‘‘୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି… କେହି ପୀଡ଼ିତା ଭାଙ୍ଗି ପଡ଼ିବା ଉଚିତ ନୁହେଁ’’: ଅଞ୍ଜନା ମିଶ୍ର

୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ବର-ବାରଙ୍ଗ ରାସ୍ତାରେ ଅଞ୍ଜନା ମିଶ୍ରଙ୍କ ସହ ହୋଇଥିଲା ଗଣଦୁଷ୍କର୍ମ । ରାଜ୍ୟରେ ହାଇଚଇ ସୃଷ୍ଟି କରିଥିଲା ସେହି ଘଟଣା । ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ପଦିଆ ସାହୁ ଓ ଟୁନିଆକୁ ଆଜୀବନ କାରାଦଣ୍ଡ ହୋଇସାରିଛି ।

‘‘୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି… କେହି ପୀଡ଼ିତା ଭାଙ୍ଗି ପଡ଼ିବା ଉଚିତ ନୁହେଁ’’: ଅଞ୍ଜନା ମିଶ୍ର
ସାମ୍ବାଦିକ ସମ୍ମିଳନୀ ସ୍ଥଳରେ ପହଞ୍ଚୁଛନ୍ତି ଅଞ୍ଜନା ମିଶ୍ର
  • News18 Odia
  • Last Updated: February 22, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ୨୨ ବର୍ଷ ତଳେ ତାଙ୍କ ସହ ଘଟିଥିବା ଅଘଟଣକୁ ମନେ ପକାଇ କାନ୍ଦି ପକାଇଛନ୍ତି ଅଞ୍ଜନା ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ୧୯୯୯ ମସିହାର ସେହି ଗଣଦୁଷ୍କର୍ମ ଘଟଣା ବିଷୟରେ କହିବା ବେଳେ ସେ ବାଷ୍ପରୁଦ୍ଧ ହୋଇ ପଡ଼ିଥିଲେ । ସେ କହିଥିଲେ ଯେ ୨୨ ବର୍ଷ ହେଲା ‘‘ମୁଁ ମରି ମରି ବଞ୍ଚିଛି’’ ।

‘‘କମିଶନରେଟ ପୋଲିସର ଅହରହ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଛି (ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ) । ୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି । ମୋ’ ଘରକୁ ପଥର ମାରିଲେ । ଅନେକ ହତ୍ୟା ଧମକ ଦେଉଥିଲେ ସେମାନେ । କିଛି ଗ୍ରୁପ ମତେ ମାରିଦେବାକୁ ଉଦ୍ୟମ କରୁଥିଲେ । ଅସମ୍ଭବ କାମକୁ ସମ୍ଭବ କରିଛନ୍ତି ପୋଲିସ କମିଶନର। ମୁଁ ଭାବି ନ ଥିଲି ଅଭିଯୁକ୍ତ ଗିରଫ ହେବ,’’ କହିଛନ୍ତି ଅଞ୍ଜନା ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଲିୟା କଶ୍ୟପନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ

ସେ କହିଛନ୍ତି ଯେ ପରୋକ୍ଷ ଭାବରେ ତାଙ୍କୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା । ‘‘ମୁଁ (ତତ୍କାଳୀନ ମୁଖ୍ୟ ମନ୍ତ୍ରୀ) ଜେ.ବି. ପଟ୍ଟନାୟକ ଓ ଇନ୍ଦ୍ରଜିତ ମହାନ୍ତିଙ୍କ ନାମରେ ମାମଲା ଦେବାରୁ ପ୍ରତିଶୋଧ ନେବା ପାଇଁ ସେମାନେ ଏମିତି କରିଥିଲେ। ଜେ.ବି. ପଟ୍ଟନାୟକ ବଞ୍ଚିଥିବା ବେଳେ ଅଭିଯୁକ୍ତ ଧରା ପଡି଼ଥିଲେ ଭଲ ହୋଇଥାନ୍ତା । ଅଭିଯୁକ୍ତକୁ ଫାଶି ନ ହେଲେ ଆଜୀବନ କାରାଦଣ୍ଡ ଦିଆଯାଉ । ସାରା ଜୀବନ ସେ ଜେଲରେ ରହୁ ।’’

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ମୁମ୍ବାଇରେ ଗିରଫ କରିଛି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ।


‘‘ବର୍ଷେ ତଳେ ମୋତେ ଧମକ ଦିଆଯାଇଥିଲା । ମୁଁ କେବେ ଡରିନି, କିନ୍ତୁ ହଇରାଣ ହୋଇଛି । ସୁଶ୍ରୀ କାନୁନଗୋ ମହାନ୍ତି ଥିଲେ, ମୋ’ ଉପରେ ରାଗ ରଖି ପଥର ମାଡ଼ କରୁଥିଲେ । ସେ କଂଗ୍ରେସର । ଘରେ ରହି ଚୁପ୍‌ ବସିବା ପାଇଁ ଧମକ ଦେଉଥିଲେ । ତାଙ୍କ ସ୍ବାମୀ ଯବାନମାନଙ୍କୁ ନେଇ ମୋ’ ଆପାର୍ଟମେଣ୍ଟରେ ପଥର ମାଡ଼ କରିଥିଲେ,’’ କହିଛନ୍ତି ଅଞ୍ଜନା ମିଶ୍ର ।

ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମାଗାଳିଦେଲା, ତେଣୁ ପୁଅ ମାକୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା

ଅନ୍ୟ ପୀଡି଼ତାମାନଙ୍କୁ ସେ ଭାଙ୍ଗି ନ ପଡି଼ବାକୁ ପରାମର୍ଶ ଦେଇଛନ୍ତି । ‘‘ଆମ ନ୍ୟାୟିକ ପ୍ରକ୍ରିୟା ବହୁତ ଲମ୍ବା। ଡେରି ହେଲେ ବି ନ୍ୟାୟ ମିଳିବ । ଅଭିଯୁକ୍ତକୁ ଧରିଥିବାରୁ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ପୋଲିସ ଟିମକୁ ଧନ୍ୟବାଦ,’’ ସେ କହିଛନ୍ତି ।

ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜେ.ବି. ପଟ୍ଟନାୟକ


୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ବର-ବାରଙ୍ଗ ରାସ୍ତାରେ ଅଞ୍ଜନା ମିଶ୍ରଙ୍କ ସହ ହୋଇଥିଲା ଗଣଦୁଷ୍କର୍ମ । ରାଜ୍ୟରେ ହାଇଚଇ ସୃଷ୍ଟି କରିଥିଲା ସେହି ଘଟଣା । ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ପଦିଆ ସାହୁ ଓ ଟୁନିଆକୁ ଆଜୀବନ କାରାଦଣ୍ଡ ହୋଇସାରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ମାମଲାର ୨୨ ବର୍ଷ ପରେ ଗିରଫ କରିଛି କମିଶନରେଟ ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରଙ୍ଗୀଲା ଗର୍ଲ୍ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି

ଏହି ମାମଲାର ଛାନଭିନ୍‌ କରୁଥିବା ସିବିଆଇ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ନ ଥିଲା । ବହୁତ ଚାଲାକ୍‌ ଥିଲା ବିବନ । ନିଜର ପରିଚୟ ବଦଳାଇ କଟକ ନରଣପୁରର ଜଳନ୍ଧର ସ୍ବାଇଁ କରି ମହାରାଷ୍ଟ୍ରରେ ପାଇପ କର୍ମଚାରୀ ଭାବେ କାମ କରୁଥିଲା ସେ । ଏକ କମ୍ପାନୀରେ ୨୦୦୭ରୁ କାମ ଆରମ୍ଭ କରି ବେଳେ ୨୦୧୧ରେ ସେ ସ୍ଥାୟୀ କର୍ମଚାରୀ ହୋଇଥିଲା । ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡରେ ବି ବିବନ ବିଶ୍ବାଳ ନାଁ ବଦଳାଇ କରିଦେଇଥିଲା ଜଳନ୍ଧର ସ୍ବାଇଁ । ସବୁ ପ୍ରକାର ଜାଲ୍‌ ପ୍ରମାଣ ପତ୍ର ଯୋଗାଡ଼ କରିଦେଇଥିଲା ବିବନ ।

ଅନ୍ୟ ଲୋକଙ୍କ ସହାୟତାରେ ବିବାନ ନିଜ ପରିବାର ସହ ଯୋଗାଯୋଗରେ ଥିଲା । ସେହି ଅନ୍ୟ ଲୋକମାନଙ୍କ ପିଛା କରି ମୁମ୍ବାଇରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ । ବିବନକୁ ଧରିବା ପାଇଁ ମାତ୍ର ତିନି ମାସ ତଳେ ଆରମ୍ଭ ହୋଇଥିଲା ଅପରେସେନ୍‌ 'ସାଇଲେଣ୍ଟ ଭାଇପର' ବା ନୀରବ ବୋଡ଼ା ସାପ । ଗଠିତ ହୋଇଥିଲା କଟକ କମିଶନରେଟ୍‌ ପୋଲିସର ଚାରି-ଜଣିଆ ଟିମ୍‌ । କଟକ ପୋଲିସ ମହାରାଷ୍ଟ୍ର ପୋଲିସ ସହାୟତାରେ ତାକୁ ଲୋନାୱାଲାର ଆମ୍ବିଭାଲିରୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇ କୋର୍ଟ । ଏପରିକି ଏହି ଘଟଣା କାରଣରୁ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିପାରି ନ ଥିଲା ସିବିଆଇ । ସିବିଆଇ ଯାହା କରିପାରି ନ ଥିଲା ତାହା କରିଦେଖାଇଛି କମିଶନରେଟ ପୋଲିସ ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି

ଭୁବନେଶ୍ବର-ବାରଙ୍ଗ ରାସ୍ତାର ବେଲଗଛିଆ ନିକଟରେ ଘଟିଥିଲା ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ । ଘଟଣା ସମଗ୍ର ଦେଶରେ ଚାର୍ଚ୍ଚାର ବିଷୟ ପାଲଟିଥିଲା । ମାମଲାର ଗୁରୁତ୍ବକୁ ଦେଖି ତଦନ୍ତ କରିଥିଲା ସିବିଆଇ । ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପଦିଆ ଓ ମହେନ୍ଦ୍ରକୁ ଗିରଫ କରାଯାଇଥିଲା । କିନ୍ତୁ ଫେରାର ଥିଲା ବିବନ ।

ଏହା ବି ପଢ଼ନ୍ତୁ | ବାଥରୁମ୍ରେ ଗାଧୋଇବା ବେଳେ ଗିଜର୍ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା

୨୦୧୦ ମସିହାରେ ଏହି ମାମଲାର ବିଚାର କରୁଥିବା ତତ୍କାଳୀନ ହାଇ କୋର୍ଟ ଜଷ୍ଟିସ ଏସ୍‌.ଏନ୍‌. ନାଇଡୁ ବିବନର ଗିରଫଦାରୀକୁ ନେଇ ପୋଲିସକୁ ସାଧୁବାଦ ଦେଇଛନ୍ତି । ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, ‘‘ପୂର୍ବରୁ ସିବିଆଇ ଯେଉଁ ଚାର୍ଜଶିଟ୍‌ ଦାଖଲ କରିଥିଲା ସେଥିରେ ଅଭିଯୁକ୍ତ ବିବନର ନାଁ ନ ଥିଲା । ତେଣୁ ବିବନ ନାଁରେ ସିବିଆଇ ନିଶ୍ଚୟ ଆଉ ଗୋଟିଏ ଚାର୍ଜଶିଟ ଦାଖଲ କରିବ । ଅଭିଯୁକ୍ତକୁ ଯିଏ ପ୍ରଶୟ ଦେଇଥିଲା ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ।’’



ବିବନ ବିଶ୍ବାଳକୁ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରାଯାଇଛି । ତାକୁ ସିବିଆଇ କୋର୍ଟରେ ହାଜର କରାଯିବା ପରେ କୋର୍ଟର ନିର୍ଦ୍ଦେଶ ଅନୁସାରେ ତାକୁ ଜେଲକୁ ପଠାଇ ଦିଆଯାଇଛି ।
Published by: Anand Shankar Thankur Das
First published: February 22, 2021, 11:10 PM IST