ଆକାଶରୁ ଖସିଲା ଅଜଣା ବସ୍ତୁ; ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଚଣ୍ଡୀପୁର ଗ୍ରାମର ଲୋକମାନେ ଏକ କ୍ଷୁଦ୍ର ବେଳୁନ ସଦୃଶ ଜିନିଷ ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଏହା ସମୟକ୍ରମେ ବିରାଟକାୟ ହେବାରେ ଲାଗିଥିଲା ।

ଆକାଶରୁ ଖସିଲା ଅଜଣା ବସ୍ତୁ; ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଆକାଶରୁ ଖସିଲା ଅଜଣା ବସ୍ତୁ; ଭୟଭୀତ ଅବସ୍ଥାରେ ଗ୍ରାମବାସୀ

  • News18 Odia
  • Last Updated :
  • Baudh, India
  • Share this:
News 18 Odia Digital

ବୌଦ୍ଧ; ସାମ୍ପଚ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପୁର ଗ୍ରାମର ଲୋକମାନେ ଏକ କ୍ଷୁଦ୍ର ବେଳୁନ ସଦୃଶ ଏକ ଜିନିଷ ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଏହା ସମୟକ୍ରମେ ବିରାଟକାୟ ହେବାରେ ଲାଗିଥିଲା । ଫଳରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ପୋଲିସକୁ ଖବର ଦେବାଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା ଚଣ୍ଡିପୁର ଗ୍ରାମର କିଛି ଗ୍ରାମବାସୀ ଧାନ କାଟି ଫେରୁଥିବା ସମୟରେ ହଠାତ ଛୋଟ ଫୁଟବଲ ସଦୃଶ୍ୟ ଏକ ଅଜଣା ବସ୍ତୁ ଅକାଶରୁ ବିଲରେ ପଡୁଥିବାରେ ଦେଖିଥିଲେ । ତେବେ ବସ୍ତୁଟିକୁ ଦେଖିବା ପାଇଁ ଲୋକମାନେ ନିକଟକୁ ଯାଇଥିଲେ । କିନ୍ତୁ ଅଜଣାବସ୍ତୁଟି ହଠାତ ଫୁଟବଲ ଆକାରରୁ ଅଧିକ ଆକାର ନେବାକୁ ଲାଗିଥିଲା । ଏହା ଦେଖି ଗ୍ରାମବାସୀ ସେଠାରୁ ଦୂରେଇ ଯାଇଥିଲେ । ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଦୂରକୁ ଯିବାକୁ କହିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ଓ ଚାରିଛକ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ଅଜଣା ବସ୍ତୁ ଉପରେ ନଜର ରଖିଛନ୍ତି । କିନ୍ତୁ ଏପଟେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆସନ୍ତାକାଲି ଏକ ବିଶେଷଜ୍ଞ ଦଳ ଆସିବା ପରେ ଅଜଣା ଵସ୍ତୁକୁ କଣ କରାଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Published by:Soubhagya Mishra
First published: