News 18 Odia Digital
କଟକ: ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ପୁଣି ଏକ ହାତୀକୁ ଗୁଳିମାଡ଼। ସଙ୍କଟରେ ନରସିଂହପୁର ବନଖଣ୍ଡରେ ରହୁଥିବା ହାତୀ। ଦାନ୍ତ ପାଇଁ ଦନ୍ତାକୁ ଗୁଳିକରି କରାଯାଉଛି ହତ୍ୟା। ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳି କରାଯାଇଛି। ହାତୀ ଦେହରେ ଦୁଇଟି ଗୁଳି ବାଜିଥିବାର ସୂଚନା ମିଳିଛି। ହାତୀଟି ଦେହରେ ଗୁଳି ଲାଗିଥିବା ଅବସ୍ଥାରେ ବୁଲୁଛି। ତେବେ ମୂଲ୍ୟବାନ ହାତୀ ଦାନ୍ତ ବିକ୍ରି କରିବା ଉଦ୍ଦେଶ୍ୟରେ ଦନ୍ତା ହାତୀକୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଉଛି।
ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ହାତୀକୁ ଦେଖି ନରସିଂହପୁର ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି। ତେବେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଗଠନ ହୋଇଛି। କିନ୍ତୁ ପୁଣି କିପରି ହତ୍ୟା କରାଯାଉଛି ତାହା ବର୍ତ୍ତମାନ ଚିନ୍ତାଜନକ ବିଷୟ ପାଲଟିଛି। କିଛି ଦିନ ତଳେ ବାରସିଂହା ଜଙ୍ଗଲରେ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିଲା। ଶୀକାରୀମାନେ ଦନ୍ତାହାତୀକୁ ୬ଟି ଗୁଳିମାଡ଼ କରିଥିଲେ। ଗୁଳି ଲାଗିଥିବା ଅବସ୍ଥାରେ ବୁଲିବା ପରେ ହାତୀର ମୃତ୍ୟୁ ହୋଇଥିଲା ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।