ଆଉ ଜଣେ ଅଭିଯୁକ୍ତ ଗିରଫ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ବହୁର୍ଚ୍ଚିଚିତ ପ୍ରି-ଆକ୍ଟିଭେଟଡ୍ ସିମ୍ ଜାଲିଆତି ମାମଲା ଆଉ ଜଣେ ଅଭିଯୁକ୍ତ ଗିରଫ। ଜାଲିଆତି ମାମଲା ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ରାଉତକୁ ପ୍ରି-ଆକ୍ଟିଭେଟଡ୍ ସିମ୍ ଯୋଗାଇବା ଅଭିଯୋଗରେ ଦୋଳଗୋବିନ୍ଦ ପରିଡ଼ା ନାମକ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସାଇବର ଥାନା ପୋଲିସ ।
ଢେଙ୍କାନାଳ କାମାକ୍ଷାନଗର ବାସିନ୍ଦା ୨୧ ବର୍ଷ ବୟସ୍କ ଦୋଳଗୋବିନ୍ଦ ଏକ ନିର୍ଦ୍ଧିଷ୍ଟ ଟେଲିକମ୍ କମ୍ପାନୀରେ କାମ କରୁଥିଲା । ସେ ଗତ ୮ ମାସ ମଧ୍ୟରେ ଜାଲିଆତି ମାମଲା ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ରାଉତକୁ ତିନି ହଜାରରୁ ଉର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟଡ୍ ସିମ୍ ବିକ୍ରି କରିଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଏହି କାରବାର ପାଇଁ ଦୁଷ୍ମନ୍ତଠାରୁ ଦୋଳଗୋବିନ୍ଦକୁ ବିପୁଳ ପରିମାଣ ଅର୍ଥ ନେଇଥିବା କ୍ରାଇମବ୍ରାଞ୍ଚର ତଦନ୍ତରୁ ଜଣା ପଡ଼ିଛି ।
ଏହି ପ୍ରି-ଆକ୍ଟିଭେଟଡ୍ ସିମ୍ କାର୍ଡ଼ କାରବାର ନେଇ ଅନେକ ଲୋକଙ୍କ ନାଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟେଲିକମ୍ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ପଚରା ଉଚରା ପାଇଁ ନିଜ କାର୍ଯ୍ୟାଳୟକୁ ଡ଼ାକିଥିଲା ତଦନ୍ତକାରୀ ସଂସ୍ଥା । ସେହି ଦୁଇ ଜଣଙ୍କ ମଧ୍ୟରୁ ଦୋଳଗୋବିନ୍ଦଙ୍କ ଦୋଷ ପ୍ରମାଣିତ ହେବା ପରେ ତାଙ୍କୁ ଗରିଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ନ୍ୟୁଜ ୧୮ ଡିଜିଟାଲକୁ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂଚନା ମୁତାବକ" ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆମେ ରିମାଣ୍ଡରେ ଆଣି ପଚରା ଉଚରା କରାଯାଉଛି। ସେହି ଜେରାରୁ ବହୁଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ହାସଲ ହେଉଛି । ଆସନ୍ତା ୯ ତାରିଖ ଦିନ ଅଭିଯୁକ୍ତମାନଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବ କିନ୍ତୁ ଆମେ ସେମାନଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବୁ"।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁ ସହିତ ତାର ଦୁଇ ସହଯୋଗୀ ସାଇପ୍ରକାଶ ଦାସ ଓ ଅବିନାଶ ନାୟକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୯ ହଜାର ୬୪୧ ପ୍ରି ଆକ୍ଟିଭେଟ୍ ସିମ ସହ ୧୪ ଲକ୍ଷ ୩୨ ହଜାର ଟଙ୍କା, ୨୪୭ ଟି ମେବାଇଲ ଭାଉଚର, ୪୮ଟି ମୋବାଇଲ ହ୍ୟାଣ୍ଡସେଟ, ଫିଙ୍ଗର ପ୍ରିଣ୍ଟ ସ୍କାନର, ୪୪୦ ଜଣ ଲୋକଙ୍କ ପାସପୋର୍ଟ ସାଇଜ ଫଟୋ, ୩୯୪ଟି ଭୋଟର ଆଇକାର୍ଡ଼ ଓ ୫ଟି ଆଧାର କାର୍ଡ଼ ସହ ଗୋଟିଏ ଲ୍ୟାପଟପ ଭଳି ବହୁ ସାମଗ୍ରୀକୁ ଜବତ କରିଥିଲା କ୍ରାଇମବ୍ରାଞ୍ଚ ।
ଏହି ସିମଗୁଡ଼ିକ ବିଶେଷ କରି ସିମ ଜରିଆରେ ଓଟିପିକୁ ଜେନେରେଟ କରି ସେଗୁଡ଼ିକୁ ବହୁସଂଖ୍ୟାରେ ସାଇବର ଠକଙ୍କୁ ବିକ୍ରି କିରାଯାଉଥିଲା। ସେହି ସିମ୍ ତଥା ଓଟିପି ବ୍ୟବହାର କରି ସାଇବର ଠକମାନେ ଠକେଇର ଅର୍ଜିତ ହେଉଥିବା ଟଙ୍କାରେ ନିଜର ଫେକ୍ ଆକାଉଣ୍ଟ ଓ ୱାଲେଟ୍ ଜରିଆରେ ସ୍ବିଗୀ, ଆମାଜନ୍, ଫ୍ଲିଫକାର୍ଟ, ପେଟିଏମ, ଫୋନଫେରେ କାରବାର କରୁଥିଲେ। ଏହା ସହିତ ଏହି ସାଇବର ଅପରାଧୀମାନେ ଓଡ଼ିଶା ସର୍କଲର ସିମକାର୍ଡର ଓଟିପିକୁ ବ୍ୟବହାର କରି ବହୁ ସଂଖ୍ୟକ ବେନାମୀ ହ୍ଵାଟ୍ସଆପ ଆକାଉଣ୍ଟ ଖୋଲିଥିଲେ। ପ୍ରତିଷ୍ଠିତ ଲୋକମାନଙ୍କ ନାଁରେ ଜାଲିଆତି କରି ଓ୍ବାଟ୍ସଆପ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ।
Published by:Soumya Das
First published: