ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନୁଗୁଳ SDPOଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ; ‘‘ମହିଳା IICଙ୍କ ସହ ଅନୈତିକ ପ୍ରେମ’’

ଅନୁଗୁଳ SDPOଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ; ‘‘ମହିଳା IICଙ୍କ ସହ ଅନୈତିକ ପ୍ରେମ’’

ମହିଳା IICଙ୍କ ସହ SDPOଙ୍କ ଶାରୀରିକ ସମ୍ପର୍କର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି । ତାଙ୍କ ପତ୍ନୀ କହିଛନ୍ତି ଯେ ସେ ତାଙ୍କ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି । DGP ଓ ମହିଳା କମିଶନଙ୍କ ଠାରୁ ସାହାଯ୍ୟ ଲୋଡ଼ିଛନ୍ତି ପତ୍ନୀ ।

ଅନୁଗୁଳ SDPOଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ; ‘‘ମହିଳା IICଙ୍କ ସହ ଅନୈତିକ ପ୍ରେମ’’
ଏସ.ଡି.ପି.ଓ. ଅଶ୍ୱିନୀ କୁମାର ସାହୁ; (ଡାହାଣ) ଢଭିଡିଓଟି ଭାଇରାଲ୍ ହେଉଛି ।
  • News18 Odia
  • Last Updated: April 30, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅନୁଗୁଳ ଏସ.ଡି.ପି.ଓ. ଅଶ୍ୱିନୀ କୁମାର ସାହୁଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ମମତା ସାହୁ । ୧୭ ବର୍ଷ ଧରି ବିବାହିତ ହୋଇଥିବା ସତ୍ତ୍ୱେ ଅଶ୍ୱିନୀ ଜଣେ ମହିଳା ଆଇ.ଆଇ.ସି.ଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ମମତା । ସେ କହିଛନ୍ତି ଯେ ତାଙ୍କ ଅଜାଣତରେ ଓ ଅନିଚ୍ଛା ସତ୍ତ୍ୱେ କୋର୍ଟରେ ଛାଡ଼ପତ୍ର ଆବେଦନ ଫାଇଲ୍‌ କରିଛନ୍ତି ଅଶ୍ୱିନୀ ।

ଅଶ୍ୱିନୀ ଓ ସେହି ମହିଳା ଆଇ.ଆଇ.ସି.ଙ୍କ ଶାରୀରିକ ସମ୍ପର୍କର ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେବାକୁ ଲାଗିଥିବାରୁ ତାଙ୍କ ପାଇଁ ମାମଲା ଆହୁରି ଜଟିଳ ହୋଇପଡ଼ିଛି । ଅଶ୍ୱିନୀ ଏବେ ଅନୁଗୁଳ ଏସଡ଼ିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପ୍ରେମିକା ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ ଆଇ.ଆଇ.ସି. ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଉଭୟଙ୍କ ରୋମନ୍ସର ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କର ଏଭଳି କାରନାମାକୁ ସାଧାରଣରେ ନାପସନ୍ଦ କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

‘‘ସେ (ଅଶ୍ୱିନୀ କୁମାର ସାହୁ) ମୋତେ ବର୍ଦ୍ଦିର ଭୟ ଦେଖାଇଆସୁନ୍ତି । ଏକାଧିକ ଥର ମାଡ଼ ମାରିଛନ୍ତି । ମୋ’ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଆବେଦନ ଫାଇଲ୍‌ କରିଛନ୍ତି ସେ । ମୁଁ ତାହା ଚାହୁଁନାହିଁ କାରଣ ମୋ’ ପୁଅ ଏବେ ବଡ଼ ହୋଇଗଲାଣି । ମୋ’ ସ୍ୱାମୀ ଘରକୁ ଫେରି ଆସନ୍ତୁ ବୋଲି ମୁଁ ଚାହୁଁଛି । ଏତି ପାଇଁ ସରକାରଙ୍କ ସହାୟତାର ଗୁହାରି କରୁଛି,’’ କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଅଶ୍ୱିନୀ ଓ ମମତାଙ୍କ ବିବାହ ୨୦୦୪ରେ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା ଓ ଏଥିରେ ଉଭୟଙ୍କ ପରିବାର ସାମିଲ ଥିଲେ । ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ଠିକଠାକ୍‌ ଥିଲା, ହେଲେ ୨୦୧୧ ମସିହାରେ ଯାଜପୁର ଟାଉନ୍‌ ଥାନାରେ ଅଶ୍ୱିନୀଙ୍କ ପୋଷ୍ଟିଂ ହେବା ପରେ ପତିପତ୍ନୀଙ୍କ ସମ୍ପର୍କ ବିଗିଡି଼ବା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘ଯାଜପୁର ଥାନାରେ କାର୍ଯ୍ୟରତ ଜଣେ ମହିଳା ସବ୍‌-ଇନ୍ସପେକ୍ଟରଙ୍କ ସହ ତାଙ୍କର (ଅଶ୍ୱିନୀ) ସମ୍ପର୍କ ନିବିଡ଼ ହୋଇଥିଲା । ଏ ନେଇ ମୁଁ ତାଙ୍କୁ ଅନେକ ବାରଣ କରିଛି, ହେଲେ ଏହାକୁ ପ୍ରଫେସନାଲ୍‌ ମାମଲା କହି ସେ ମୋ’ କଥାକୁ ଏଡାଇ ଦେଉଥିଲେ । ମୁଁ ନ ଥିବା ସମୟରେ ସେହି ମହିଳା ସବ୍‌-ଇନ୍ସପେକ୍ଟରଙ୍କୁ ସେ ନିଜ ସରକାରୀ କ୍ୱାଟରକୁ ଆଣୁଥିଲେ । ଦୁହେଁ ତିନି-ଚାରି ଦିନ ଏକାଠି ରହୁଥିଲେ । ଏପରିକି ଉଭୟଙ୍କ ରୋମାନ୍ସ ସମୟର ଭିଡିଓ ମଧ୍ୟ ସେମାନେ ତିଆରି କରିଛନ୍ତି,’’ କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

ମହିଳା ସବ୍‌-ଇନ୍ସପେକ୍ଟର୍‌ ପ୍ରମୋସନ୍‌ ପାଇ ମୟୂରଭଞ୍ଜ ଜିଲ୍ଲାକୁ ଆଇ.ଆଇ.ସି. ଭାବେ ବଦଳି ହୋଇଥିଲେ ଓ ଇଏ (ଅଶ୍ୱିନୀ) ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିଲେ । ତା’ ପରେ ବି ସେମାନେ ବହୁତ ସମୟ ଛୁଟି ନେଇ ଏକାଠି ରୁହନ୍ତି ବୋଲି କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗୋଲାପୀ ଡ୍ରେସ୍ ପିନ୍ଧି ସୂର୍ଯ୍ୟୋଦୟ ଉପଭୋଗ କଲେ ମୌନି ରାୟ; ଫ୍ୟାନମାନେ ନଜର ହଟାଇ ପାରୁନାହାନ୍ତି

‘‘ମୁଁ ଏ ସବୁକୁ ବିରୋଧ କରିବାରୁ ମୋତେ ସେ ମାଡ଼ ମାରନ୍ତି । ଆଉ ଏବେ ଛାଡ଼ପତ୍ର ପାଇଁ ସେ ଆବେଦନ କରିଛନ୍ତି । ମୁଁ ଆଜିକୁ ମାସେ ତଳେ ଏହି ଅଭିଯୋଗ ପୋଲିସ ଡିଜି ଓ ମହିଳା କମିଶନଙ୍କ ନିକଟରେ କରିଥିଲି । ହେଲେ ଏ ପର୍ଯ୍ୟନ୍ତ ମୋତେ ନ୍ୟାୟ ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ,’’ କହିଛନ୍ତି ମମତା ।



ଏହି ଅଭିଯୋଗ ସମ୍ପର୍କରେ ଅଶ୍ୱିନୀ କୁମାର ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ମହିଳା ଆଇ.ଆଇ.ସି.ଙ୍କ ସହ ତିନୋଟି ଭିଡିଓ କ୍ଲିପ୍‌ ଭାଇରାଲ ହେଉଛି । ସେଥିରୁ ଗୋଟିକରେ ଅଶ୍ୱିନୀ ଓ ସମ୍ପୃକ୍ତ ମହିଳା ଆଇ.ଆଇ.ସି. ବେଡ୍‌ ଉପରେ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ଦେଖାଯାଉଛି । ମମତା ସାହୁଙ୍କ ଅଭିଯୋଗ ଉପରେ ରାଜ୍ୟ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
Published by: Anand ST Das
First published: April 30, 2021, 11:50 PM IST