କଟକ ନରସିଂହପୁରରେ ପୁଣି ଗଜରାଜଙ୍କୁ ଗୁଳି ମାଡ଼; ଅଭିଯୁକ୍ତକୁ ଧରିବାକୁ ଦାବି

ନରସିଂହପୁର ଅଞ୍ଚଳରେ ଦନ୍ତାହାତୀ ଦେହରେ ବାଜିଛି ଦେଶୀ ବନ୍ଧୁକର ଗୁଳି । ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଗର୍ଜନ ଏଣେତେଣେ ଧାଇଁବାରେ ଲାଗିଥିଲା । ଦୃଶ୍ୟ ଲୋକ ଲୋଚନକୁ ଆସିବା ପରେ ସ୍ଥାନିୟ ଲୋକେ ବନ ବିଭାଗକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ ।

କଟକ ନରସିଂହପୁରରେ ପୁଣି ଗଜରାଜଙ୍କୁ ଗୁଳି ମାଡ଼; ଅଭିଯୁକ୍ତକୁ ଧରିବାକୁ ଦାବି

କଟକ ନରସିଂହପୁରରେ ପୁଣି ଗଜରାଜଙ୍କୁ ଗୁଳି ମାଡ଼; ଅଭିଯୁକ୍ତକୁ ଧରିବାକୁ ଦାବି

  • Share this:
​News 18 Odia Digital

କଟକ; ନରସିଂହପୁର ଅଞ୍ଚଳରେ ଦନ୍ତାହାତୀ ଦେହରେ ବାଜିଛି ଦେଶୀ ବନ୍ଧୁକର ଗୁଳି । ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଗର୍ଜନ ଏଣେତେଣେ ଧାଇଁବାରେ ଲାଗିଥିଲା । ଦୃଶ୍ୟ ଲୋକ ଲୋଚନକୁ ଆସିବା ପରେ ସ୍ଥାନିୟ ଲୋକେ ବନ ବିଭାଗକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ପ୍ରଥମେ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ହାତୀକୁ କାବୁ କରିବାକୁ ବନ ବିଭାଗ ନାକେଦମ୍ ହୋଇଥିଲା । ଲୋକଙ୍କୁ ପାଖରୁ ଦେଖି ଜଙ୍ଗଲ ଭିତରକୁ ଧାଇଁବାକୁ ଉଦ୍ୟମ କରିଥିଲା ହାତୀଟି କିନ୍ତୁ କୌଶଳ କ୍ରମେ ବନ ବିଭାଗ କାବୁ କରିବାରେ ସକ୍ଷମ ହୋଇଥିଲା ।ହାତୀକୁ ଧରିବା ପରେ ବନ ବିଭାଗ ଉପସ୍ଥିତିରେ ମେଡିକାଲ ଟିମ୍ ହାତୀର ଚିକିତ୍ସା କରୁଛନ୍ତି । ହାତୀର କାନ, ଶୁଣ୍ଢ ସମେତ ଶରୀରର ଅନ୍ୟ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି ।
ମାସେ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା ।  ତେବେ ଲଗାତାର ଏପରି ଘଟଣାର ପୁନରାବୃତ୍ତି ବିଭିନ୍ନ ମହଲରେ କଡ଼ା ସମାଲୋଚନା ସୃଷ୍ଟି କରିଛି । କିଏ ଓ କାହିଁକି ହାତୀକୁ ଗୁଳି କଲା ସେ ନେଇ ତଦନ୍ତ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତକୁ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନିୟବାସିନ୍ଦା ମତ ଦେଇଛନ୍ତି ।
Published by:Soubhagya Mishra
First published: