ପୌଷ ମାସର ଅଦିନିଆ ଝଡ଼ ବର୍ଷା ଭାଙ୍ଗିଦେଲା ଅନୁଗୁଳର କଦଳୀ ଚାଷୀଙ୍କ ମେରୁଦଣ୍ଡ ଓ ସବୁ ସ୍ୱପ୍ନ

Banana farmers in Angul hit hard by untimely storm | ଆଉ ମାସକ ପରେ ଗଛରୁ କଦଳୀ କାଟି ବିକିବେ ବୋଲି ଖୁସିରେ ଥିଲେ କଦଳୀ ଚାଷୀମାନେ । ହଜାର ହଜାର ଟଙ୍କା ମଜୁରୀ ଦେଇ ଶ୍ରମିକ ଲଗାଇ ଚାଷ କରିଥିଲେ । ଟଙ୍କା ଖର୍ଚ୍ଚ କରି ସାର ଓ ଔଷଧ ପକାଇଥିଲେ । ହେଲେ ଝଡ଼ ସବୁ ନଷ୍ଟ କରିଦେଲା ।

ପୌଷ ମାସରେ ଝଡ଼ ବର୍ଷା ହେବା ପୋକଟୁଙ୍ଗା ଗାଁର ଚାଷୀମାନେ କେବେ ଜାଣି ନ ଥିଲେ ।

ପୌଷ ମାସରେ ଝଡ଼ ବର୍ଷା ହେବା ପୋକଟୁଙ୍ଗା ଗାଁର ଚାଷୀମାନେ କେବେ ଜାଣି ନ ଥିଲେ ।

  • Share this:
ଭିକାରୀ ମହାନ୍ତି | News18 Odia Digital

ଅନୁଗୁଳ: କଦଳୀ ଚାଷ ପାଇଁ ବେଶ୍‌ ଜଣାଶୁଣା ଅନୁଗୁଳ ଜିଲ୍ଲାର ପୋକଟୁଙ୍ଗା ଗାଁରେ ଏବେ ଦୁଃଖର କଳା ଛାଇ ପଡ଼ିଛି । ଅଦିନିଆ ଝଡ଼ରେ ଏହି ଗାଁରେ ଥିବା କଦଳୀ ଫସଲକୁ ବ୍ୟାପକ କ୍ଷତି ହୋଇଛି । ଜାନୁଆରୀ ୧୧ ତାରିଖ ସନ୍ଧ୍ୟାରେ ହଠାତ ଖୁବ୍‌ ଜୋରରେ ପବନ ବହିବାରୁ ଏଠାରେ ହଜାର ହଜାର କଦଳୀ ଗଛ ଧରାଶାୟୀ ହୋଇ ପଡିଛନ୍ତି ।

ଯୁଆଡେ ଚାହିଁଲେ ଖାଲି ଭଙ୍ଗା କଦଳୀ ଗଛ ଓ ଭୂଇଁରେ ଭାଙ୍ଗି ପଡ଼ିଥିବା କଦଳୀ କାନ୍ଧି। ଏହି ଦୃଶ୍ୟ ଦେଖି ଚାଷୀମାନଙ୍କ ଆଖିରୁ ଲୁହ ବୋହିବା ବନ୍ଦ ହେଉନି । ଅନୁଗୁଳ ବ୍ଲକ୍‌ ପୋକଟୁଙ୍ଗା ଗାଁରେ ପ୍ରାୟ ୩୦୦ ଏକର ଜମିରେ ବିଭିନ୍ନ ପ୍ରକାର କଦଳୀ ଚାଷ ହୁଏ । କଦଳୀ ଚାଷ ପାଇଁ ବେଶ୍‌ ଜଣାଶୁଣା ଏହି ଗାଁର ପ୍ରତ୍ୟେକ ଚାଷୀ କଦଳୀ ଚାଷ ଉପରେ ହିଁ ନିର୍ଭର କରନ୍ତି । ଲୋକଙ୍କ ମୁଖ୍ୟ ଆୟ କେବଳ କଦଳୀ ଚାଷରୁ ହୋଇଥାଏ । ରାତି ପାହିଲେ ପରିବାରର ସଦସ୍ୟମାନେ କାମ କରିବାକୁ କଦଳୀ ବଗିଚାକୁ ଯାଆନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିକାନୀର୍ ଏକ୍ସପ୍ରେସ୍ଟ୍ରେନ୍ଦୁର୍ଘଟଣାଗ୍ରସ୍ତ ହେଲା; ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ

ପୋକଟୁଙ୍ଗା ଗାଁରେ ଅନେକ ପ୍ରକୃତ ଚାଷୀ ଥିଲେ ମଧ୍ୟ ଏଠାକାର ଅଧିକାଂଶ ଚାଷୀ ଭାଗ ଚାଷୀ । ଜାନୁଆରୀ ୧୧ ତାରିଖ ସନ୍ଧ୍ୟାର ଅଦିନିଆ ଝଡ଼ ମୁଖ୍ୟତଃ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଆଉ ମାତ୍ର ଦେଢ଼ ଦୁଇ ମାସ ପରେ କଦଳୀ ବିକ୍ରି ହୋଇ ଥାଆନ୍ତା । କିନ୍ତୁ ବିକ୍ରି ହେବା ପୂର୍ବରୁ ସବୁ କିଛି ନଷ୍ଟ ହୋଇଗଲା । ବିଭିନ୍ନ ବ୍ୟାଙ୍କ୍‌, ସୋସାଇଟି ଓ ମହାଜନଠାରୁ ଧାର କରଜ କରି ସାର ଓ ଔଷଧ ଆଦି କିଣିଥିଲେ ସେମାନେ । ଶ୍ରମିକ ମଜୁରୀ ଦେଇ ଗଛ ସଳଖି ଥିଲେ । କିନ୍ତୁ ଟଙ୍କାଟିଏ ମିଳିଲାନି ବୋଲି ଏବେ ମଥାରେ ହାତ ଦେଇ ବସିଛନ୍ତି ସେମାନେ ।

ଏବେ କିଛି ଚାଷୀ ବାଧ୍ୟ ହୋଇ ଶାଗ ମାଛ ଦରରେ ବାହାର ବେପାରୀଙ୍କୁ କଦଳୀ ବିକ୍ରି କରି ଦେଉଛନ୍ତି ।


‘‘ଆଉ ମାତ୍ର ଦେଢ଼ ମାସ ପରେ କଦଳୀ ଫସଲରୁ ଭଲ ଆୟ କରିବୁ ବୋଲି ଆମେ କେତେ ଆଶା ବାନ୍ଧି ବସିଥିଲୁ । ସେହି ଆୟରେ କରଜ ପରିଶୋଧ କରିଥା’ନ୍ତୁ । ହେଲେ ଏବେ ଏହି ଧ୍ୱଂସ ପରେ ଆମେ କରଜ ପରିଶୋଧ କରିବା ତ ଦୂରର କଥା, ବର୍ଷ ସାରା କ’ଣ ଖାଇ ବଞ୍ଚିବୁ ସେହି ଚିନ୍ତାରେ ପଡ଼ିଛୁ,’’ କହିଛନ୍ତି କଦଳୀ ଚାଷୀ କନ୍ଦର୍ପ ପ୍ରଧାନ, ଯାହାଙ୍କ ମୁଖ୍ୟ ଜୀବିକା କଦଳୀ ଚାଷ ।

ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ଅଦିନିଆ ଝଡ଼ ପରେ ଏବେ ଯିଏ ପାରିଲା ସିଏ କଦଳୀ କାନ୍ଧି କାଟି ଘରକୁ ନେଉଛି । କିନ୍ତୁ ତାହା ଆଦୌ ବ୍ୟବହାର ଉପଯୋଗୀ ନୁହେଁ । ଆଉ କିଛି ଚାଷୀ ବାଧ୍ୟ ହୋଇ ଶାଗ ମାଛ ଦରରେ ବାହାର ବେପାରୀଙ୍କୁ କଦଳୀ ବିକ୍ରି କରି ଦେଉଛନ୍ତି । ଏଭଳି ଅବସ୍ଥାରେ ଚାଷୀମାନେ କେବଳ ସରକାରୀ ସହାୟତକୁ ଚାହିଁ ବସିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

ପୋକଟୁଙ୍ଗା ଗାଁରେ ଯୁଆଡେ ଚାହିଁଲେ ଖାଲି ଭଙ୍ଗା କଦଳୀ ଗଛ ଓ ଭୂଇଁରେ ଭାଙ୍ଗି ପଡ଼ିଥିବା କଦଳୀ କାନ୍ଧି ।


“ଆମର ମୁଖ୍ୟ ଜୀବିକା କଦଳୀ ଚାଷ। କେବଳ ଏଥିରୁ ଆମର ତେଲ ଲୁଣ ସଂସାର ଚାଲେ। ଗୋଟିଏ ଗୋଟିଏ କାନ୍ଧି ୩୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆମେ ବିକ୍ରି କରୁ । ଆଉ ମାସେ ପରେ ବିକ୍ରି କରି ଥାଆନ୍ତୁ। ହେଲେ ଅଦିନିଆ ଏହି ଝଡ଼ ଆମର ସବୁ କିଛି ଉଜାଡ଼ି ଦେଇଛି । ଟଙ୍କାଟିଏ ପାଇଲୁ ନାହିଁ । କ’ଣ କରିବୁ, କେମିତି ବଞ୍ଚିବୁ ସେ ଚିନ୍ତାରେ ଛଟପଟ ହେଉଛୁ,’’ କହିଛନ୍ତି କଦଳୀ ଚାଷୀ ଲୋକନାଥ ପ୍ରଧାନ ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ପୋକଟୁଙ୍ଗା ଗାଁର କଦଳୀ ଚାଷୀମାନେ ହଜାର ହଜାର ଟଙ୍କା ମଜୁରୀ ଦେଇ ଶ୍ରମିକ ଲଗାଇ ଚାଷ କରିଥିଲେ । ଟଙ୍କା ଖର୍ଚ୍ଚ କରି ସାର ଓ ଔଷଧ ପକାଇଥିଲେ ଓ ଦିନ ରାତି ଏକ କରି ଗଛ ଲଗାଇ ବଡ଼ କରିଥିଲେ । ‘‘ହେଲେ ଠିକ୍‌ ସମୟରେ ଦଇବ ସହିଲା ନାହିଁ । ଆମକୁ ସର୍ବସ୍ଵାନ୍ତ କରିଦେଲା,’’ କହିଛନ୍ତି ଲୋକନାଥ ପ୍ରଧାନ ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

“ପୌଷ ମାସରେ ଝଡ଼ ବର୍ଷା ହେବା ଆମେ କେବେ ଜାଣି ନ ଥିଲୁ । ହଠାତ ଖୁବ ଜୋରରେ ପବନ ଆସିଲା । ଫଳ ଭର୍ତ୍ତି ଗଛ ସବୁ ଭାଙ୍ଗି ଦେଇଗଲା । କିଛି ସମୟ ପରେ ଆସି ଦେଖିଲା ବେଳକୁ ଆଉ କିଛି ନାହିଁ । ଆମ ଜୀବିକା ଉଜୁଡି଼ ଗଲା,’’ କାନ୍ଦି କାନ୍ଦି କହିଛନ୍ତି ଜାଇ ପ୍ରଧାନ ।
Published by:Anand S.T. Das
First published: