କୋଟିଆର ପ୍ରାୟ ୨୦ଟି ଗାଁକୁ ନିଜ ଜିଲ୍ଲାର କହିଲା ଆନ୍ଧ୍ର ପ୍ରଦେଶ; BJDକୁ ଟାର୍ଗେଟ କଲେ ବିରୋଧୀ

ନୂଆ କରି ଗଠିତ ମାନ୍ୟମ ଜିଲ୍ଲାରେ କୋଟିଆର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି। ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ।

କୋଟିଆର ପ୍ରାୟ ୨୦ଟି ଗାଁକୁ ନିଜ ଜିଲ୍ଲାର କହିଲା ଆନ୍ଧ୍ର ପ୍ରଦେଶ

କୋଟିଆର ପ୍ରାୟ ୨୦ଟି ଗାଁକୁ ନିଜ ଜିଲ୍ଲାର କହିଲା ଆନ୍ଧ୍ର ପ୍ରଦେଶ

  • Share this:
News18 Odia Digital

ଭୁବନେଶ୍ବର: କୋଟିଆକୁ ନେଇ ଛିଡୁନି ବିବାଦ। କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ମୁହାଁମୁହିଁ ହେବା ସହ ନିଜର ବୋଲି ଦାବି କରିଛନ୍ତି। ଏପରି ସ୍ଥିତିରେ ନୂଆ ଚାଲ୍‌ ଖେଳିଛି ଆନ୍ଧ୍ର। କୋଟିଆକୁ ନିଜର ବୋଲି ଦର୍ଶାଇଛି ଆନ୍ଧ୍ର ପ୍ରଦେଶ। ନୂଆ କରି ଗଠିତ ମାନ୍ୟମ୍ ଜିଲ୍ଲାରେ କୋଟିଆର ଅନେକ ଅଞ୍ଚଳକୁ ନିଜର ବୋଲି ଦର୍ଶାଇଛି। କୋଟିଆର ପ୍ରାୟ ୨୦ଟି ଗାଁକୁ ମାନ୍ୟମ୍‌ ଜିଲ୍ଲାର ବୋଲି ଆନ୍ଧ୍ର ଦର୍ଶାଇଛି। ସୋମବାର ୧୩ଟି ନୂଆ ଜିଲ୍ଲା ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।

ନୂଆ କରି ଗଠିତ ମାନ୍ୟମ ଜିଲ୍ଲାରେ କୋଟିଆର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି। ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ।

କଂଗ୍ରେସ କହିଛି ଲୋକଙ୍କୁ ସବୁ ପ୍ରକାର ସୁବିଧା ଦେଇ ତାଙ୍କ ଆଡକୁ ନେବାକୁ ଆନ୍ଧ୍ର ଉଦ୍ୟମ କରିଛି। ସୀମାବର୍ତ୍ତୀ ଜିଲ୍ଲାରେ ଆନ୍ଧ୍ର ବିକାଶମୂଳକ କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଅବଗତ କରିଛୁ। କୌଣସି ବ୍ୟବସ୍ଥା ନ ହେବାରୁ ଆଜି ଏପରି ଅବସ୍ଥା ଦେଖିବାକୁ ମିଳୁଥି ଵୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି।

ସେପଟେ ବିଜେପି ବିଧାୟକ ଜୟନାରାୟନ ମିଶ୍ର କହିଛନ୍ତି," ସୀମାବର୍ତ୍ତୀ ଜିଲ୍ଲାର ଲୋକ ଓଡ଼ିଶାରେ ରହିବାକୁ ଚାହୁନାହାଁନ୍ତି। ପଡୋଶୀ ରାଜ୍ୟ ସେମାନଙ୍କୁ ସବୁ ସୁବିଧା ଦେଉଛନ୍ତି। ପଡ଼ୋଶୀ ରାଜ୍ୟ ସହିତ ମିଶିବାକୁ ଚହୁଁଥିବା ସୀମାବର୍ତ୍ତୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷା ଦେବାକୁ ଚହୁଁନାହାନ୍ତି ମୁଖ୍ୟ ମନ୍ତ୍ରୀ। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭାବନା କ'ଣ ବୁଝା ପଡୁନି। ଓଡ଼ିଆ ଜିଲ୍ଲାପାଳ ଦେବା କଥା କୁହାଗଲା ହେଲାଣି। କେବଳ କୋଟିଆ ନୁହେଁ ଏଭଳି ଅନେକ ସ୍ଥାନ ଅଛି। ହେଲେ ଓଡ଼ିଶା ସରକାର ଶୋଇଛନ୍ତି। ପୋଲିସ ସୁରକ୍ଷା ଦେଇ ତାଙ୍କର ସୁବିଧା ଅସୁବିଧା ବୁଝିବା କଥା। ବିଧାନସଭା କମିଟି ଯିବା କଥା ହେଲେ ଥରେ ଯାଇନି। ବାଚସ୍ପତି ବୁଝିବା ଆବଶ୍ୟକ।’’

ବିଜେଡି ସାଂସଦ ମୁନା ଖାଁ କହିଛନ୍ତି,"କୋଟିଆ ଆମ ରାଜ୍ୟର ଅବିଛେଦ୍ୟ ଅଙ୍ଗ। ସର୍ବଦଳୀୟ ବୈଠକ ବସି ପଞ୍ଚୟତ ନିର୍ବାଚନ ହୋଇଛି। ଏହି ପ୍ରସଙ୍ଗକୁ ନେଇ ସେମାନେ ସୁପ୍ରିମ କୋର୍ଟ ଯାଇଥିଲେ। ତାଙ୍କ କେସ ଗ୍ରହଣ ହେଲାନି। ଏହା ପରେ ସେମାନେ ଚାଲବାଜି କରୁଛନ୍ତି। ଗୋଟେ ପଟେ ଅଲୋଚନା ପାଇଁ ଆସୁଛନ୍ତି ଅନ୍ୟପଟେ ତାଙ୍କର ବୋଲି କହୁଛନ୍ତି। ତାଙ୍କ ଅଫିସର ଓଡ଼ିଶା ସୀମାକୁ ପଶୁଛନ୍ତି। କେବେ ଏହାକୁ ପ୍ରତୀବାଦ କରାଯିବ। କୋଟିଆକୁ ଆମେ ଛାଡ଼ିବୁନି।’’

ପ୍ରକାଶ ଥାଉକି କୋଟିଆକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ପୂର୍ବରୁ ଉଭୟ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି କୋଟିଆ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସମାଧାନର ରାସ୍ତା ବାହାର କରିବାକୁ ଅଣ୍ଟା ଭିଡ଼ିଥିଲେ। ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ ମଧ୍ୟ ଗଠନ ହୋଇଥିଲା। ଏତେ ସବୁ ପରେ ବି ଆନ୍ଧ୍ରର ଏପରି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରୁଛି।
Published by:Lipina Das
First published: