୨୨ ବର୍ଷ ପରେ ନୂଆ ଫର୍ଦ୍ଦ: ଜେଲରେ TI ପରେଡ଼ରେ ଦୁଷ୍କର୍ମକାରୀ ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର

ବିବନ ବିଶ୍ୱାଳ ଭଳି ତାକୁ ମିଶାଇ ମୋ’ଟ ୧୨ ଜଣଙ୍କୁ ଠିଆ କରାଯାଇଥିଲା ଜେଲର ଏକ କୋଠରୀରେ । ଏକ ଲମ୍ବା ଲାଇନରେ ଠିଆ ହୋଇଥିଲେ ସେମାନେ । ଗଣଦୁଷ୍କର୍ମକୁ ୨୨ ବର୍ଷ ବିତିଯାଇଥିବାରୁ ଜଣ ଜଣ କରି ପ୍ରତି ବ୍ୟକ୍ତିକୁ ନିରେଖି ଦେଖିଥିଲେ ଅଞ୍ଜନା ।

୨୨ ବର୍ଷ ପରେ ନୂଆ ଫର୍ଦ୍ଦ: ଜେଲରେ TI ପରେଡ଼ରେ ଦୁଷ୍କର୍ମକାରୀ ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର
ଟି.ଆଇ. ପରେଡ଼ ପରେ ଜେଲରୁ ବାହାରକୁ ଆସୁଛନ୍ତି ଅଞ୍ଜନା ମିଶ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ନିକଟରେ ଗିରଫ ହୋଇଥିବା ତୃତୀୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟି.ଆଇ. ପରେଡ଼କୁ ଅନୁମତି ଦେବା ପରେ ବୁଧବାର ଦିନ ଝାରପଡା ଜେଲରେ ଆୟୋଜିତ ହୋଇଥିବା ଚିହ୍ନଟ ପ୍ରକ୍ରିୟାରେ ବିବନକୁ ଚିହ୍ନିବାରେ ସଫଳ ହୋଇଛନ୍ତି ଅଞ୍ଜନା ।

ବିବନ ବିଶ୍ୱାଳ ଭଳି ମୋଟ ୧୨ ଜଣଙ୍କୁ ଠିଆ କରାଯାଇଥିଲା ଜେଲର ଏକ କୋଠରୀରେ । ଏକ ଲମ୍ବା ଲାଇନରେ ଠିଆ ହୋଇଥିଲେ ସେମାନେ । ଅଞ୍ଜନାଙ୍କ ପାଖରେ ଥିଲେ ଜେଲ୍‌ ଡ଼ିଆଇଜି, ଜେଲ ଅଧୀକ୍ଷକ ଓ ମାଜିଷ୍ଟ୍ରେଟ୍‌ । ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା ଟି.ଆଇ. ପରେଡ଼ । ଗଣ ଦୁଷ୍କର୍ମ ଘଟଣାକୁ ଦୀର୍ଘ ୨୨ ବର୍ଷ ବିତିଯାଇଥିବାରୁ ଜଣ ଜଣ କରି ପ୍ରତି ବ୍ୟକ୍ତିକୁ ନିରେଖି ଦେଖିଥିଲେ ଅଞ୍ଜନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଏହି ପରେଡ଼ରେ ପ୍ରଥମେ ଅଞ୍ଜନାଙ୍କୁ ଟିକିଏ ଅସୁବିଧା ହୋଇଥିଲା । ବିବନ ସମେତ ଠିଆ ହୋଇଥିବା ୧୨ ଜଣଙ୍କ ଉଚ୍ଚତା ଥିଲା ସମାନ । ସେମାନଙ୍କ ଚେହେରା ବି ପ୍ରାୟ ଏକା ଭଳି ଥିଲା । ତା’ ଭିତରେ ଜଣ ଜଣ କରି ସମସ୍ତଙ୍କୁ ଚିହ୍ନଟ କରିବାର ପ୍ରୟାସ ଅଞ୍ଜନାଙ୍କ ପାଇଁ ପ୍ରଥମେ କଷ୍ଟକର ହୋଇପଡି଼ଥିଲା । ଡ୍ରାଇଭର ନୀଳକଣ୍ଠ ଅଡ଼ୁଆରେ ପଡି଼ଯାଇଥିଲା । ହେଲେ ପୁରୁଣା ଘଟଣାକୁ ମନେ ପକାଇବା ସହ ଅଞ୍ଜନା ବିବନକୁ ଚିହ୍ନିବାରେ ସଫଳ ହୋଇଥିଲେ ।

ଟି.ଆଇ. ପରେଡ଼ରେ ଅଞ୍ଜନାଙ୍କ ପାଖରେ ଥିଲେ ଜେଲ୍ ଡ଼ିଆଇଜି, ଜେଲ ଅଧୀକ୍ଷକ ଓ ମାଜିଷ୍ଟ୍ରେଟ୍ ।


୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଅଞ୍ଜନା ମିଶ୍ରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚର ସୃଷ୍ଟି କରିଥିଲା । ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇ କୋର୍ଟ । ଏପରିକି ଘଟଣା ପାଇଁ ପଦରୁ ଇସ୍ତଫା ଦେଇଥିଲେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଧରିପାରି ନ ଥିଲା ସିବିଆଇ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଈର୍ଷ୍ୟାରେ ବର ଫଟୋଗ୍ରାଫରଙ୍କୁ ବିଧା ମାରିବା ପରେ କନ୍ୟା ହସି ହସି ବେଦମ୍! ଦେଖନ୍ତୁ VIDEO

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ପଦିଆ ସାହୁ ଓ ଟୁନିଆକୁ ଆଜୀବନ କାରାଦଣ୍ଡ ହୋଇସାରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଘଟଣାର ୨୨ ବର୍ଷ ପରେ ମୁମ୍ବାଇର ଆମ୍ବିଭାଲିରୁ ଗିରଫ କରିଥିଲା କମିଶନରେଟ ପୋଲିସ । ସିବିଆଇ ଯାହା କରିପାରି ନ ଥିଲା ତାହା କରିଦେଖାଇଥିଲା କମିଶନରେଟ ପୋଲିସ ।

ବହୁତ ଚାଲାକ୍‌ ଥିଲା ବିବନ । ନିଜର ପରିଚୟ ବଦଳାଇ କଟକ ନରଣପୁରର ଜଳନ୍ଧର ସ୍ବାଇଁ ନାଁରେ ମହାରାଷ୍ଟ୍ରରେ ରହୁଥିଲା ଓ ପାଇପ କର୍ମଚାରୀ ଭାବେ କାମ କରୁଥିଲା । ଯେଉଁ କମ୍ପାନୀରେ ୨୦୦୭ରୁ ସେ କାମ କରୁଥିଲା ସେଇଠି ୨୦୧୧ରେ ସେ ହୋଇଥିଲା ସ୍ଥାୟୀ କର୍ମଚାରୀ । ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡରେ ସେ ନିଜ ନାଁ ବଦଳାଇ କରିଦେଇଥିଲା ଜଳନ୍ଧର ସ୍ବାଇଁ । ଅତି ପାଇଁ ସବୁ ପ୍ରକାର ଜାଲ୍‌ ପ୍ରମାଣ ପତ୍ର ଯୋଗାଡ଼ କରିଥିଲା ବିବନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା

ଅନ୍ୟ ଲୋକଙ୍କ ସହାୟତାରେ ବିବନ ନିଜ ପରିବାର ସହ ଯୋଗାଯୋଗରେ ଥିଲା ବୋଲି ପୋଲିସ କହିଛି । ସେହି ଅନ୍ୟ ଲୋକକୁ ଖୋଜି ଖୋଜି ମହାରାଷ୍ଟ୍ରରେ ତା’ ପାଖରେ ପହଞ୍ଚିଥିଲା ପୋଲିସ ।  ବିବନକୁ ଧରିବା ପାଇଁ ମାତ୍ର ତିନି ମାସ ତଳେ ଆରମ୍ଭ ହୋଇଥିବା ଅପରେସେନ୍‌ 'ସାଇଲେଣ୍ଟ ଭାଇପର' ବା ‘ନୀରବ ବୋଡ଼ା ସାପ’ରେ କାମ କରୁଥିଲା କଟକ କମିଶନରେଟ୍‌ ପୋଲିସର ଚାରି ଜଣିଆ ଟିମ୍‌ । କଟକ ପୋଲିସ ମହାରାଷ୍ଟ୍ର ପୋଲିସ ସହାୟତାରେ ବିବନକୁ ଲୋନାୱାଲାର ଆମ୍ବିଭାଲିରୁ ଗିରଫ କରିଥିଲା ।



ଭୁବନେଶ୍ବର-ବାରଙ୍ଗ ରାସ୍ତାର ବେଲଗଛିଆ ନିକଟରେ ଘଟିଥିଲା ସେହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ । ଘଟଣାଟି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲାରେ ରାଜନୈତିକ ତାତି ଏତେ ବଢ଼ିଥିଲା ଯେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।
Published by: Anand Shankar Thankur Das
First published: March 3, 2021, 9:00 PM IST