ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ଆନ୍ଧ୍ରର ପୂର୍ବ MLAଙ୍କୁ ଗିରଫ କରି ଜେଲ୍ ପଠେଇଲା ଓଡ଼ିଶା ପୋଲିସ

ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ଆନ୍ଧ୍ରର ପୂର୍ବ MLAଙ୍କୁ ଗିରଫ କରି ଜେଲ୍ ପଠେଇଲା ଓଡ଼ିଶା ପୋଲିସ

ବିଜୟ ପ୍ରସାଦଙ୍କ ୱେଲଫେୟାର୍ ଗୃପ ଅଫ କମ୍ପାନୀ ବିରୁଦ୍ଧରେ ଏବେ ସୁଦ୍ଧା ୧୫୦ରୁ ଅଧିକ ଜମାକାରୀ ଟଙ୍କା ଠକେଇର ଅଭିଯୋଗ କରିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବଢି଼ବାର ସମ୍ଭାବନା ରହିଛି ବୋଲି କହିଛି ପୋଲିସ ।

ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ଆନ୍ଧ୍ରର ପୂର୍ବ MLAଙ୍କୁ ଗିରଫ କରି ଜେଲ୍ ପଠେଇଲା ଓଡ଼ିଶା ପୋଲିସ
ପୂର୍ବତନ ବିଧାୟକ ମଲା ବିଜୟ ପ୍ରସାଦ
  • News18 Odia
  • Last Updated: September 7, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ସମେତ କଟକ ଓ ନୟାଗଡ଼ରେ ଜମାକାରୀଙ୍କୁ ଲୋଭନୀୟ ସ୍କିମ୍‌ ଦେଖାଇ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରିବା ଅଭିଯୋଗରେ ଆନ୍ଧ୍ର ପ୍ରଦେଶର ୱାଇ.ଏସ୍‌.ଆର୍‌. କଂଗ୍ରେସ ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ମଲା ବିଜୟ ପ୍ରସାଦଙ୍କୁ (୫୨) ଗିରଫ କରିଛି ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇ.ଓ.ଡ଼ବ୍ଲୁ.) । ରବିବାର ତାଙ୍କୁ ବିଶାଖାପାଟଣାରୁ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି କଟକ ଓ.ପି.ଆଇ.ଡି. କୋର୍ଟରେ ହାଜର କରିବା ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି ।

ୱେଲଫେୟାର୍‌ ବିଲିଡିଂ ଆଣ୍ଡ୍‌ ଇଷ୍ଟେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ଼ ନାମକ ସଂସ୍ଥା ଜରିଆରେ ବିଜୟ ପ୍ରସାଦ ଜମାକାରୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ସେ ଭୁବନେଶ୍ୱରର ସହିଦ ନଗର, କଟକ, ନୟାଗଡ଼ ଓ କଟକ ନରସିଂହପୁରରେ ଏହି ସଂସ୍ଥାର ବ୍ରାଞ୍ଚ୍‌ ଅଫିସ୍‌ ଖୋଲିଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଅନେକ ଜମାକାରୀଙ୍କ ଟଙ୍କାକୁ ଏହି ସଂସ୍ଥା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଅଭିନେତା ଅଭିଷେକ ବଚ୍ଚନ ୪୫ କୋଟି ଟଙ୍କାରେ ବିକିଲେ ମୁମ୍ବାଇରେ ନିଜ ଲଗ୍ଜରୀ ଆପାର୍ଟମେଣ୍ଟ୍

‘‘ୱେଲଫେୟାର୍‌ ବିଲିଡିଂ ଆଣ୍ଡ୍‌ ଇଷ୍ଟେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ଼ ସଂସ୍ଥା ଜମାକାରୀଙ୍କଠାରୁ ଲୋଭନୀୟ ସ୍କିମ୍‌ ଜରିଆରେ ଠକିଥିଲା । ବିଶେଷ କରି ପାଞ୍ଚ ଲକ୍ଷ ଟଙ୍କା ଜମା କଲେ ପାଞ୍ଚ ବର୍ଷରେ ତିନି ଗୁଣା ହେବ ବୋଲି ଏକ ଲୋଭନୀୟ ସ୍କିମ୍‌ ଲୋକଙ୍କୁ ଦେଖାଯାଇଥିଲା । କେବଳ ସେତିକି ନୁହେଁ, ଟଙ୍କା ବଦଳରେ ବିଶାଖାପାଟଣାରେ ପ୍ଲଟ୍‌ ଦେବାକୁ ମଧ୍ୟ କୁହାଯାଇଥିଲା । ଫଳରେ ଜମାକାରୀମାନେ ଏହି ସଂସ୍ଥା ଉପରେ ଭରସା କରି ଟଙ୍କା ଜମା କରିଥିଲେ । ହେଲେ ପରେ ଏହି ସଂସ୍ଥା ଜମାକାରୀଙ୍କ ଗଚ୍ଛିତ ଟଙ୍କା ନେଇ ରାତି ଅଧିଆ ଛୁ ମାରିଥିଲା । ୨୦୧୯ ମସିହାରେ ଇ.ଓ.ଡ଼ବ୍ଲୁ. ପାଖରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଥିଲା,’’ କହିଛନ୍ତି ଇ.ଓ.ଡ଼ବ୍ଲୁ. ଏସ୍‌.ପି. ଗାଗାରିନ ମହାନ୍ତି ।

ଭାଇଜାଗରେ ଥିବା ବିଜୟ ପ୍ରସାଦଙ୍କ ଘରେ ରବିବାର ଦିନ ଓଡ଼ିଶା ପୋଲିସ ଚଢ଼ାଉ କରିଥିଲା ।


ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

ବିଜୟ ପ୍ରସାଦ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ୱାଇ.ଏସ୍‌.ଆର୍‌. ପାର୍ଟିରେ ଯୋଗ ଦେଇଥିଲେ ।ଇ.ଓ.ଡ଼ବ୍ଲୁ. ଆଇ.ପି.ସି.ର ଦଫା ୪୨୦, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅଧୀନରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ତା’ ସହିତ ୧୯୭୮ର PC ଆଇନ୍‌ ଓ MC ସ୍କିମ୍ (ବ୍ୟାନିଂ ଆକ୍ଟ) ଓ OPID ଆକ୍ଟର ଧାରା ୬ ସହିତ ୨୦୧୧ ମସିହାରେ ହୋଇଥିବା ଚିଟ୍ ଫଣ୍ଡ୍ ଠକେଇରେ ତାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

‘‘ରବିବାର ଦିନ ଭାଇଜାଗରେ ଥିବା ବିଜୟ ପ୍ରସାଦଙ୍କ ଘରେ ଆମେ ଚଢ଼ାଉ କରିଥିଲୁ । ଚଢ଼ାଉ ବେଳେ ତାଙ୍କ ଘରୁ ଠକେଇ ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ତାଙ୍କୁ ଓଡି଼ଶା ଅଣାଯାଇଛି । ଏବେ ସୁଦ୍ଧା ତାଙ୍କ ବିରୁଦ୍ଧରେ ୧୫୦ରୁ ଅଧିକ ଲୋକ ଠକେଇର ଅଭିଯୋଗ କରିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବଢି଼ବାର ସମ୍ଭାବନା ରହିଛି,’’ କହିଛନ୍ତି ଇ.ଓ.ଡବ୍ଲୁ.ର ଏସ୍‌.ପି. ଗାଗାରିନ୍‌ ମହାନ୍ତି ।

ଏହା ବି ପଢ଼ନ୍ତୁ | କରୋନା 3rd Wave ଅକ୍ଟୋବରରେ ଶୀର୍ଷ ଛୁଇଁବ; ପିଲାଙ୍କ ପ୍ରତି ଅଧିକ ବିପଦ: ଗୃହ ମନ୍ତ୍ରାଳୟ ରିପୋର୍ଟ

ବିଜୟ ପ୍ରସାଦଙ୍କ ୱେଲଫେୟାର୍‌ ଗୃପ ଅଫ କମ୍ପାନୀ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା । ଏହି କମ୍ପାନୀ ସାରା ଭାରତରେ ବ୍ୟବସାୟ କରୁଥିଲା, କିନ୍ତୁ ଏହି କମ୍ପାନୀରେ ଜମାକାରୀଙ୍କ ସଂଖ୍ୟା ଆନ୍ଧ୍ର ପ୍ରଦେଶ, ଓଡି଼ଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଥିଲା । ଗତ କିଛି ବର୍ଷ ପୂର୍ବେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା ଏବଂ ନୂଆ କମ୍ପାନୀ ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍‌ ନାମରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେ ଏହି କମ୍ପାନୀର ଚେୟାରମ୍ୟାନ୍‌ ଅଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ବିରୁଦ୍ଧରେ ଯାଞ୍ଚ କରିସାରିଛି ।



ଜମାକାରୀମାନଙ୍କ ଟଙ୍କାରେ ତେଲଗୁ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ଭିଜୟ । ଏକାଧିକ ତେଲୁଗୁ ଫିଲ୍ମ ସେ ନିର୍ମାଣ କରିଥିବାର ସୂଚନା ପାଇଛି ତଦନ୍ତକାରୀ ଟିମ୍‌ । ସେ ଦିଗରେ ତାଙ୍କୁ ଜେରା କରାଯିବ ବୋଲି ଇ.ଓ.ଡବ୍ଲୁ. ପକ୍ଷରୁ କୁହାଯାଇଛି । ଓଡ଼ିଶାରେ ତାଙ୍କୁ କେଉଁମାନେ ସହଯୋଗ କରୁଥିଲେ ସେ ଦିଗରେ ମଧ୍ୟ ତଦନ୍ତ କରିବ ଇ.ଓ.ଡବ୍ଲୁ. । ତାଙ୍କୁ ଚୌଦ୍ୱାର ଜେଲରୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ତଦନ୍ତକାରୀ ଟିମ୍‌ ପକ୍ଷରୁ କୁହାଯାଇଛି ।
Published by: Anand S.T. Das
First published: September 7, 2021, 11:59 PM IST