ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୧୯ ବର୍ଷ ପରେ ହାଇ କୋର୍ଟରେ ମାମଲାରେ ପୂର୍ଣ୍ଣଛେଦ ପଡ଼ିଲା; ରହିଗଲା ପ୍ରଶ୍ନ

ହାଇ କୋର୍ଟରେ ଶୁଣାଣି ବେଳେ CBI ପକ୍ଷରୁ କେହି ହାଜର ହୋଇ ନ ଥିଲେ । ରାଜ୍ୟ ସରକାର ନିଜ ପକ୍ଷ ରଖି କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ଫେରାର ବିବନ ଗିରଫ ହୋଇଛି ତଥା ଦୁଇ ଷଡ଼ଯନ୍ତ୍ର ଅଭିଯୁକ୍ତ – ଜନକୀବଲ୍ଲଭ ପଟ୍ଟନାୟକ ଓ ଇନ୍ଦ୍ରଜିତ ରାୟ – ଆଉ ନାହାନ୍ତି ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୧୯ ବର୍ଷ ପରେ ହାଇ କୋର୍ଟରେ ମାମଲାରେ ପୂର୍ଣ୍ଣଛେଦ ପଡ଼ିଲା; ରହିଗଲା ପ୍ରଶ୍ନ
ଅତୀତର ଛାଇ: ଓଡ଼ିଶା ହାଇ କୋର୍ଟ ଓ (ଡାହାଣ) ଅଞ୍ଜନା ମିଶ୍ର
  • News18 Odia
  • Last Updated: March 1, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହାଇ କୋର୍ଟରେ ଦାୟର ହୋଇଥିବା ମାମଲାର ପୁର୍ଣ୍ଣଚ୍ଛେଦ ପଡ଼ିଛି । ୧୯ ବର୍ଷ ତଳେ ଅଞ୍ଜନା ମିଶ୍ର ଦାୟର କରିଥିବା ମାମଲାର ଶୁଣାଣି କରି ସୋମବାର ଦିନ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି । ଏହି ଦୁଷ୍କର୍ମ ମାମଲାରେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଦୋଷୀ ସାବ୍ୟସ୍ତ ହେବା ଏବଂ ଷଡ଼ଯନ୍ତ୍ର ଅଭିଯୁକ୍ତମାନଙ୍କ ମୃତ୍ୟୁ ହୋଇଥିବାରୁ ମାମଲାକୁ ଆଉ ଆଗକୁ ବଢ଼ାଇବାର ଆବଶ୍ୟକତା ନ ଥିବା ଅନୁଭବ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୯ ମସିହାରେ ଏହି ଗଣ ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ତାଙ୍କ ପ୍ରତି ଦୁଷ୍କର୍ମ କରିଥିବା ନେଇ ଅଞ୍ଜନା ଧୀରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ ଓ ବିବନ ବିଶ୍ବାଳଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । ଘଟଣା ପରେ ଧୀରେନ୍ଦ୍ର ଓ ପ୍ରଦୀପ ଗିରଫ ହୋଇଥିଲେ, କିନ୍ତୁ ବିବନ ଫେରାର ଥିଲା ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସାମଗ୍ରୀ ସହିତ କାର୍ ଜବତ; ତଦନ୍ତ ଜାରି

ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତରେ ଶିଥିଳତା ପ୍ରଦର୍ଶନ କରିବା, ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜୀତ ରାୟ ଘଟଣାକୁ ଚପାଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଅଞ୍ଜନା ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜେ.ବି. ପଟ୍ଟନାୟକ


୨୦୦୨ ମସିହା ଜୁନ୍‌ ମାସରେ ଅଞ୍ଜନା ହାଇ କୋର୍ଟରେ ଦାୟର କରିଥିବା ଏହି ମାମଲାର ପ୍ରଥମ ଶୁଣାଣି ସେହି ବର୍ଷ ଅଗଷ୍ଟ ୨୧ ତାରିଖ ଦିନ ହୋଇଥିଲା । ସେହି ଶୁଣାଣି ସମୟରେ କୋର୍ଟ ସିବିଆଇକୁ ନୋଟିସ କରିଥିଲେ । ସେତେବେଳେ ହାଇ କୋର୍ଟରେ ଦାଖଲ କରିଥିବା ନିଜ ଜବାବରେ ସିବିଆଇ ତିନି ଜଣ ଅଭିଯକ୍ତଙ୍କ ମଧ୍ୟରୁ ବିବନ ବିଶ୍ବାଳ ଫେରାର ଥିବା, ତାକୁ ଖୋଜିବା ଲାଗି ଉଦ୍ୟମ ଚାଲିଥିବା ଓ ତା’ ବାବଦରେ ସୂଚନା ଦେଲେ ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିବା କୋର୍ଟଙ୍କୁ ଅବଗତ କରିଥିଲା ।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

ହେଲେ ସେହି ଦିନ ଠାରୁ ଏହି ମାମଲାର ଆଉ ଶୁଣାଣି ହୋଇ ପାରି ନ ଥିଲା । ସଂଯୋଗ ବଶତଃ ବିବନ ଗିରଫ ହେବା ପରେ ସୋମବାର ଦିନ ୧୯ ବର୍ଷ ତଳର ସେହି ମାମଲାର ପୁଣି ଶଣାଣି ହୋଇଥିଲା । ଏହି ଶୁଣାଣିରେ ସିବିଆଇ ପକ୍ଷରୁ କେହି ହାଜର ହୋଇ ନ ଥିଲେ ମଧ୍ୟ ରାଜ୍ୟ ସରକାର ଏ ନେଇ ନିଜ ପକ୍ଷ ରଖିଥିଲେ ଓ ଫେରାର ଥିବା ବିବନକୁ ଗିରଫ କରାଯାଇଥିବା ତଥା ଦୁଇ ଷଡ଼ଯନ୍ତ୍ର ଅଭିଯୁକ୍ତ ଜନକୀବଲ୍ଲଭ ପଟ୍ଟନାୟକ ଓ ଇନ୍ଦ୍ରଜିତ ରାୟଙ୍କ ମୃତ୍ୟୁ ହୋଇଥିବା କୋର୍ଟଙ୍କୁ ଅବଗତ କରାଇଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଏହି ମାମଲାର ପୁର୍ଣ୍ଣଚ୍ଛେଦ ପକାଇଥିଲେ ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

“ଆଜି ସିବିଆଇ ପକ୍ଷରୁ କେହି କୋର୍ଟରେ ହାଜର ହୋଇ ନ ଥିଲେ । ଆସିଷ୍ଟାଣ୍ଡ ସଲିସିଟର ଜେନେରାଲ ଆସିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଗଲା ଯେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ସାରିଛି । ଆଉ ଯେଉଁ ଦୁଇ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଅଛି – ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଇନ୍ଦ୍ରଜିତ ରାୟ – ତାଙ୍କ ମୃତ୍ୟୁ ଘଟିଲାଣି । ତେଣୁ କୋର୍ଟ ଏହି ମାମଲାକୁ ଶୁଣିବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ,” କହିଛନ୍ତି ଅଞ୍ଜନାଙ୍କ ଓକିଲ ବିଭୁ ତ୍ରିପାଠୀ ।



ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ତଳ କୋର୍ଟରେ ବିବନ ବିଶ୍ବାଳର ମାମଲା ପରିଚାଳନା ହେବ ବୋଲି କହିଛନ୍ତି ବିବନଙ୍କ ଓକିଲ ଚିନ୍ମୟ ମହାନ୍ତି । ତେବେ ବିବନ ବିଶ୍ବାଳ ଗିରଫ ହେବା ଓ ହାଇ କୋର୍ଟରେ ଅଞ୍ଜନାଙ୍କ ଦ୍ବାରା ଦାୟର ମାମଲାର ଶୁଣାଣି ହୋଇ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ୨୨ ବର୍ଷର ଏକ ଲମ୍ବା ସମୟ ଧରି ଚାଲିଥିବା ଏହି ପ୍ରସଙ୍ଗର ଅନ୍ତ ଘଟିଛି ।
Published by: Anand Shankar Thankur Das
First published: March 1, 2021, 11:55 PM IST