ ଜଣ ଦୁର୍ବୃତ୍ତ ପୂର୍ବରୁ ତାଙ୍କୁ ଆକ୍ରମଣ କରିବା ପାଇଁ ଉପସ୍ଥିତ ଥିବା ବେଳେ ତାଙ୍କୁ ଦେଖି ପ୍ରଥମେ ଖଣ୍ଡାରେ ହାଣିବା ପାଇଁ ଗୋଡ଼ାଇଥିଲେ ।

ଏହି ଟ୍ରଲର୍ ଭିତରକୁ ଦୌଡ଼ି ଦୌଡ଼ି ପଶିଯାଇଥିଲେ ବିଜୟ ପ୍ରଧାନ ।


ଖଣ୍ଡାର ଚୋଟ ଖାଇବା ପରେ ଦୌଡି଼ ଦୌଡି଼ ଟ୍ରଲର୍‌ ମଧ୍ୟକୁ ପଶିଯାଇଥିଲେ ପ୍ରଧାନ, ହେଲେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଗୁଡି଼କ ତାଙ୍କ କାନ୍ଧ, ପେଟ ଓ ବେକରେ ବାଜିଥିଲା ଓ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଗୁଳି ମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ, ଅର୍ଥାତ୍‌ ୫ଟା ୩୦ ମିନିଟରେ କେତେକ ବ୍ୟବସାୟୀ ତାଙ୍କୁ ବାଲେଶ୍ୱର ହସପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ଆଶ୍ଚର୍ଯ୍ୟର କଥା ଯେ ଏହି ଘଟଣା ଚାନ୍ଦିପୁର ଥାନାରୁ ଅଳ୍ପ ଦୂରରେ ଓ ମେରାଇନ୍‌ ଥାନାରୁ ମାତ୍ର ପ୍ରାୟ ୩୦୦ ମିଟର ଦୂରରେ ଘଟିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ନ ଥିଲା । ଏପରିକି ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ହସପିଟାଲକୁ ଆସି ନ ଥିଲା । ହସପିଟାଲରେ ଆକ୍ରୋଶିତ ଟ୍ରଲର୍‌ ବ୍ୟବସାୟୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓ ସେମାନେ ଶବକୁ ମେଡିକାଲ ଫାଣ୍ଡି ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଯାଇ ପୋଲିସ ସେଠାରେ ପହଞ୍ଚିଥିଲା ।



ପୋଲିସର ଅପାରଗତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଅଭିଯୋଗ କରିବା ସହ ବାଲେଶ୍ୱର ଏସ୍‌.ପି. ଓ ମେରାଇନ ଥାନା ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ଟ୍ରଲର୍‌ ବ୍ୟବସାୟୀମାନେ ।
Published by: Anand Shankar Thankur Das
First published: March 15, 2021, 11:35 PM IST