ଜିଦିରେ ଅଟଳ ଅଙ୍ଗନବାଡ଼ି କର୍ମୀ; ମୁହଁ ଖୋଲୁନାହାଁନ୍ତି ସରକାର

ପଞ୍ଚମ ଦିନରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ଶୀତ କାକରରେ ବିତିଲା ଚାରି ଦିନ ହେଲେ ସରକାର ଚୁପ୍।

ଜିଦିରେ ଅଟଳ ଅଙ୍ଗନବାଡ଼ି କର୍ମୀ

ଜିଦିରେ ଅଟଳ ଅଙ୍ଗନବାଡ଼ି କର୍ମୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚମ ଦିନରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ଶୀତ କାକରରେ ବିତିଲା ଚାରି ଦିନ ହେଲେ ସରକାର ଚୁପ୍। ଭାରତୀୟ ଜନତା ପାର୍ଟିର ସମର୍ଥନ ପରେ ଧାରଣା ସ୍ଥଳର ପହଞ୍ଚିଛନ୍ତି ବିଜେପି ନେତା ଓ ବିଧାୟକ। ଅଙ୍ଗନବାଡ଼ି କର୍ମୀ କହିଲେ କିଏ କେତେ ଦେଉଛି ଆମେ ଜାଣିନୁ ଆମକୁ ସଠିକ୍ ପାରିଶ୍ରମିକ ମିଳିଲେ ଆମେ ଧାରଣାରୁ ଓହରି ଯିବୁ।

ଜିଦରେ ଅଟଳ ଅଙ୍ଗନବାଡ଼ି କର୍ମୀ। ୮ ଦଫା ଦାବି ପୂରଣ ନହେଲେ ଧାରଣାରୁ ଓହରିବେନି। ୫ମ ଦିନରେ କଟକ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ରାଜ୍ ରାସ୍ତାରେ ଧାରଣା ଦେଇଥିବାବେଳେ ଏହାକୁ ସମର୍ଥନ କରିଛି ବିଜେପି। ଭାରତୀୟ ଜନତା ପାର୍ଟି ଆଜି ନୁହେଁ ଆରମ୍ଭରୁ ଅଙ୍ଗନବାଡ଼ି କର୍ମୀଙ୍କୁ ସମର୍ଥନ ଜଣାଇଛି ବୋଲି ବିଜେପି କହିଛି। ଧାରଣା ସ୍ଥଳରେ ବିଜେପି ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ତଥା ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ  ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ  ପ୍ରମୁଖ ସମର୍ଥନ ଜଣାଇଥିଲେ। ବିଧାନସଭାରେ ଅଙ୍ଗନବାଡ଼ିଙ୍କ ଦାବି ଉପସ୍ଥାପନ ହେବ ଓ ତାଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଆମେ ରାଜ୍ୟ ସରକାରଙ୍କ ପାଖରେ ଜଣାଇବୁ ବୋଲି ମୋହନ ମାଝୀ କହିଛନ୍ତି।

ସେହିଭଳି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ କହିଛନ୍ତି ଯେ ଏମାନେ ଆଜି ନୁହଁ ପ୍ରତି ବର୍ଷ ଧାରଣା ଦିଅନ୍ତି। ରାସ୍ତାରେ ଶୀତ କାକରରେ ଏମାନେ ବସିଥିବାବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି। କେନ୍ଦ୍ର ତାର ୬୦ ପ୍ରତିଶତ ଦେଉଛି ରାଜ୍ୟ ତାର ୪୦ ପ୍ରତିଶତ ଦେବା କଥା। ତାହା ନ ଦେଇ ଭୁଆଁ ବୁଲାଉଛି। ଯଦି ରାଜ୍ୟ ତାର ୪୦ ପ୍ରତିଶତ ଦିଅନ୍ତା ଆଜି ଏ ଅବସ୍ଥା ହୁଅନ୍ତା ନାହି। ନିର୍ବାଚନ ବେଳେ ଏହି ଅଙ୍ଗନବାଡ଼ି କର୍ମୀଙ୍କୁ ଖଟେଇ କାମ ଆଦାୟ କରନ୍ତି ରାଜ୍ୟ ସରକାର। ସେମାନେ ୨୦୨୪ ନିର୍ବାଚନ ରେ ଏହାର ସଠିକ୍ ଜବାବ ଦେବେ। ବିଧାନସଭାରେ କଥା ଉଠିବ ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟାର ସମାଧାନ ହେବ।

"ପାରିଶ୍ରମିକର ୬୦% କେନ୍ଦ୍ର ଓ ରାଜ୍ୟ ୪୦% ଦେଉଛି। ହେଲେ ଆମକୁ କିଏ କେତେ ଦେଉଛି ତାହା ଆମେ ଜାଣି ନାହୁଁ। ଆମକୁ ଆମର ସଠିକ୍ ପାରିଶ୍ରମିକ ଦରକାର। ଯାହା ଆମକୁ ମିଳୁନାହିଁ। ଆମର ଦାବି ଅନୁଯାୟୀ ଆମକୁ ସରକାରୀ ମାନ୍ୟତା ମିଲୁ ନଚେତ୍ ଅଙ୍ଗନବାଡ଼ି କର୍ମୀଙ୍କୁ ୧୮ହଜାର ଓ ମିନି ଅଙ୍ଗନବାଡ଼ିଙ୍କୁ ୯ ହଜାର ପ୍ରାପ୍ୟ ଦିଆଯାଉ। କିଏ କେତେ ଦେବ ତାହା କେନ୍ଦ୍ର ରାଜ୍ୟ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ କହିଛି।

୫ ଦିନ ହେବ ବନ୍ଦ ରହିଛି ୬୦ ହଜାର ଅଙ୍ଗନବାଡ଼ି କେନ୍ଦ୍ର। ନା ହେଉଛି କାମ ନା ଶୁଣୁଛନ୍ତି ରାଜ୍ୟ ସରକାର। କେମିତି ହେବ ସମାଧାନ।
Published by:Soumya Das
First published: