ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ କାଉଣ୍ଟିଂ ଆରମ୍ଭ ହୋଇଛି।
- News18 Odia
- Last Updated :
- New Delhi, India
News18 Odia Digital
ଚିଲିକା: ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି। ବନ ବିଭାଗର ୨୧ଟି ଟିମ୍ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜଳ ଓ ସ୍ଥଳଭାଗରେ ଗଣନା ପାଇଁ ବାଇନାକୁଲାର ସହ ଜିପିଏସ୍ ଓ କ୍ୟାମେରାର ବ୍ୟବହାର କରାଯାଇଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରାଯାଇଛି।
ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା , ନୂଆପଡା , ଟାଙ୍ଗୀରେ ମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ ଜଣ ଲଖାଏଁ ଗଣନାକାରୀ ଅଛନ୍ତି । ବାଇନାକୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , ବାର୍ଡ ଏକ୍ସପର୍ଟଙ୍କ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟ ପାଇଁ ୧୦୦ ଜଣ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍ ଜଳ ଭାଗରେ ଏବଂ ୨ଟି ଟିମ୍ ସ୍ଥଳ ଭାଗରେ ଗଣନା କରୁଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଦିନ ୧୧ଟା ଯାଏ ଚାଲିବ ।
ସେହିପରି ଗଣନା ସମୟେର ଚିଲିକା ମଧ୍ୟକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଏରିଆରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ ମଧ୍ୟ ରୋକ୍ ଲଗାଇଛି ବନ୍ୟପ୍ରାଣୀ ବିଭାଗ । ଏହି ଗଣନା କାର୍ଯ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।