ଅନୁଗୁଳ: ୫ କି.ମି. ଉଚ୍ଚ ପାହାଡ଼ରେ ଥିବା ଗାଁରେ ପ୍ରଥମ ଥର ପହଞ୍ଚିଲେ MLA; ରାସ୍ତାର ଆଶା ବଢ଼ିଲା

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଗାଁରେ ପାହାଡ଼ରେ ଥିବା ଏକ ଖୋଲା କୂଅ ହିଁ ଲୋକଙ୍କର ଜୀବନ ବିନ୍ଦୁ । ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ଗାଁରେ ପାଦ ଦେଇଥିବା ଦେଖି ଲୋକେ ବଡ଼ ଖୁସି ହୋଇଥିଲେ ।

ଅନୁଗୁଳ: ୫ କି.ମି. ଉଚ୍ଚ ପାହାଡ଼ରେ ଥିବା ଗାଁରେ ପ୍ରଥମ ଥର ପହଞ୍ଚିଲେ MLA; ରାସ୍ତାର ଆଶା ବଢ଼ିଲା
ବିଧାୟକ ରମେଶ ଚନ୍ଦ୍ର ସାଏ ଚାଲି ଚାଲି ଯାଉଛନ୍ତି ତେନ୍ତୁଳିଖୋଲ ଗାଁକୁ ।
  • News18 Odia
  • Last Updated: January 25, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରି ମହାନ୍ତି | News18 Odia Digital

ଅନୁଗୁଳ: ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଗାଁରେ ଜଣେ ବିଧାୟକଙ୍କ ପାଦ ପଡ଼ିବାରୁ ଗ୍ରାମବାସୀଙ୍କ ଖୁସିର ସୀମା ନ ଥିଲା । ଏହା ପୂର୍ବରୁ କେବେ କୌଣସି ଜନ ପ୍ରତିନିଧିଙ୍କର ପାଦ ପଡି଼ ନ ଥିଲା ପ୍ରାୟ ୫ କି.ମି. ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଏହି ଗାଁରେ । ନୃତ୍ୟ, ସଙ୍ଗୀତ ଓ କୀର୍ତ୍ତନ ମଧ୍ୟରେ ଗ୍ରାମବାସୀ ପାଛୋଟି ନେଇଥିଲେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ରମେଶ ଚନ୍ଦ୍ର ସାଏଙ୍କୁ ।

ଏହି ଗାଁକୁ ରାସ୍ତା ନ ଥିବାରୁ ସେଠାକୁ ସାଇକେଲ ବା ଗାଡ଼ି ମଟର କିଛି ଯାଇ ପାରେନି । କେବଳ ଚାଲି ଚାଲି ଯିବାକୁ ହୁଏ । ପଞ୍ଚାୟତ ମୁଖ୍ୟାଳୟ ଠାରୁ କିଛି ବାଟ ଗଲେ ଏକ ଦୁର୍ଗମ ପାହାଡ଼ ଉପରେ ଅବସ୍ଥିତ ଏହି ଗାଁ – ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍‌ ଧଡ଼ରପାଳ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୋଲ । ଏହି ଗାଁରେ ବସବାସ କରନ୍ତି ୨୦ଟି ପରିବାର । ପ୍ରାୟ ୫ କି.ମି. ସଙ୍କୀର୍ଣ୍ଣ ରାସ୍ତାରେ ପାଦରେ ଚାଲି ଏହି ଗାଁକୁ ଯିବାକୁ ହୁଏ । ଆଜି ପର୍ଯ୍ୟନ୍ତ ଏଠାକାର ଲୋକଙ୍କ ପାଇଁ ସବୁଦିନିଆ ରାସ୍ତାଟିଏ ତିଆରି ହୋଇ ପାରି ନାହିଁ । ସେଇଥି ପାଇଁ ଏହା ପୂର୍ବରୁ କୌଣସି ଜନ ପ୍ରତିନିଧି ଏହି ଗାଁକୁ କେବେ ଯିବାକୁ ଇଚ୍ଛା କରି ନାହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଗାଁର ଲୋକେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଗାଁରେ ପାଦ ଦେବାର ଦେଖି ବଡ଼ ଖୁସି ହୋଇଥିଲେ । ପ୍ରଶାସନିକ ସେବାର ଚାକିରୀ ଛାଡି଼ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ରମେଶ ଚନ୍ଦ୍ର ସାଏଙ୍କୁ ଗାଁକୁ ଆସିବାକୁ ଗ୍ରାମବାସୀମାନେ ନିମନ୍ତ୍ରଣ କରିଥିଲେ । ସେ ଆସି ପହଞ୍ଚିଥିବାରୁ ଏବେ ସେମାନଙ୍କ ମନରେ ଆଶାର କିରଣ ଦେଖା ଦେଇଛି ।

ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ପ୍ରତୀକ୍ଷାରେ ବସିଛନ୍ତି ଗ୍ରାମବାସୀମାନେ ।


‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାୟକଙ୍କୁ ନିର୍ଦେଶ ଦେଇଛନ୍ତି ରାଜଧାନୀରେ ନ ରହି ଗାଁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସେଗୁଡି଼କର ସମାଧାନ କରିବାକୁ । ତେଣୁ ତାଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ଏହି ଗାଁକୁ ଆସିଛି । ବହୁତ କଷ୍ଟ ହେଲା । ଛଅ କିଲୋମିଟର୍‌ ପାହାଡ଼ ଚଢି଼ ଏହି ଗାଁକୁ ଆସିବା ସହଜ ନୁହେଁ । ତାହାପି ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷା କରି ଆସିଛି । ନିଶ୍ଚିତ ଭାବେ ସେମାନଙ୍କ ପାଇଁ କିଛି କରିବି ବୋଲି ଶପଥ ନେଇଛି,’’ କହିଥିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

ତେନ୍ତୁଳିଖୋଲ ଗାଁରେ ଅନେକ ସମସ୍ୟା ରହିଛି । ପାହାଡ଼ ଉପରେ ଥିବା ଏକ ଖୋଲା କୂଅ ହିଁ ଗ୍ରାମବାସୀମାନଙ୍କର ଜୀବନ ବିନ୍ଦୁ । ଗାଁରେ ସ୍କୁଲଟିଏ ନାହିଁ । ଛୋଟ ଛୋଟ ପିଲାମାନେ ଚାଲି ଚାଲି ୫ କି.ମି. ତଳକୁ ଆସିବା ପରେ ସେଠାରୁ ପୁଣି ୧୦ କି.ମି. ନତଦା ଓ ସଞ୍ଜାମୁରା ସ୍କୁଲ ଯାଇ ପାଠ ପଢ଼ନ୍ତି । ଅଧିକାମଶ ସମୟରେ ସ୍କୁଲ ଯିବାରେ ସେମାନେ ଅସମର୍ଥ ହେଉଥିବାରୁ ଅନେକ ପିଲା ପାଠ କ’ଣ ଜାଣନ୍ତି ନାହିଁ । ପାହାଡ଼ ତଳେ ଥିବା ଚାଷ ଜମିରେ ଉତ୍ପନ୍ନ କରୁଥିବା ଫସଲ ଲୋକେ ଗାଁକୁ ନେଇ ପାରନ୍ତି ନାହିଁ । ଏ ଭଳି ଅନେକ ସମସ୍ୟା ଥିଲେ ମଧ୍ୟ ଏକ ସବୁଦିନିଆ ରାସ୍ତାର ଅଭାବ ଲୋକମାନଙ୍କର ମୁଖ୍ୟ ସମସ୍ୟା ।

ତେନ୍ତୁଳିଖୋଲରେ ସାଏ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି ।


ରାସ୍ତାଟିଏ ତିଆରି ହେବା ଆଶାରେ ଗ୍ରାମବାସୀମାନେ ଏହା ପୂର୍ବରୁ ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଗାଁକୁ ନିମନ୍ତ୍ରଣ କରିଛନ୍ତି । ହେଲେ ଯିଏ ବି ଏହି ଗାଁକୁ ଆସିବାକୁ ଉଦ୍ୟମ କରିଛନ୍ତି ଅଧା ବାଟରୁ ଫେରି ଯାଇଛନ୍ତି । ସେହି ନିନ୍ଦନୀୟ ରେକର୍ଡ଼କୁ ରମେଶ ଚନ୍ଦ୍ର ସାଏ ଭାଙ୍ଗିଥିବାରୁ ଗ୍ରାମବାସୀମାନେ ଭାରି ପ୍ରସନ୍ନ ।

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

‘‘ଆମେ ଏଇଠି ବହୁତ କଷ୍ଟରେ ରହିଛୁ । ରାସ୍ତା ନ ଥିବାରୁ ଯାହା ଚାଷ କରୁଛୁ କାନ୍ଧରେ ବୋହି ଗାଁକୁ ଆଣୁଛୁ । ଆମ ପିଲାମାନେ ୬ କିଲୋମିଟର୍‌ ପାହାଡ଼ ଖସିବା ପରେ ସ୍କୁଲ ଯାଉଛନ୍ତି । ତେଣୁ ଜଣେ ବିଧାୟକ ପ୍ରଥମ ଥର ପାଇଁ ଆମ ଗାଁକୁ ଆସିଥିବାରୁ ସେ ଆମ ପାଇଁ କିଛି କରିବେ ବୋଲି ଆଶା ରଖିଛୁ,’’ କହିଛନ୍ତି ଗ୍ରାମବାସୀ ରାମଚନ୍ଦ୍ର ପ୍ରଧାନ ।

ଏହା ବି ପଢ଼ନ୍ତୁ | ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଆଉ ଜଣେ ଗ୍ରାମବାସୀ ସବିତା ପ୍ରଧାନ କହିଛନ୍ତି, ‘‘ଆମେ କେବେ ଆଶା କରି ନ ଥିଲୁ ଆମ ଗାଁକୁ ବିଧାୟକ ଆସିବେ । ଆଗରୁ ଆମେ କେବେ କୌଣସି ନେତା, ମନ୍ତ୍ରୀ ବା ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁରେ ଦେଖିନୁ । ଯା’ ହେଉ ବିଧାୟକ ଆସିଲେ । ଆମେ ବହୁତ ଖୁସି । ସେ ନିଶ୍ଚିତ ଭାବେ ଆମର ସୁବିଧା କରିବେ ।’’



“ସକାଳୁ ଉଠିଲେ ଆମର ଚିନ୍ତା କେମିତି ସ୍କୁଲ୍‌ କଲେଜ୍‌ ଯିବୁ । ଛଅ କିଲୋମିଟର ସରୁଆ ରାସ୍ତାରେ ପାହାଡ଼ ତଳକୁ ଚାଲି ଚାଲି ଯିବା ବହୁତ କଷ୍ଟ । କିନ୍ତୁ ପ୍ରଥମ ଥର ପାଇଁ ଆମ ଗାଁକୁ ବିଧାୟକ ଆସି ରାସ୍ତା କରିବାକୁ ପ୍ରତିଶୃତି ଦେଇଛନ୍ତି । ଆମେ ସେଥି ପାଇଁ ବହୁତ ଖୁସି,’’ କହିଛନ୍ତି ଛାତ୍ରୀ ସାବିତ୍ରୀ ପ୍ରଧାନ ।
Published by: Anand Shankar Thankur Das
First published: January 25, 2021, 11:50 PM IST