ବଡ଼ଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପିଇବା ହେଲା କାଳ; ହାତ ପାପୁଲିରେ ପସିଲା ରଡ଼

ବଡ଼ଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପିଇବା ହେଲା କାଳ । ଟ୍ୟାପ ତଳେ ଥିବା ପ୍ଲାଟଫର୍ମରେ ଶିଉଳି ଯୋଗୁଁ ଗୋଡ଼ ଖସିଗଲା ଭକ୍ତଙ୍କର । ଏକ ଭଙ୍ଗା ରଡ ହାତ ପାପୁଲିରେ ଗୋଟିଏ ପଟୁ ପସି ଅନ୍ୟ ପଟରେ ବାହାରିଲା ।

ବଡ଼ଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପିଇବା ହେଲା କାଳ; ହାତ ପାପୁଲିରେ ପସିଲା ରଡ଼

ବଡ଼ଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପିଇବା ହେଲା କାଳ; ହାତ ପାପୁଲିରେ ପସିଲା ରଡ଼

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଡ୍ରିଙ୍କ ଫ୍ରମ ଟ୍ୟାପରୁ (Drink from tap) ପାଣି ପିଇବା ଭକ୍ତଙ୍କ ପାଇଁ ହୋଇଛି କାଳ। ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ରାଜସ୍ଥାନ (Rajasthan) ନାଗୌରର ପ୍ରକାଶ କୁମାର ସୋନି ଶ୍ରୀମନ୍ଦିର ସମ୍ମୁଖ ସୂର୍ଯ୍ୟ କମ୍ପ୍ଲେକ୍ସ  ନିକଟ ଡ୍ରିଙ୍କ ଫର୍ମ ଟ୍ୟାପ ପାଣି କଳରୁ ପାଣି ପିଇବାକୁ ଯାଇଥିଲା ବେଳେ ସେଠାରେ ଘଟିଥିଲା ଦୁର୍ଘଟଣା (Accident) । ପାଣିକଳର ପ୍ଲାଟଫର୍ମରେ ଥିବା ଶିଉଳି ଯୋଗୁଁ ଗୋଡ ଖସିବାରୁ ସେ ଆହତ ହୋଇଛନ୍ତି । ସେହି ସ୍ଥାନରେ କିଛି ଭଙ୍ଗା ଲୁହା ରଡ଼ ପଡିଥିବା ବେଳେ ଟ୍ୟାପ ଉପରେ ଖସଡ଼ା ଲାଗିଥିଲା ଯାହା ଫଳରେ ସେ ପଡିଯାଇଥିଲେ । ସେଠାରେ ତାଙ୍କ ହାତ ପାପୁଲିରେ ଭଙ୍ଗା ଲୁହା ରଡ଼ ପସିଯାଇଥିଲା ।ଭକ୍ତଙ୍କ ଏଭଳି ସ୍ଥିତି ଦେଖି ଉତ୍ୟକ୍ତ ଲୋକେ  ପାଣି କଳ ଟ୍ୟାପକୁ ଭାଙ୍ଗି ଦେଇଥିଲେ। ଗୁରୁତର ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ପାଇଁ ସଦର ଚିକିତ୍ସାଳୟ ନିଆଯାଇଥିଲା।

ବଡ଼ଦାଣ୍ଡ ଦୁଇ ପାର୍ଶ୍ଵରେ ଲାଗିଥିବା ପାଣିକଳ ତୃଷାର୍ତଙ୍କ ପାଇଁ ଅନେକ ସମୟରେ ଏଭଳି ବିପଦ ସୃଷ୍ଟି କରୁଛି । ଗତକାଲି ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ପ୍ରକାଶଙ୍କୁ ଶୋଷ ଲାଗିଥିଲା । ସେ  ବଡ଼ଦାଣ୍ଡ କଡରେ ଥିବା ଡ୍ରିଙ୍କ ଫ୍ରମ ଟ୍ୟାପରୁ ପାଣି ପିଇବା ପାଇଁ ଯାଇଥିଲେ । ପାଣିକଳ ପ୍ଲାଟଫର୍ମ ଶିଉଳିରେ ଗୋଡ଼ ଖସିଯିବାରୁ ପ୍ରକାଶ ପଡିଯାଇଥିଲେ। ତଳେ ଏକ ଲୁହା ରଡ଼ ବାହାରି ରହିଥିଲା । ସେହି ରଡ଼ ଉପରେ ଡାହାଣ  ହାତଟି ପଡିଯାଇଥିଲା ଯାହା ଫଳରେ ପାପୁଲିରେ ରଡ଼ ପଶି ଅପର ପାର୍ଶ୍ଵରେ ବାହାରିଥିଲା। ଲୋକେ ଲୁହା ରଡ଼ଟି କାଟି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସଦର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ କେବଳ ସେହି ପାଣି କଳ ନୁହେଁ ବଡ଼ଦାଣ୍ଡରେ ଥିବା ଅନେକ ପାଣିକାଳ ପ୍ଲାଟଫର୍ମ ଏଭଳି ଖରାପ ଅବସ୍ଥାରେ ରହିଛି। ସେପଟେ ବଡଦାଣ୍ଡରେ ଥିବା ଏଭଳି ଅନେକ ଡ୍ରିଙ୍କ ଫ୍ରମ ଟ୍ୟାପର ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାୟୀ କରୁଛନ୍ତି।

ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ୨୪ ଘଣ୍ଟିଆ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ୨୭ ଜୁଲାଇ ୨୦୨୧ରୁ ଆରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା  । ଏହାକୁ ନେଇ ବଡଦାଣ୍ଡରୁ ଆରମ୍ଭ କରି ଗଳିକନ୍ଦିରେ ୨୪ ଘଣ୍ଟିଆ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ କରାଯାଉଛି  । ମାତ୍ର ବଡଦାଣ୍ଡରେ ଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ଗୁଡିକର ସ୍ଥିତି ବେଶ ଦୟନୀୟ  । ପିଏଚଡି ବିଭାଗର ଅବହେଳା ଯୋଗୁଁ ଟ୍ୟାପ ଲଗାଯାଇଥିବା ପ୍ଲାଟଫର୍ମ ଶିଉଳି ତ ପୁଣି କେଉଁଠି ଆବର୍ଜନା ପାଣି ଜମି ପୁତିଗନ୍ଧମୟ ପରିବେଶ  । ଟ୍ୟାପ ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ମରାମତି କରାଯାଊନାହିଁ  । ଏହାକୁ ନେଇ ପୁରୀ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି  । ଖୁବ ଶୀଘ୍ର ସମସ୍ତ ଟ୍ୟାପ ଗୁଡିକର ଅନୁଧ୍ୟାନ କରି ମରାମତି ସହ ସଫେଇ କରାଯିବ ବୋଲି କହିଛନ୍ତି ଜିଲାପାଳ ସମର୍ଥ ବର୍ମା ।

ଦେଶର ପ୍ରଥମ ସହର ଭାବେ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ ଏବେ ଭୁସୁଡିବାକୁ ବସିଲାଣି  । ପୁଣି ଆଗକୁ ରଥଯାତ୍ରା ଆସୁଥିବାରୁ ଏହାଉପରେ ଗୁରୁତ୍ୱ ଦେବା ଆବଶ୍ୟକ  ।

ଏହି ଖବର ପଢ଼ନ୍ତୁ - http://ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ
Published by:Soubhagya Mishra
First published: