ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା‌ ‘ନିଭାର୍‌’; ଆଜିଠୁ ବର୍ଷିବ, ଓଡ଼ିଶାକୁ ବିପଦ ନାହିଁ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତକାଲି ବାତ୍ୟାର ରୂପ ନେଇଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି । ବାତ୍ୟା ନିଭାର୍‌’ ଆଜି ସନ୍ଧ୍ୟାରେ ତାମିଲନାଡୁ, ପଣ୍ଡିଚେରୀ ଉପକୂଳ ତଥା କାରାଇକାଲ ଉପକୂଳ ଦେଇ ଗତି କରିବ ।

ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା‌ ‘ନିଭାର୍‌’; ଆଜିଠୁ ବର୍ଷିବ, ଓଡ଼ିଶାକୁ ବିପଦ ନାହିଁ
ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା‌ ‘ନିଭାର୍‌’
  • News18 Odia
  • Last Updated: November 25, 2020, 11:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା । ଏହାର ପ୍ରଭାବରେ ୨୫ଓ ୨୬ ତାରିଖରେ ରାଜ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ନିଭାର ର ଭୟ ନାହିଁ ଓଡିଶା କୁ। ରାଜ୍ୟରେ ପଡିବନି ସିଧା ପ୍ରଭାବ।ଦକ୍ଷିଣ ଓଡିଶାରେ ଭାରି ବର୍ଷା ନେଇ ସୂଚନା । ପାଣିପାଗ ବିଜ୍ଞାନୀମାନେ ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର୍‌’ ରଖିଥିବା ଜଣାଯାଇଛି । ତେବେ ଆଶ୍ୱସ୍ତିକର କଥା ହେଲା ଯେ ଓଡ଼ିଶା ଉପ‌ରେ ବାତ୍ୟାର ପ୍ରଭାବ ସିଧାସଳଖ ପଡ଼ିବ ନାହିଁ । ଏହା ଛଡା ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି । ରାଜ୍ୟର ୧୨ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ରେକର୍ଡ଼ କରଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟାର ପ୍ରଭାବ ଶୀତ ଯୋଗୁଁ ବଢିଛି । ଆଜିଠୁ ଦିନର ତାପମାତ୍ରା କମିବା ସହ ଥଣ୍ଡା ଅନୁଭୂତ ହେବ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତକାଲି ବାତ୍ୟାର ରୂପ ନେଇଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି । ବାତ୍ୟା ନିଭାର୍‌’ ଆଜି ସନ୍ଧ୍ୟାରେ ତାମିଲନାଡୁ, ପଣ୍ଡିଚେରୀ ଉପକୂଳ ତଥା କାରାଇକାଲ ଓ ମାଂଲପୁର ଉପକୂଳ ଦେଇ ଗତି କରିବ । ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ରହିବ । ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିଲେ ବି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆଜିଠାରୁ ଦକ୍ଷିଣ ଓଡିଶାରେ ପାଗ କୋହଲା ହେବା ସହ ସଂଧ୍ୟାଠାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପ ବର୍ଷା ହେବ । ୨୬ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇବ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଜି ଗଭୀର ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

"ବାତ୍ୟା ଡ଼ର ଓଡିଶାକୁ ନାହିଁ । ଉତ୍ତର-ପଶ୍ଚିମ ଦିଗ ହୋଇ ଏହା ତାମିଲନାଡୁ ଓ ପଣ୍ଡିଚେରୀ ଠାରେ ସ୍ଥଳଭାଗ ଛୁଇଁବ । ଫଳରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଓଡିଶା ଉପକୂଳକୁ ଭୟ ନାହିଁ," କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସ ।

ଦକ୍ଷିଣ ଓଡିଶାରେ ବର୍ଷା ହେବା ସହ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ କୋହଲା ରହିବ । ଏହା ସହ ସ୍ୱଳ୍ପ ବର୍ଷା ମଧ୍ୟ ରହିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି । ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସହ ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଫଲରେ ଦିନର ତାପମାତ୍ରା କମିବ ଓ ଥଣ୍ଡା ଅନୁଭୂତ ହେବ । ବାତ୍ୟା ପ୍ରଭାବରେ ଉତ୍ତର ଭାରତରୁ ଥଣ୍ଡା ପବନ ଆସୁଥିବାରୁ ତାପମାତ୍ରା ହ୍ରାସ ପାଇଛି । ୧୫ ଡ଼ିଗ୍ରୀ ତଳେ ୧୨ ସହର ରହିଥିବାବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୧.୦, ସୋନପୁର ୧୧.୪ , ଅନୁଗୁଳ ୧୧.୬, ବାରିପଦା ୧୨.୦, କେନ୍ଦୁଝର ୧୨.୪, ତାଳଚେର ୧୨.୫ , ଭବାନୀପାଟଣା ୧୩.୬ , ଝାରସୁଗୁଡା ୧୩.୮, କୋରାପୁଟ ୧୪.୦, କଟକ ୧୪.୫ ଓ ଚାନ୍ଦବାଲି ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ ହୋଇଛି । ଆଗକୁ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

"ବାତ୍ୟା ଯୋଗୁ ଉତ୍ତର ଭାରତ ଅର୍ଥାତ ଦିଲ୍ଲୀ, ରାଜସ୍ଥାନରୁ ଓଡିଶାକୁ ପବନ ଆସୁଛି । ଯାହା ଫଳରେ ତାପମାତ୍ରା କମୁଛି ଓ ଶୀତ ବଢୁଛି । ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଭଳି ଶୀତ ଲାଗି ରହିବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶତ ଚନ୍ଦ୍ର ସାହୁ ।
Published by: Jagdish Barik
First published: November 25, 2020, 11:42 AM IST
corona virus btn
corona virus btn
Loading