• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ; ବୈଠକରେ ନିଆଗଲା ନିଷ୍ପତ୍ତି

ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ; ବୈଠକରେ ନିଆଗଲା ନିଷ୍ପତ୍ତି

ପୌର ନିର୍ଦ୍ଦେଶକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜଳ ଅମଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହିତ ଏହି ନୂଆ ଲକ୍ଷ୍ୟ ପୂରଣ ପାଇଁ କୁହାଯାଇଛି। ସମୀକ୍ଷାରୁ ଜଣାଯାଇଛି ଯେ ୧୯୯୯ଟି ୱାର୍ଡରେ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଦିଆଯାଇଛି।

ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ

ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ

  • Share this:
News18 Odia Digital

ଭୁବନେଶ୍ବର: ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳ ଗୁଡିକରେ ଆଉ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତି ୱାର୍ଡରେ ଥିବା ଖୋଲା ସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପୌର ନିର୍ଦ୍ଦେଶକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜଳ ଅମଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହିତ ଏହି ନୂଆ ଲକ୍ଷ୍ୟ ପୂରଣ ପାଇଁ କୁହାଯାଇଛି। ସମୀକ୍ଷାରୁ ଜଣାଯାଇଛି ଯେ ୧୯୯୯ଟି ୱାର୍ଡରେ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨,୦୮୯ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଗତ ବର୍ଷ ଯେଉଁସବୁ ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା ତାହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ମୁକ୍ତା, ଜାଗା ମିଶନ୍‌, ଆହାର, ଏଲଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା କରାଯାଇଥିଲା। ପୌରାଞ୍ଚଳ ଗୁଡିକରେ ଚଳାଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହିତ ପ୍ରକଳ୍ପ ଗୁଡ଼ିକୁ ଧାର୍ଯ୍ୟ ସମୟରେ ସମାପ୍ତ କରିବାକୁ ନିଶ୍ଚିତ କରାଯାଇଥିଲା।

ସମସ୍ତ ପୌରାଞ୍ଚଳକୁ ମଧ୍ୟ ଏକ ଘରୋଇ ମୋଡରେ ବସ୍ତି ଓ ବିଜୁ ଆଦର୍ଶ କଲୋନୀରେ ପ୍ରତ୍ୟେକ ଘରୋଇ ଗୋଷ୍ଠି ଶୌଚାଳୟ ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ପୌର ନିର୍ଦ୍ଦେଶକ ନାୟକ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଅତରିକ୍ତ ସଚିବ କଲ୍ୟାଣ ରଥ ଓ ପ୍ରଭାତ ମହାପାତ୍ର ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଯୁଗ୍ମ ସଚିବ ତଥା ସୁଡାର ନିର୍ଦ୍ଦେଶକ ସାରଦା ପଣ୍ଡା ସ୍ୱାଗତ ଭାଷଣ ଦେଇ ସମୀକ୍ଷା ବୈଠକ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ଉକ୍ତ ବୈଠକ ମହାନଗର ନିଗମଗୁଡିକର କମିଶନର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ବାହୀ ଅଧିକାରୀମାନେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ। ତେବେ ଏହା ନୂଆ ନୁହେଁ। ଗତ ବର୍ଷ ମଧ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବର୍ଷା ଜଳ ଧରି ରଖିବା (କ୍ୟାଚ୍‍ ଦି ରେନ୍‍) ଅଭିଯାନ ଆରମ୍ଭ କରିଥିଲା।

ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡ଼ିଶାର ୧୧୪ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍‍ଏସ୍‍) ର୍ନିମାଣ ଲକ୍ଷ୍ୟ ନେଇ କାମ ଆରମ୍ଭ କରିଥିଲା।

ମିଶନ୍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଙ୍ଗଠନ ଗୁଡିକର ଯୋଗଦାନ (ସିବିଓ) ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିଲା। ବର୍ଷା ଜଳ ଧରି ରଖିବାର ଅଭିଯାନକୁ କ୍ଷେତ୍ର ସ୍ତରରୁ ବିପୁଳ ସମର୍ଥନ ମିଳୁଛି। ରାଜ୍ୟର ସହରାଞ୍ଚଳ ଗୋଷ୍ଠୀ ମାଧ୍ୟମରେ ଏହାର ସଫଳତା ଓ ଗ୍ରହଣକୁ ଦେଖି ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗରେ ଆହୁରି ୧୦,୦୦୦ ରୁ ଅଧିକ ଆରଡବ୍ଲ୍ୟୁଏଚ୍‍ଏସ୍‍ ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଥିଲା ବିଭାଗ।
Published by:Lipina Das
First published: