News18 Odia Digital
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା କସଡା ଗ୍ରାମରେ ଆଠ ବର୍ଷର ନାବାଳିକାକୁ ଟାଙ୍ଗିଆରେ ହାଣୀ ହତ୍ୟା। କଟା ମୁଣ୍ଡକୁ ହାତରେ ଧରି ଗାଁରେ ବୁଲିଲା ଦୁର୍ବୁତ୍ତ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗିରଫ କଲା ହତ୍ୟାକରୀକୁ।
କସଡ଼ା ଗ୍ରାମର ନବ କିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ କରିବାକୁ ଯାଇଥିଲା। ଏହି ସମୟରେ ସେହି ଗ୍ରାମର ପ୍ରଶାନ୍ତ ବଗା ନମାକ ଜଣେ ବ୍ୟକ୍ତି ଏକ ଟାଙ୍ଗିଆରେ ନାବାଳିକା ପ୍ରଜାଲିନକୁ ହତ୍ୟା କରିଥିଲା। ଏହା ପରେ ପ୍ରଶାନ୍ତ ବଗା କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ଥିଲା। ଏହା ପରେ ଗାଁରେ ଥିବା ଏକ ନଳକୂପରୁ ପାଣି ବାହାର କରି କଟା ମୁଣ୍ଡକୁ ଧୋଇବା ସହ ରକ୍ତ ପଇବା ସହ କଟା ମୁଣ୍ଡକୁ ନଳକୂପ ଠାରେ ପକେଇ ଦେଇଥିଲା ବୋଲି ଅଭିଯୋଗ କରିଛନ୍ତି ଗ୍ରମାବାସୀ।
ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।
ଏହି ମାମାଲରେ ପ୍ରଜାଲିନର ବାପା ନବ କିଶୋର ଧରୁଆ କହିଛନ୍ତି, ‘‘ଆମେ ଘର ନଥିଲୁ। ମହୁଲ ଗୋଟେଇବକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ମୋ ଝିଅ ଶୌଚ ପାଇଁ ଯାଉଥିଲା। ଏହି ସମୟରେ ଏକୁଟିଆ ଦେଖି ପ୍ରଶାନ୍ତ ବଗା ତାକୁ ହତ୍ୟା କରିଥିଲା।’’
ହତ୍ୟା ଘଟଣାର ଖବର ପାଇବା ମାତ୍ରେ ଜମନକିରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା। ଏହା ପରେ ଅଭିଯୁକ୍ତ ପ୍ରଶାନ୍ତ ବଗାକୁ କାବୁ କରିବା ସହ ତାକୁ ଗିରଫ କରିଥିଲା ପୋଲିସ।
ହତ୍ୟା ସମ୍ପର୍କରେ ଖବର ପାଇବା ପରେ ଆମେ ଘଟଣା ସ୍ଥଳରେ ପହଞ୍ଚିବା ସହ ହତ୍ୟାକାରୀକୁ ଗିରଫ କରିଥିଲୁ। ପ୍ରଶାନ୍ତ ବଗା କହିଁକି ହତ୍ୟା କଲା ସେ ଉପରେ ତଦନ୍ତ ଜାର ରହିଛି। ତଦନ୍ତ ପରେ ହଁ ହତ୍ୟାର କାରଣ କହି ହେବ ବୋଲି ବୋଲି ଏସଡିପିଓ ରାଜ କିଶୋର ମିଶ୍ର କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।