News18 Odia Digital
ନୂଆ ଦିଲ୍ଲୀ: 7th Pay Commission Latest Updates: ମୋଦି ସରକାର ପୁଣି ଥରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଆଉ ଏକ ଉପହାର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବା ପରେ ଏବେ ଆଉ ଏକ ଭତ୍ତା ଅର୍ଥାତ୍ ଘର ଭଡ଼ା ଭତ୍ତା (House Rent Allowance - HRA) ବୃଦ୍ଧି କରାଯିବାର ଯୋଜନା ରହିଛି । ଯଦି ମିଡି଼ଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଜାନୁଆରୀ ମାସରେ ବର୍ଦ୍ଧିତ HRA ପାଇବେ ।
ଅର୍ଥ ମନ୍ତ୍ରଣାଳୟ (Finance Ministry) ଏହି ପରିପ୍ରେକ୍ଷୀରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ଲାଗୁ କରିବା ଦାବି ଉପରେ ବିଚାର କରିବା ଆରମ୍ଭ କରିଛି । ଏହି ପ୍ରସ୍ତାବ ଅନୁମୋଦନ ପାଇଁ ରେଳ ବୋର୍ଡକୁ (Railway Ministry) ପଠାଯାଇଛି। ପ୍ରସ୍ତାବ ଅନୁମୋଦନ ହେବା ପରେ କର୍ମଚାରୀମାନେ ଜାନୁଆରୀ ୨୦୨୨ରୁ ବର୍ଦ୍ଧିତ ହାରରେ HRA ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅHRA ବଢ଼ିବା ମାତ୍ରେ ଏହି କର୍ମଚାରୀମାନଙ୍କ ବେତନ ବହୁତ ବୃଦ୍ଧି ପାଇବ । ଭାରତୀୟ ରେଳ ବୈଷୟିକ ପର୍ଯ୍ୟବେକ୍ଷକ ସଙ୍ଘ (IRTSA) ଓ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମ୍ୟାନ୍ (NFIR) ଜାନୁଆରୀ ୧, ୨୦୨୧ରୁ HRA କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏହା ପରେ ସବୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଏହା ଲାଗୁ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନବୀନ ପଟ୍ଟନାୟକ ଓ ଜଗନ ମୋହନ ରେଡ୍ଡୀଙ୍କ ବୈଠକରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ତୁଟାଇବା ପାଇଁ ସହମତି ହେଲାଘର ଭଡା ଭତ୍ତାର (HRA) ବର୍ଗ X, Y ଓ Z ଶ୍ରେଣୀ ସହର ଅନୁଯାୟୀ ସ୍ଥିର ହୋଇଥାଏ । X ବର୍ଗରେ ପଡୁଥିବା କର୍ମଚାରୀମାନେ ଏଣିକି ମାସକୁ ୫,୪୦୦ ଟଙ୍କାରୁ ଅଧିକ HRA ପାଇବେ । ଏହା ପରେ Y ଶ୍ରେଣୀର କର୍ମଚାରୀମାନେ ମାସକୁ ୩,୬୦୦ ଟଙ୍କା ଘର ଭଡ଼ା ଭତ୍ତା ପାଇବେ ଓ ତା’ପରେ Z ଶ୍ରେଣୀରେ ଥିବା କର୍ମଚାରୀମାନେ ମାସକୁ ୧,୮୦୦ ଟଙ୍କା HRA ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ X ବର୍ଗରେ ଆସନ୍ତି । ଏହି ସହରଗୁଡିକରେ ରହୁଥିବା କେନ୍ଦ୍ରୀୟ କର୍ମଚାରୀମାନେ ୨୭% HRA ପାଇବେ । Y ବର୍ଗର ସହରରେ ଏହା ୧୮% ହେବ ଓ Z ବର୍ଗରେ ଏହା ୯% ହେବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।