ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ଅକ୍ଟୋବର ମାସରେ ସମସ୍ତଙ୍କୁ ଘାରିଲା ବାତ୍ୟା ଚିନ୍ତା; ଆସନ୍ତା କିଛି ଦିନ ମଧ୍ୟରେ ସଷ୍ଟି ହୋଇପାରେ ଝଡ଼

ପୁଣି ଅକ୍ଟୋବର ମାସରେ ସମସ୍ତଙ୍କୁ ଘାରିଲା ବାତ୍ୟା ଚିନ୍ତା; ଆସନ୍ତା କିଛି ଦିନ ମଧ୍ୟରେ ସଷ୍ଟି ହୋଇପାରେ ଝଡ଼

ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ଘାରିଛି। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର କୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି ।

ପୁଣି ଅକ୍ଟୋବର ମାସରେ ସମସ୍ତଙ୍କୁ ଘାରିଲା ବାତ୍ୟା ଚିନ୍ତା; ଆସନ୍ତା କିଛି ଦିନ ମଧ୍ୟରେ ସଷ୍ଟି ହୋଇପାରେ ଝଡ଼
ପୁଣି ଅକ୍ଟୋବର ମାସରେ ସମସ୍ତଙ୍କୁ ଘାରିଲା ବାତ୍ୟା ଚିନ୍ତା
  • News18 Odia
  • Last Updated: October 7, 2021, 5:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଅକ୍ଟୋବର ମାସ ଆସିଲେ ସମସ୍ତଙ୍କୁ ଘାରେ ବାତ୍ୟା ଭୟ । ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ଓଡ଼ିଶା ମୁଁହା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ତେବେ ବର୍ତ୍ତମାନ ଠାରୁ ଆକଳନ କରିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ କହିଥିବାବେଳେ ଦଶହରା କିମ୍ବା ଆସନ୍ତା ୧୬ ତାରିଖ ପରେ ଏହା ଓଡ଼ିଶା ଅତିକ୍ରମ କରିବା ନେଇ ମଡେଲ ଇଣ୍ଡିକେଟ କରୁଛି ।

ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ଘାରିଛି। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର କୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା କ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଓଡ଼ିଶା ଆଡ଼େ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪/୫ ଦିନ ଭିତରେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ। ତେବେ ଏହାର ପ୍ରଭାବରେ କେବେ ଠାରୁ ଓ କେଉଁ କେଉଁ ଅଞ୍ଚଳରେ ବର୍ଷା ହେବ ଯଦିଓ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ କିନ୍ତୁ ଦଶହରା ସମୟରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ଜଣାପଡୁଛି।

"ବର୍ତ୍ତମାନ ମୌସୁମୀ ସାରା ଦେଶରୁ ଫେରୁଛି। କାଁ ଭାଁ ବର୍ଷା ମଧ୍ୟ ହେଉଛି। ଆଗକୁ ୧୦ ତାରିଖ ସୁଦ୍ଧା ଲଘୁଚାପ ହେବ। ଯାହା କ୍ରମେ ଓଡ଼ିଶା ଉପକୂଳ ମୁହାଁ ହେବ। ହେଲେ ବର୍ତ୍ତମାନ ବାତ୍ୟା ନେଇ କୌଣସି ସୂଚନା ନାହିଁ,’’ କହିଛନ୍ତି ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ।

ଆସନ୍ତା କିଛି ଦିନ ମଧ୍ୟରେ ସଷ୍ଟି ହୋଇପାରେ ଝଡ଼


ମୌସୁମୀ ଫେରିବା ସମୟରେ ସାଧାରଣତଃ ବାତ୍ୟା ହୁଏ। ଏହି ଟ୍ରାଞ୍ଜିଟ ପିରିୟଡ଼ ବାତ୍ୟା ପାଇଁ ଅନୁକୂଳ ହୋଇଥାଏ । ବର୍ତ୍ତମାନ ଦେଶର କିଛି ଭାଗରୁ ମୌସୁମୀ ପ୍ରତ୍ୟବର୍ତ୍ତନ ଆରମ୍ଭ ହୋଇଥିବାବେଳେ ସମୁଦ୍ର ପତନର ତାପମାତ୍ରା ଅଧିକ ରହୁଛି। ଯାହା ବାତ୍ୟା ପାଇଁ ଅନୁକୂଳ ପାଗ ବୋଲି ବିଶେସଜ୍ଞ ମତ ଦେଉଛନ୍ତି। ଲଘୁଚାପ ୧୦ ତାରିଖଠୁ କିମ୍ବା ଏହା ପରେ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବର୍ଷା କରାଇବ। କିନ୍ତୁ ଏହା ବାତ୍ୟା କରାଇବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ। ଯଥେଷ୍ଟ ପୂର୍ବରୁ ଯଦିଓ ବାତ୍ୟା ଆକଳନ କରିବା ସଠିକ ନୁହେଁ କିନ୍ତୁ ପାଗ ଅନୁକୂଳ ରହିଛି। ଯଦି ଏହା ବାତ୍ୟା ହୁଏ ତେବେ ସାରା ଓଡ଼ିଶାରେ ପ୍ରଭାବ ପକାଇବ। ଲଘୁଚାପ ଯଦି କେବଳ ଘନୀଭୂତ ହୁଏ ତେବେ ଦକ୍ଷିଣ ଓ ଆଭ୍ୟନ୍ତିରଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ ।

ବାତ୍ୟା ବିଷୟରେ ଏବେ ଠାରୁ କହିବା ସଠିକ ହେବ ନାହିଁ। ୧୦ ତାରିଖ ନୁହେଁ ବରଂ ଏହା ପରେ ଲଘୁଚାପ ସୃଷ୍ଟି ହେବା ଭଳି ମଡେଲ କହୁଛି। ଏହା ପରେ ସ୍ପଷ୍ଟ କରିହେବ ଯେ କ'ଣ ଏହାର ରୂପରେଖ ରହିବ। ଯଦି ବାତ୍ୟା ହୁଏ ତେବେ କେତେ ଗଭୀର ରହିବ ଓ ଏହାର ଗତିପଥ ଅନୁଯାୟୀ ଏହା କେଉଁଠି ଓ କେବେ ଉପକୂଳ ଛୁଇଁବ। କିନ୍ତୁ ବର୍ତ୍ତମାନ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ଶରଚନ୍ଦ୍ର ସାହୁ କହିଛନ୍ତି।

ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବାବେଳେ ଲଘୁଚାପ କ୍ଷେତ୍ର କି ରୂପ ନେବ ଏବେ ଏହା ଉପରେ ସମସ୍ତଙ୍କ ନଜର। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଛି। ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଆସନ୍ତା ୩ ଦିନ ଭିତରେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଯିବ।
Published by: Lipina Das
First published: October 7, 2021, 5:27 PM IST