ପଞ୍ଚାୟତ ନିର୍ବାଚନ ପୂର୍ବରୁ ହୋଇପାରେ ସର୍ବଦଳୀୟ ବୈଠକ; ପରେ ଘୋଷଣା ହେବ ନିର୍ବାଚନ ତାରିଖ

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୁର୍ବରୁ ପୁଣି ଥରେ ରାଜ୍ୟ ନିର୍ବାଚନ କମିଶନ ଡାକିବେ ସର୍ବଦଳୀୟ ବୈଠକ। ଏଥର ପଞ୍ଚାୟତ ନିର୍ବାଚନ ରେ ୨ କୋଟି ୬୩ ଲକ୍ଷ୍ୟ ଭୋଟର ହେବାର ସମ୍ଭାବନା ରହିଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ହୋଇପାରେ ସର୍ବଦଳୀୟ ବୈଠକ (ପ୍ରତୀକାତ୍ମକ ଛବି)

ପଞ୍ଚାୟତ ନିର୍ବାଚନ ପୂର୍ବରୁ ହୋଇପାରେ ସର୍ବଦଳୀୟ ବୈଠକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଜିଲ୍ଲାରେ ପ୍ରକାଶ ପାଇସାରିଥିବା ବେଳେ ଏମାସ ଶେଷକୁ ତାରିଖ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତାରିଖ ଘୋଷଣା ପୁର୍ବରୁ ପୁଣି ଥରେ ରାଜ୍ୟ ନିର୍ବାଚନ କମିଶନ ଡାକିବେ ସର୍ବଦଳୀୟ ବୈଠକ।। ଏଥର ପଞ୍ଚାୟତ ନିର୍ବାଚନ ରେ ୨ କୋଟି ୬୩ ଲକ୍ଷ୍ୟ ଭୋଟର ହେବାର ସମ୍ଭାବନା ରହିଛି।

"ପଞ୍ଚାୟତ ନିର୍ବାଚନ ନେଇ ଖୁବ ଶୀଘ୍ର ବସିବ ସର୍ବ ଦଳୀୟ ବୈଠକ। ବୈଠକ ପରେ ଘୋଷଣା ହେବ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ତାରିଖ। ଗତଥର ଅପେକ୍ଷା ଏଥର ବଢିଛି ଭୋଟରଙ୍କ ସଂଖ୍ୟା। କମିଛି ୱାର୍ଡ଼ ସଂଖ୍ୟା। ଏଥର ୯୧ ହଜାର ୯୧୩ ୱର୍ଡ଼ରେ ହେବ ଭୋଟ ଗ୍ରହଣ ହେବ। ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ଲକ୍ଷ ଥିବା ବେଳେ ଏଥର ୨ କୋଟି ୬୩ ଲକ୍ଷ ହେବା ସମ୍ଭାବନା ରହିଛି," କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଆର .ଏନ ସାହୁ।

ବିଜେପି ନେତା ପୄଥୀରାଜ ହରିଚନ୍ଦନ କହିଛନ୍ତି," ଗତ ସର୍ବଦଳୀୟ ବୈଠକରେ କୌଣସି କଥାକୁ ସରକାର ରଖିନାହାନ୍ତି। ବିରୋଧୀ ଦଳଙ୍କ ଯାହା ପ୍ରସ୍ତାବ ଥିଲା ସରକାର ତାକୁ ରକ୍ଷା କରିନାହାନ୍ତି। ବିଧି ରକ୍ଷା କରିବାକୁ ଯଦି ସର୍ବଦଳୀୟ ବୈଠକ ଡାକି ବସେଇଵେ ତାର କୌଣସି ମୂଲ୍ୟ ନାହିଁ। ସୁସ୍ଥ ଅବାଧ ନିର୍ବାଚନ କରିବାକୁ ଯଦି ଚାହୁଁଛନ୍ତି ତେବେ ଯେଉଁ ମତାମତ ସର୍ବଦଳୀୟ ବୈଠକରେ ଆସୁଛି ତାକୁ ଗ୍ରହଣ କରନ୍ତୁ "।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି," କଂଗ୍ରେସ ବି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ନିର୍ବାଚନ କମିଶନ କେବଳ ସର୍ବଦଳୀୟ ବୈଠକ ଡାକିଲେ ହେବନି ବିରୋଧୀ ଦଳଙ୍କ ମତାମତକୁ ବି ଗ୍ରହଣ କରିବାକୁ ପଡ଼ିବ।କମିଶନ ଏକପାଖିଆ ହୋଇ କାମ ନ କରନ୍ତୁ"।

ଏନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, "ସାରା ଭାରତ ବର୍ଷରେ ସୁଶାସନ ଓ ଜନକଲ୍ୟାଣ କରି ଯୋଜନା ପାଇଁ ଭାରତ ବର୍ଷରେ ଆକର୍ଷଣ ସୃଷ୍ଟି କରି ପାରିଛି। ଆମର ସଫଳତାକୁ ଅନ୍ୟ ରାଜ୍ୟ ଅନୁସରଣ କରୁଛନ୍ତି। ପଞ୍ଚୟତ ନିର୍ବାଚନ ପରି ତୃଣମୂଲ ନିର୍ବାଚନ ପାଇଁ ଲୋକଙ୍କ ପାଇଁ ଜନହିତକର ଯୋଜନା ପହଞ୍ଚିଛି। ଏହା ପ୍ରମାଣିତ ହୋଇଛି ଆଗକୁ ବି ପ୍ରମାଣିତ ହେବ"।

ଏଥର ମୋଟ୍ ୯୧ ହଜାର ୯୧୬ ଓ୍ୱାର୍ଡରେ ଓ୍ୱାର୍ଡ ମେମ୍ବର ନିର୍ବାଚନ ହେବ । ୬ ହଜାର ୭୯୪  ପଞ୍ଚାୟତରେ ସରପଞ୍ଚ ଓ ସମିତି ମେମ୍ବର ପାଇଁ ଭୋଟ ହେବ। ୮୫୩ଟି ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଭୋଟ ହେବ।
Published by:Soumya Das
First published:
)}