‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

Andhra minister hot words in Gajapati spark resentment in Odisha | ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶର ଜଣେ ଯୁବ ମନ୍ତ୍ରୀଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓଡ଼ିଶାର ବୁଦ୍ଧିଜୀବୀ ବର୍ଗ ସମେତ ସାଧାରଣ ଜନତାଙ୍କୁ କ୍ଷୁବ୍ଧ କରିଛି । ଗଜପତି ଜିଲ୍ଲାର ସୀମା ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ତତ୍ପର ହୁଅନ୍ତୁ ବୋଲି ଦାବି ବଢ଼ିଛି ।

ଆନ୍ଧ୍ରର ମନ୍ତ୍ରୀ ଏସ୍. ଆପଲରାଜୁ (ଡାହାଣ) ଧମକ ଦେଇ କହୁଛନ୍ତି ।

ଆନ୍ଧ୍ରର ମନ୍ତ୍ରୀ ଏସ୍. ଆପଲରାଜୁ (ଡାହାଣ) ଧମକ ଦେଇ କହୁଛନ୍ତି ।

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ଏକାଧିକ ଗାଁ ଉପରେ ନିଜ ଦୃଷ୍ଟି ନିବଦ୍ଧ କରିଥିବା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ସରକାର ଏବେ ସିଧା ଦାଦାଗିରି ପଦ୍ଧତି ଆପଣାଉଥିବା ଦେଖାଯାଇଛି । ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ମାଣିକପାଟଣାରେ ଜବରଦସ୍ତ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିବା ସହ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଅପମାନ ଦେଇ ଚାଲିଯାଇଛନ୍ତି ଆନ୍ଧ୍ରର ମନ୍ତ୍ରୀ ଏସ୍. ଆପଲରାଜୁ ।

‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି, ଆପଣ ବୁଝିପାରୁଛନ୍ତି ତ?’’ ଓଡ଼ିଶା ଭିତରେ ପଶି ଆଙ୍ଗୁଳି ଦେଖାଇ ଉଚ୍ଚ ଓ ଉଦ୍ଧତ କଣ୍ଠରେ ଓଡ଼ିଶାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଆଗରେ ଗୁରୁବାର ଦିନ ଧମକ ଦେଇଥିଲେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଏସ୍. ଆପଲରାଜୁ । ଆନ୍ଧ୍ରର ଜଗନ ମୋହନ ରେଡ୍ଡୀ ସରକାରରେ ପଶୁ ଧନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ବିଭାଗ ଦାୟିତ୍ୱରେ ଥିବା ଏହି ଯୁବ ମନ୍ତ୍ରୀଙ୍କ ଏହି ଅହେତୁକ ଔଦ୍ଧତ୍ୟର ଶିକାର ହୋଇଥିବା ଓଡ଼ିଶାର ଅଧିକାରୀ ଜଣକ ଥିଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ତାଙ୍କ ଶିଷ୍ଟାଚାର ସତ୍ତ୍ୱେ ମନ୍ତ୍ରୀ ଆପଲରାଜୁଙ୍କ ଅଭଦ୍ର ବ୍ୟବହାର ଦେଖିଥିବା ଲୋକେ ମନ୍ତ୍ରୀଙ୍କୁ କଠୋର ସମାଲୋଚନା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ବିତିଯିବା ପରେ ବି ପଡ଼ୋଶୀ ରାଜ୍ୟର ଏଭଳି ସାଙ୍ଘାତିକ କାରନାମା ବିରୋଧରେ ଏ ଯାଏଁ ଓଡ଼ିସା ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଗଜପତି ଜିଲ୍ଲାର ସାଧାରଣ ଜନତାଙ୍କ ସମେତ ସାରା ଓଡ଼ିଶାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆନ୍ଧ୍ରର ଏହି ମନ୍ତ୍ରୀଙ୍କ ବିରୋଧରେ ଏତାଲାଟିଏ ଦେବାକୁ ବି ସାହସ କରିପାରିନି ଗଜପତି ପ୍ରଶାସନ । କେବଳ ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠିଟିଏ ଲେଖି ଚୁପ୍ ବସି ଯାଇଛି ।

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା


ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ କ୍ଲାସ୍ରୁମରେ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!

‘‘ଆମେ ସେଠି ପହଞ୍ଚି ଲୋକମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲୁ । ସେତିକି ବେଳେ ସେ (ମନ୍ତ୍ରୀ ଆପଲରାଜୁ) ଆସିଲେ । ସେ ଆସି ଯାହା କଲେ ତାହା ଆପଣମାନେ ଜାଣିଛନ୍ତି । ସେ ନିଜ ସାଙ୍ଗରେ ୨୦୦ରୁ ୩୦୦ ଲୋକ ନେଇ ଆସିଥିଲେ । ସେମାନଙ୍କ ସାଙ୍ଗରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି ଯେ ଯାହା ଶେଷ ନିଷ୍ପତ୍ତି ହେବ ତାହା ଉପର ସ୍ତରରେ ହେବ ଓ ଏହି ମାମଲାର ଏକ ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ । ଆମେ ଝଗଡ଼ା ଝାଣ୍ଟି କରି ଏହି ଜାଗା ସମସ୍ୟାର ସମାଧାନ ଚାହୁଁନାହୁଁ,’’ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିନା ଅମ୍ବାନୀ ସାନ ପୁଅର ଜନ୍ମ ଦିନରେ ପରିବାରର ଆଲବମରୁ କିଛି ବିରଳ ଫଟୋ ଶେୟାର୍ କଲେ

ଆନ୍ଧ୍ରର ମନ୍ତ୍ରୀଙ୍କ ଆଚରଣରେ ଓଡ଼ିଶାର ବୁଦ୍ଧିଜୀବୀ ବର୍ଗ କ୍ଷୁବ୍ଧ ହୋଇଛନ୍ତି । ‘‘ସେ ଜଣେ ମନ୍ତ୍ରୀ ହିସାବରେ ଯେମିତି ବ୍ୟକ୍ତିଗତ ଆଚରଣ କରିବା କଥା ତାହା, ଯେମିତି ଧୈର୍ଯ୍ୟ ଓ ସମ୍ମାନବୋଧର ପ୍ରଦର୍ଶନ ସେ କରିବା କଥା, ତାହା ସେ ଆଦୌ ରିନାହାନ୍ତି । ଆମ ପ୍ରାଶାସନିକ ଅଧିକାରୀମାନେ କୌଣସି ଭୁଲ୍‌ କରିନାହାନ୍ତି । ଏମିତି ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସୃଷ୍ଟି ପାଇଁ ସମ୍ପୂର୍ଣ୍ଣ ରୂପେ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଦାୟୀ,’’ କହିଛନ୍ତି ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

ଆନ୍ଧ୍ରର ମନ୍ତ୍ରୀ ଏସ୍. ଆପଲରାଜୁ (ଡାହାଣ) ଧମକ ଦେଇ କହୁଛନ୍ତି ।


ଅସଲରେ ଗଲା ୩୦ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକର ଅନେକ ଗାଁକୁ ନେଇ ଛକାପଞ୍ଝା ଜାରି ରହିଛି । ଗଙ୍ଗାବାଡ଼ ପଞ୍ଚାୟତ ଓ ମାଣିକପାଟଣା ଗାଁକୁ ଓଡ଼ିଶା ପଟୁ ସିଧାସଳଖ ରାସ୍ତା ଖଣ୍ଡେ ନ ଥିବାରୁ ସେଠାକାର ଲୋକେ ଆନ୍ଧ୍ର ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇ ରହିଛନ୍ତି । ଏହାର ଫାଇଦା ଉଠାଇ ଅନୁଦାନ, ଅନୁକମ୍ପା ଓ ସରକାରୀ ଯୋଜନାର ବର୍ଷା କରି ଲୋକଙ୍କୁ ନିଜ ପଟକୁ ଟାଣି ନେବାକୁ ଚେଷ୍ଟା କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର ।



କୋଟିଆ ପରେ ଏବେ ଗଜପତି ଜିଲ୍ଲା ଆନ୍ଧ୍ର-ଓଡ଼ିଶା ସୀମା ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଆନ୍ଧ୍ର ନିଜ ଦାଦାଗିରି ଆରମ୍ଭ କରୁଥିବା ଦେଖାଯାଉଛି। ଏହି ସ୍ଥିତିକୁ ନେଇ ଓଡ଼ିଶାର ବିରୋଧୀ ଦଳମାନେ ଉଦ୍ବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଛନ୍ତି ।



‘‘ଆନ୍ଧ୍ର ପ୍ରଦେଶର ଜଣେ ମନ୍ତ୍ରୀ ଓଡ଼ିଶା ଭିତରକୁ ପଶି ଓଡ଼ିଶାର ଜଣେ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ପ୍ରମାଣିତ କରୁଛି ଯେ ସ୍ଥାନୀୟ ପ୍ରଶାସନ ହାତରେ ସୀମା ସୁରକ୍ଷାକୁ ଟେକି ଦେଇ ଚୁପ୍ ବସୁଛନ୍ତି ରାଜ୍ୟ ସରକାର । ଏବେ ଏକ ସର୍ବଦଳୀୟ ବୈଠକ ଡାକି ଓଡ଼ିଶାର ମାଟିକୁ ସୁରକ୍ଷା ଦେବା ପାଇଁ ସରକାର ଯୋଜନା କରିବା ଦରକାର,’’ କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ‘‘ଏବେ ରାଜ୍ୟ ସରକାର ଚୁପ୍ ନ ବସି ଏମିତି ଅଶୋଭନୀୟ ଆଚରଣର କଡ଼ା ଜବାବ ଦେବା ଦରକାର ।’’
Published by:Anand S.T. Das
First published: