ରାଜଧାନୀରେ ପୁଣି ଆଉ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ରାଜଧାନୀରେ ପୁଣି ଆଉ ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା ନେଇ ସବୁ ମହଲରେ ଆଲୋଚନା । ସିନର୍ଜୀ ଇଞ୍ଜିନିୟରିଂ କଲେଜର ବି.ଟେକର ଦ୍ବିତୀୟ ବର୍ଷର ଛାତ୍ର ସାହିଲବାଜ ବେନିଆ କରିଛନ୍ତି ଆତ୍ମହତ୍ୟା।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୂବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ବେଳେ ରାଜଧାନୀରେ ପୁଣି ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ଛାତ୍ର ଜଣଙ୍କ ହେଉଛନ୍ତି ସାହିଲବାଜ ବେନିଆ ସିନର୍ଜୀ ଇଞ୍ଜିନିୟରିଂ କଲେଜର ବି.ଟେକ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର।

ସେ କାହିଁକି ଆତ୍ମହତ୍ୟା କଲେ କେଉଁଥି ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ହୋଇନାହିଁ। ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। କଟକ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସେପଟେ ଏମିତି ହେବା ଦ୍ବାରା କଲେଜରେ ଶୈକ୍ଷିକ ବାତାବରଣକୁ ନଷ୍ଟ ହେବା ଆଗାମୀ ପିଢ଼ି ପଥ ଭ୍ରଷ୍ଟ ହେବାର ଅନୁମାନ କରାଯାଉଛି।
Published by:Sujit Swain
First published: