ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଆ ଶିକ୍ଷା ପାଇଁ ଗୁଜୁରାଟରେ ଲାଗୁ ହେବ ଆନ୍ଧ୍ର ମଡେଲ! ବିଧାନସଭାରେ ହେଲା ଆଲୋଚନା

ଓଡ଼ିଆ ଶିକ୍ଷା ପାଇଁ ଗୁଜୁରାଟରେ ଲାଗୁ ହେବ ଆନ୍ଧ୍ର ମଡେଲ! ବିଧାନସଭାରେ ହେଲା ଆଲୋଚନା

ମହାରାଷ୍ଟ୍ର ଓ ଗୁଜୁରାଟରେ ଓଡ଼ିଆ ସ୍କୁଲ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ଗୁଜୁରାଟ ଆନ୍ଧ୍ର ମଡେଲ ଶିକ୍ଷା ବ୍ୟବସ୍ଥା ଆପଣେଇବାକୁ ପରାମର୍ଶ ଦେଇଛି ଉତ୍କଳ ସମ୍ମିଳନୀ। ଆନ୍ଧ୍ରକୁ ନେଇ ସୀମା, ଜଳ ବିବାଦ ଥିଲେ ବି ଓଡ଼ିଆ ଭାଷା ଭାଷୀ ପିଲାଙ୍କ ପାଇଁ ଥିବା ଶିକ୍ଷା ବ୍ୟବସ୍ଥାକୁ ଉତ୍କଳ ସମ୍ମିଳନୀ ପ୍ରଶଂସା କରିଛି।

ଓଡ଼ିଆ ଶିକ୍ଷା ପାଇଁ ଗୁଜୁରାଟରେ ଲାଗୁ ହେବ ଆନ୍ଧ୍ର ମଡେଲ! ବିଧାନସଭାରେ ହେଲା ଆଲୋଚନା
ଗୁଜୁରାଟରେ ଆନ୍ଧ୍ର ଶୈଳୀରେ ଓଡ଼ିଆ ଶିକ୍ଷା ଦିଆଯିବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 6:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାହାର ରାଜ୍ୟରେ ବହୁ ପ୍ରବାସୀ ଓଡ଼ିଆ ବସବାସ କରୁଥିବା ବେଳେ ଓଡ଼ିଆ ଭାଷାଭାଷୀ ପିଲା ବି ବାହାର ରାଜ୍ୟରେ ପାଠ ପଡୁଛନ୍ତି। ପଡ଼ୋଶୀ ରାଜ୍ୟ ସହ ବିଭିନ୍ନ ରାଜ୍ୟରେ ଏଭଳି ହଜାର ହଜାର ପିଲା ପାଠ ପଢୁଛନ୍ତି। କିନ୍ତୁ ଅନେକ ସମୟରେ ପିଲାମାନଙ୍କ ନିକଟରେ ଓଡ଼ିଆ ବହି ପହଞ୍ଚିବା ନେଇ ସମସ୍ୟା ହେଉଥିବା ଅଭିଯୋଗ ହେଉଛି ତ କେଉଁଠି ପର୍ଯ୍ୟାପ୍ତ ଶିକ୍ଷକ ନଥିବା ସମ୍ନାକୁ ଆସୁଛି। ଏ ନେଇ ବହୁ ସମୟରେ ଏହି ସମ୍ପର୍କୀୟ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିରେ ବି ଆଲୋଚନା ହୋଇଛି। ଏହି କ୍ରମରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନେଇ ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ କମିଟିରେ ଆଲୋକପାତ କରାଯାଇଛି।

ମହାରାଷ୍ଟ୍ର ଓ ଗୁଜୁରାଟରେ ଓଡ଼ିଆ ସ୍କୁଲ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ଗୁଜୁରାଟ ଆନ୍ଧ୍ର ମଡେଲ ଶିକ୍ଷା ବ୍ୟବସ୍ଥା ଆପଣେଇବାକୁ ପରାମର୍ଶ ଦେଇଛି ଉତ୍କଳ ସମ୍ମିଳନୀ। ଆନ୍ଧ୍ରକୁ ନେଇ ସୀମା, ଜଳ ବିବାଦ ଥିଲେ ବି ଓଡ଼ିଆ ଭାଷା ଭାଷୀ ପିଲାଙ୍କ ପାଇଁ ଥିବା ଶିକ୍ଷା ବ୍ୟବସ୍ଥାକୁ ଉତ୍କଳ ସମ୍ମିଳନୀ ପ୍ରଶଂସା କରିଛି। ପିଲାମାନଙ୍କ ପାଇଁ ଥିବା ବ୍ୟବସ୍ଥା ଗୁଜୁରାଟ ଆପଣାଉ ବୋଲି ମତ ପ୍ରକାଶ ପାଇଛି। ମହାରାଷ୍ଟ୍ର ଓ ଗୁଜୁରାଟରେ ଓଡ଼ିଆ ସୁଲ କିପରି ଚାଲିଛି ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। କୋଭିଡ ସମୟରେ ପୁସ୍ତକ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କିପରି ସ୍ଥିତି ରହିଛି ଗୁରୁବାର ଦିନ ବିଧାନସଭାରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

ବୈଠକ ପରେ ଉପ ବାଚସ୍ପତି ରଜନୀକାନ୍ତ ସିଂ କହିଛନ୍ତି, "ଦୁଇ ରାଜ୍ୟରେ ସ୍କୁଲ କିପରି ଚାଲିଛି,ବହି ପହଞ୍ଚୁଛି ନା ନାହିଁ ଜାଣିବା ପାଇଁ ୨ ଜଣିଆ କମିଟି ଫେରି ରିପୋର୍ଟ ଦେବା ପରେ ବୈଠକରେ ଆଲୋଚନା ହୋଇଛି। କୋଭିଡ ସମୟରେ ବହି ପହଞ୍ଚିବା ନେଇ  ସମସ୍ୟା ହୋଇଛି। କେତେ ବହି ଆବଶ୍ୟକ ରହିଛି, କେମିତି ପହଁଞ୍ଚିବ ସେ ନେଇ ଗଣଶିକ୍ଷା ବିଭାଗକୁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। କେବଳ ବହି ନୁହେଁ ଶିକ୍ଷକ ନିଯୁକ୍ତି ନେଇ ବି  ସମସ୍ୟା ରହିଛି। ତେଣୁ ଏହା କିପରି ସମାଧାନ ହୋଇପାରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖସଡ଼ା ଦେବା ପରେ କମିଟି ଗସ୍ତ କରିବ,"।

"ଉତ୍କଳ ସମ୍ମିଳନୀ ସଭାପତି ବୈଠକରେ ଯୋଗ ଦେଇ କହିଛନ୍ତି ଆନ୍ଧ୍ରକୁ ନେଇ ଜଳ ଓ ସୀମା ବିବାଦ ଥିଲେ ବି ଓଡ଼ିଆ ଛାତ୍ର ଛାତ୍ରୀଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି ତାହା ପ୍ରଶଂସନୀୟ।  ଓଡିଶାର ଶିକ୍ଷା ପ୍ରସାର ଦିଗରେ ଆନ୍ଧ୍ର ଭଲ କାମ କରୁଥିବାରୁ ଗୁଜୁରାଟରେ ଆନ୍ଧ୍ର ମଡେଲ ଲାଗୁ କରାଯାଉ। ଆନ୍ଧ୍ରରେ ଥିବା ୧୭୯ ସ୍କୁଲରେ ସ୍ଥାନୀୟ ସରକାର ଯେପରି ଶିକ୍ଷକ ନିଯୁକ୍ତି ଦେବା ସହ ସ୍କୁଲ ଚଳାଉଛନ୍ତି ଗୁଜୁରାଟରେ ଥିବା  ୭ ଟି ସ୍କୁଲକୁ ସରକାର ପରିଚାଳନା କରନ୍ତୁ। ଓଡ଼ିଆ ବହିକୁ ଛାଡି ଅନ୍ୟ ସବୁ ବହି ଅନୁବାଦ ସହ ଶିକ୍ଷକଙ୍କ ଦରମା ଅନ୍ୟ ସବୁ ବ୍ୟବସ୍ଥା କରନ୍ତୁ," କହିଛନ୍ତି ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ ପାତ୍ର।
Published by: Soumya Das
First published: November 14, 2021, 6:05 PM IST