ଭାରତ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ; ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ସଫା କଲେ ଛାତ୍ରଛାତ୍ରୀ

ପୁରୀ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ କାର୍ଯ୍ୟ କରୁଛନ୍ତି ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ।

ଭାରତ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ; ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ସଫା କଲେ ଛାତ୍ରଛାତ୍ରୀ

ଭାରତ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ; ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ସଫା କଲେ ଛାତ୍ରଛାତ୍ରୀ

  • Share this:
News 18 Odia Digital

ପୁରୀ;  ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ କାର୍ଯ୍ୟ କରୁଛନ୍ତି ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ । ପ୍ରାୟ ଏକ ସପ୍ତାହ ହେବ ଏପରି ଭଲ କାମ କରୁଥିବାରୁ ଜନସାଧାରଣରେ ବେସ୍ ପ୍ରଶଂସା କରାଯାଉଛି ।



ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୫ ପଯ୍ୟନ୍ତ ଚାଲିବ । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି , ଭିଆଇପି ରୋଡରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ , ଝାଡେଶ୍ୱରୀ ଛକ ନିକଟରେ ଥିବା ସ୍ୱାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆ , ସମୁଦ୍ରକୂଳ ଥାନା ନିକଟରେ ଥିବା ଆଚାର୍ଯ୍ୟ ହରିହର, ଦିଗବାରେଣି ଛକରେ ଥିବା ସ୍ୱାମୀ ବିବେକାନନ୍ଦ ଓ ଷ୍ଟେସନ ରୋଡରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।



ଛାତ୍ରଛାତ୍ରୀଙ୍କୁ ପୂଜ୍ୟପୂଜା ପରମ୍ପରା ସହ ଅବଗତ କରି ସେମାନଙ୍କ ମନରେ ମହାପୁରୁଷ ମାନଙ୍କର ନୀତି ଓ ଆଦର୍ଶକୁ ଅନୁପ୍ରାଣିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଭାରତ ସ୍ୱତନ୍ତ୍ରତାର ୭୫ ତମର ଅମୃତ ମହୋତ୍ସବରେ ଏହା ହିଁ ଆମର ମହାପୁରୁଷଙ୍କ ପ୍ରତି ସମ୍ମାନର ବାର୍ତ୍ତା ବୋଲି କହିଛନ୍ତି ଶିଶୁମନ୍ଦିର ପ୍ରଧାନଚାର୍ଯ୍ୟ । ଏଥିସହ ଶିଶୁ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ଓ ବିକଳ୍ପ ବ୍ୟବସ୍ଥା ଗ୍ରହଣ ଅଭିଯାନ ମଧ୍ୟ କରାଯାଇଛି ।
Published by:Soubhagya Mishra
First published: