ମିଶନ ଡ୍ରିମ୍ସ ମିସ ଇଣ୍ଡିଆରେ ଦ୍ୱିତୀୟ ରନର୍ସ ଅପ ହେଲେ ଓଡ଼ିଆ ଝିଅ ଜଗତଜିତା ଦାସ

ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଆ ଝିଅ ଭାବରେ ସଫଳତା ପାଇଛନ୍ତି ଢେଙ୍କାନାଳର ଜଗତଜିତା ଦାସ। ଭାରତର ବିଭିନ୍ନ ସ୍ଥାନରୁ ଏହି ପ୍ରତିଯୋଗିତାରେ ୨୦ଜଣ ଭାଗ ନେଇଥିଲେ।

ମିଶନ ଡ୍ରିମ୍ସ ମିସ ଇଣ୍ଡିଆରେ କମାଲ କରିଛନ୍ତି ଓଡ଼ିଆ ଝିଅ (ପ୍ରତୀକାତ୍ମକ ଛବି)

ମିଶନ ଡ୍ରିମ୍ସ ମିସ ଇଣ୍ଡିଆରେ କମାଲ କରିଛନ୍ତି ଓଡ଼ିଆ ଝିଅ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଢେଙ୍କାନାଳ: ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଆ ଝିଅ ଭାବରେ ସଫଳତା ପାଇଛନ୍ତି ଢେଙ୍କାନାଳର ଜଗତଜିତା ଦାସ। ଭାରତର ବିଭିନ୍ନ ସ୍ଥାନରୁ ଏହି ପ୍ରତିଯୋଗିତାରେ ୨୦ଜଣ ଭାଗ ନେଇଥିଲେ।

ଜଗତଜିତା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁର ଦାସଙ୍କ ଏକମାତ୍ର କନ୍ୟା। ମୁମ୍ବାଇରେ ଅନୁଷ୍ଠିତ ଏହି "ଶୋ" ମିଶନ ଡ୍ରିମ ମିସ ଇଣ୍ଡିଆ ଡିସେମ୍ବର ୧୯,୨୦, ଓ ୨୧ ତାରିଖରେ ତିନି ଦିନ ଧରି ହୋଇଥିଲା।ଭାରତର ବିଭିନ୍ନ ସ୍ଥାନରୁ ୨୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ୨୦ଜଣଙ୍କ ମଧ୍ୟରେ ଝାଡ଼ଖଣ୍ଡ, ବିହାର , ଆସାମ, ଗୁଜୁରାଟ ଓ ପଶ୍ଚିମବଙ୍ଗରୁ କିଛି ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିଥିଲେ।  ଓଡିଶାରୁ କେବଳ ଭାଗ ନେଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଗତଜିତା ଓଡ଼ିଆ ଝିଅ ଭାବରେ ଦ୍ୱିତୀୟ ରନର୍ସଅପ ହାସଲ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

"ଝିଅର ପିଲା ଦିନରୁ ଆକ୍ଟିଂ ଓ ମଡେଲିଂ ପ୍ରତି ଦୁର୍ବଳତା ରହିଥିଲା। କିନ୍ତୁ ଆମେ ବାପା ମା ଦୁହେଁ ସରକାରୀ ଚାକିରିଆ ହୋଇଥିବାରୁ ଏହି ଆକ୍ଟିଂ ଓ ମଡେଲିଂ ଲାଇନରେ ଛାଡ଼ିବା ପାଇଁ ଅରାଜି ହୋଇଥିଲୁ। କିନ୍ତୁ ତା'ର ନିଜ ଜିଦ ଓ ଆଗ୍ରହ ପାଇଁ ସେ ସଫଳତା ପାଇଛି। ବାପା ମା' ହିସାବରେ ଆମେ ଏବେ ଝିଅର ସଫଳତା ପାଇଁ ଗର୍ବିତ ଅନୁଭବ କରୁଛୁ।ଏଥିପାଇଁ ସେ ଯେତେ ଆଗକୁ ଯିବାକୁ ଚାହିଁବ ଆମେ ତାକୁ ସହଯୋଗ କରିବୁ,"କହିଛନ୍ତି ଜଗତଜିତାଙ୍କ ବାପା ଚିତ୍ତରଞ୍ଜନ ଦାସ।

"ଭବିଷ୍ୟତରେ ଯଦି ବଲିଉଡ଼ ଜଗତରେ ଭଲ କନସେପ୍ଟରେ କାମ କରିବାର ସୁଯୋଗ ମିଳେ ତାହେଲେ କାମ କରିବି।ତା' ସହିତ କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟ ଶ୍ରୋତରେ ସେମାନେ କିଭଳି ସାମିଲ ହେବେ ସେନେଇ କାମ କରିବାକୁ ଇଛା ଅଛି," କହିଛନ୍ତି ଜଗତଜିତା ଦାସ ।
Published by:Soumya Das
First published: