ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଉ ରହିବନି ଅକ୍ସିଜେନର ଅଭାବ; ବାଲେଶ୍ୱରରେ ଉଦଘାଟନ ହେଲା ଅକ୍ସିଜେନ ପ୍ଲାଣ୍ଟ

ଆଉ ରହିବନି ଅକ୍ସିଜେନର ଅଭାବ; ବାଲେଶ୍ୱରରେ ଉଦଘାଟନ ହେଲା ଅକ୍ସିଜେନ ପ୍ଲାଣ୍ଟ

ଦୂର ହେବ ବାଲେଶ୍ୱର ସହରର ଅକ୍ସୀଜେନ ସମସ୍ୟା। ଶହେ କୋଟି ବିନିମୟ ମୂଲ୍ୟରେ କାର୍ଯ୍ୟକ୍ଷମ ହେଲା ଅକ୍ସିଜେନ ପ୍ଲାଣ୍ଟ।

ଆଉ ରହିବନି ଅକ୍ସିଜେନର ଅଭାବ; ବାଲେଶ୍ୱରରେ ଉଦଘାଟନ ହେଲା ଅକ୍ସିଜେନ ପ୍ଲାଣ୍ଟ
ବାଲେଶ୍ୱରରେ ଉଦଘାଟିତ ହେଲା ଅକ୍ସିଜେନ ପ୍ଲାଣ୍ଟ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 7:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଦୂର ହେବ ବାଲେଶ୍ୱର ସହରର ଅକ୍ସୀଜେନ ସମସ୍ୟା। ଶହେ କୋଟି ବିନିମୟ ମୂଲ୍ୟରେ କାର୍ଯ୍ୟକ୍ଷମ ହେଲା ଅକ୍ସିଜେନ ପ୍ଲାଣ୍ଟ। ବୁଧବାର ଏକ ହଜାର ଲିଟର ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଥିବାବେଳେ ଆଗାମୀ ଏକ ମାସ ଭିତରେ ଆଉ ଦୁଇ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି।

କୋଭିଡର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ପାଇଁ ଚାରିଆଡ଼େ ଚହଳ ପଡିଥିଲା। ଏହାପରେ ସବୁ ଜିଲ୍ଲାର ଅକ୍ସିଜେନ ଆବଶ୍ୟକତା ଉପରେ ସରକାର ଗୁରୁତ୍ୱ ଦେଇଥିଲେ। ଏନେଇ କେନ୍ଦ୍ରୀୟ ଅନୁଦାନ ପରେ ବାଲେଶ୍ୱରରେ ଅକ୍ସିଜେନ ପ୍ଲାଣ୍ଟ ବୁଧବାର ଶୁଭାରମ୍ଭ ହୋଇଛି।  ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଟଙ୍କା ବିନିମୟ ମୂଲ୍ୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜରେ ତିନୋଟି ଏକ ହଜାର ଲିଟର ଲେଖାଏଁ  PSA ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିବା ବେଳେ ବୁଧବାର ଗୋଟିଏ ପ୍ଲାଣ୍ଟର କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ , ସଦର ବିଧାୟକ ସ୍ୱରୂପ ଦାସ , ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲ ସେନ ଜଗଦେଵ ପ୍ରମୁଖ ଉପସ୍ଥିତ ହୋଇ ଏହି ପ୍ଲାଣ୍ଟର ଶୁଭାରମ୍ଭ କରଥିଲେ।  ଏହି ପ୍ଲାଣ୍ଟ ଦ୍ୱାରା ମୁଖ୍ୟ ଚିକିତ୍ସାଳୟର ପାଇପ ଯୋଗେ ପ୍ରତି ବେଡକୁ ଏଠାରେ ଅକ୍ସିଜେନ ପ୍ରସ୍ତୁତ ହୋଇ ପହଞ୍ଚିବ। ଯାହା ଦ୍ୱାରା ଆବଶ୍ୟକ ପରିମାଣର ଅକ୍ସିଜେନ ସମସ୍ୟା ଦୂର ହୋଇପାରିବ।

"ଯେତେବେଳେ କୋଭିଡର ଦ୍ୱିତୀୟ ଲହର ଆସିଲା ସେତେବେଳେ ବହୁତ ସ୍ଥାନରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା। ତେବେ ଏହି ଅକ୍ସିଜେନ ଅଭାବ ଦୂର ପାଇଁ ପ୍ରତ୍ୟକ ମେଡିକାଲ କଲେଜ ଓ ହସ୍ପିଟାଲରେ PSA ଅକ୍ସିଜେନ ପ୍ଲାଣ୍ଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଷଣା କରିଥିଲେ। ସେହ ପରିପ୍ରେକ୍ଷୀରେ ଏବେ ଗୋଟିଏ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି ବାକି ଦୁଇଟି ମଧ୍ୟ ଶୀଘ୍ର କାର୍ଯ୍ୟକ୍ଷମ ହେବ," କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ।

" ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କହିଛନ୍ତି,"ଏହି ଅକ୍ସିଜେନ ପ୍ଲାଣ୍ଟ ଦ୍ୱାରା ଅନେକ ଲୋକ ଉପକାର ପାଇପାରିବେ। ମୁଖ୍ୟତଃ ଅକ୍ସିଜେନ ଅଭାବ ଆଉ ବାଲେଶ୍ୱର ହସ୍ପିଟାଲ ଓ ମେଡିକାଲ କଲେଜରେ ରହିବ ନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ମୁକାବିଲା ନେଇ ବିଶ୍ୱ ପ୍ରଶଂସିତ । ସମସ୍ତେ ମିଳିତ ଭାବରେ କୋଭିଡ ବିରୋଧରେ ଲଢ଼େଇ କରିବା ଉଚିତ"।

"କୋଭିଡର ଦ୍ୱିତୀୟ ଲହର ସମୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ ହସ୍ପିଟାଲ ପାଇଁ ମାସିକ ଅକ୍ସିଜେନ କିଣିବା ବାବଦକୁ ଖର୍ଚ୍ଚ ହେଉଥିଲା ୧୦୦ କୋଟି ଟଙ୍କା । ସେହିପରି ଅକ୍ସିଜେନ ସରିବା ପୂର୍ବରୁ ଷ୍ଟକ ମହଜୁଦ ରଖିବା ମଧ୍ୟ ମେଡିକାଲ କତ୍ତୃପକ୍ଷଙ୍କ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ହୋଇ ସାମ୍ନାକୁ ଆସୁଥିଲା । ଏବେ ଏହି ଅକ୍ସିଜେନ ପ୍ଲାଣ୍ଟ ଦ୍ୱାରା ମାସିକ ୨କୋଟି ଖର୍ଚ୍ଚରୁ ମୁକ୍ତି ମିଳିବା ସହିତ ଆବଶ୍ୟକ ବେଳେ ଅକ୍ସିଜେନ ରୋଗୀଙ୍କୁ ମିକିପାରିବ। ଆଜି ଗୋଟିଏ PSA ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟନ ହୋଇଥିବା ବେଳେ ଆଗାମୀ ମାସେ ଭିତରେ ଆଉ ଦୁଇଟି କାମ ଶେଷ ଲକ୍ଷ୍ୟ ରଖାଯାଇଛି,"କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲ ସେନ ଜଗଦେଵ।

ସେହିପରି ଏହି ପ୍ଲାଣ୍ଟ ଅକ୍ସିଜେନ ସିଧା ସଳଖ ପାଇପ ଯୋଗେ ପ୍ରତ୍ୟକ ରୋଗୀଙ୍କ ବେଡ଼ ନିକାଟକୁ ପହଞ୍ଚାଇବା କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ଏହି PSA oxygen plant ପାଇଁ ୧୦୦ କୋଟି ଟଙ୍କାରୁ DRDO ୨୫ କୋଟି ଓ ବାକି ଟଙ୍କା NHI ଅନୁଦାନ ଦେଇଛି।  ଏହି ପ୍ଲାଣ୍ଟର ଲାଭ ବାଲେଶ୍ୱର ବାସୀଙ୍କୁ ମିଳିବାକୁ ଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଲୋକେ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ PSA ଅକ୍ସିଜେନ ପ୍ଲାଣ୍ଟ ଆବଶ୍ୟକ ଅକ୍ସିଜେନ ସମସ୍ୟା ଦୂର କରିବା ସହିତ ଏହାଦ୍ୱାରା ଉପକୃତ ହୋଇପାରିବେ ଶତାଧିକ ରୋଗୀ।
Published by: Soumya Das
First published: November 11, 2021, 7:25 PM IST