ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ; ମିଳିଲା ଲିଖିତ ପ୍ରତିଶୃତି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆନ୍ଦୋଳନକୁ ସ୍ଥଗିତ ରଖିଲା ଅଲ ଅଙ୍ଗନବାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ । ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ସୂଚନା ଦେଇଛନ୍ତି ସଂଘର ସଭାପତି ସୁମିତା ମହାପାତ୍ର । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ମୁଖ୍ୟ ଶାସନ ସଚିବ ଓ ସବୁ ବିଭାଗ ସହିତ ସଂଘର ହେବ ବୈଠକ । ସେତେଦିନ ଯାଏଁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ବେତନ ବୃଦ୍ଧିକୁ ଛାଡ଼ି ଦେଇ ବାକି ସମସ୍ତ ଦାବି ଉପରେ ଆଲୋଚନା କରାଯାଇଛି । ମୃତ୍ୟୁ କାଳୀନ ବୀମାକୁ ଉଠାଇ ଦେଇ ଏକ କାଳୀନ ସହାୟତା ଦେବା ପାଇଁ ମିଳିଲା ପ୍ରତିଶ୍ରୁତି ।
ଏଥିସହ ପେନସନ ବାବଦରେ ଅର୍ଥ ବିଭାଗ ସହିତ ହେବ ଆଲୋଚନା ହେବ । ଘର ପରିବାର ଚାଡ଼ି ରାସ୍ତାରେ ରହୁଥିବାରୁ ଗାନ୍ଧି ମାର୍ଗ ରାସ୍ତାରେ ମାଣ ବସାଇ ପୂଜା କରିଥିଲେ ମାଆ ଲକ୍ଷ୍ମୀଙ୍କୁ। ସରକାର ନ ଶୁଣିବା ଯାଏଁ ଓ ଦାବି ପୂରଣ ନ କରିବା ଯାଏଁ ରାଜରାସ୍ତାରେ ବସି ରହିବେ ବୋଲି ଜିଦରେ ଅଟଳ ରହିଥିଲେ । ଦିନେ କି ଦୁଇ ଦିନ ନୁହେଁ ଆଜିକୁ ୪୫ ଦିନ ହେବ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ୍ ଧାରଣାରେ ବସି ରହିଛି। ହେଲେ ଅଙ୍ଗନୱାଡ଼ି କର୍ମୀଙ୍କ କଥା ଶୁଣୁଛି କିଏ । ଗତ ବର୍ଷ ନଭେମ୍ବର ୨୧ ତାରିଖରେ ୫୦ ହଜାର ଅଙ୍ଗନୱାଡ଼ି କର୍ମୀ ଏକାଠି ହୋଇ ବିଶାଳ ରାଲି କରିଥିଲେ । ସରକାରଙ୍କ ବିରୋଧରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେଲା ଏବଂ ସରକାର ଦୁଇ ମାସର ମହଲତ ବି ମାଗିଥିଲେ। ହେଲେ ଜିଦରେ ଅଟଳ ଅଙ୍ଗନୱାଡ଼ି କର୍ମୀ। ଦାବି ପୂରଣ ନହେଲେ ଧାରଣାରୁ ଓହରିବେ ନାହିଁ ବୋଲି କହିଥିଲେ। ୪୫ ଦିନର ଆନ୍ଦୋଳନ ପରେ ନିଜର ତାକତ୍ ଦେଖାଇଛନ୍ତି । ଘରୁ ବାହାରେ ଶୀତ କାକରରେ ରାତି ବିତାଉଥିବାବେଲେ ଆଜି ବିରାଟ ପ୍ରତିବାଦ କରିଛନ୍ତି ।
ସେପଟେ ୩୮ ଦିନ ହେବ ଧାରଣାକୁ ଓହ୍ଲାଇଛନ୍ତି ଓଡ଼ିଶା ଆଶା କର୍ମୀ ସଙ୍ଘ। ଏମାନେ ବି ଝୋଟି ଚିତା ସାଙ୍ଗକୁ ଧୂପ, ଦୀପ ଓ ହୁଳହୁଳି ପକାଇ ପ୍ରତିବାଦ କରିଥିଲେ । ୧୮ ହଜାର ଦରମା ଦିଅନ୍ତୁ ବୋଲି ସେମାନଙ୍କର ଦାବି ରହିଛି । ଅବସରକାଳୀନ ପେନସନ ମାସିକ ୫ ହଜାର ଲାଗୁ କରିବା ସହ ଅନ୍ୟ ସରକାରୀ ସୁବିଧା ଯୋଗାଇ ଦେବା ଭଳି ପ୍ରମୁଖ ୭ ଦଫା ଦାବି ନେଇ ରାଜ ରାସ୍ତାରେ ପଡି ରହିଛନ୍ତି । ଆଜି ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ଆଶା କର୍ମୀଙ୍କ ହାତ ରହିଛି । ରାଜ୍ୟ ସରକାର ତାଙ୍କୁ ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ୩୮ ଦିନରେ ରାଜ୍ୟ ସରକାର ଥରେ ହେଲେ ବି ଆଲୋଚନାକୁ ଡାକି ନାହାନ୍ତି । ଏଣୁ ଦାବି ପୂରଣ ନ ହେବା ଯାଏଁ ଆମେ ରାସ୍ତାରେ ବସି ରହିବୁ ବୋଲି କହିଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।