ବେଆଇନ ନିର୍ମାଣକାରୀ ସାବଧାନ: ଫେବୃଆରୀ ୫ରେ ସର୍ବକ୍ଷମା ଯୋଜନା ବନ୍ଦ ହେଉଛି; ହେବ କାର୍ଯ୍ୟାନୁଷ୍ଠାନ

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା । ‘‘ଏବେ ବି ସମୟ ଅଛି । ଯେଉଁମାନେ ଅବଧି ଭିତରେ ଆବେଦନ କରିବେ ସେମାନଙ୍କ ଆବେଦନକୁ ବିଚ଼ାର କରାଯିବ,’’ ସେ କହିଛନ୍ତି ।

ବେଆଇନ ନିର୍ମାଣକାରୀ ସାବଧାନ: ଫେବୃଆରୀ ୫ରେ ସର୍ବକ୍ଷମା ଯୋଜନା ବନ୍ଦ ହେଉଛି; ହେବ କାର୍ଯ୍ୟାନୁଷ୍ଠାନ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 24, 2020, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବେଆଇନ ନିର୍ମାଣକାରୀଙ୍କୁ ଆଉ କ୍ଷମା ମିଳିବନି । ଫେବୃଆରୀ ୫ ରେ ଆବେଦନ ଡ଼େଡ଼ଲାଇନ ସରୁଥିବାରୁ ବେଆଇନ ନିର୍ମାତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ଦୁଇ ଦୁଇ ଥର ସମୟ କୋହଳ କରିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ କଠୋର ହୋଇ ଫେବୃଆରୀ ୫ ତାରିଖ ପରେ ସର୍ବକ୍ଷମା ଯୋଜନାରେ ଆଉ କ୍ଷମା ମିଳିବନି ବୋଲି କହିଛି ।

ସହରାଞ୍ଚଳରେ କୌଣସି କାରଣରୁ କିଛି ବ୍ୟକ୍ତି ସରକାରଙ୍କ ଠାରୁ ଅନୁମୋଦନ ନ ନେଇ ବେଆଇନ ନିର୍ମାଣ କରିଛନ୍ତି । ଯେଉଁମାନେ ଏଭଳି କରିଛନ୍ତି କମ୍ପାଉଣ୍ଡିଂ ଫି, ପାର୍କିଂ ଫି ଓ ଫ୍ଳୋର ଏରିଆ ରେସିଓ ପରି ହିସାବ କରାଯାଇ ଜୋରିମାନା ଆଦାୟ କରିବା ପରେ ନିର୍ମାଣକୁ ଆଇନସମ୍ମତ କରିବାକୁ ସର୍ବକ୍ଷମା ଯୋଜନା କରାଯାଇଥିଲା । ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସି, ଗ୍ରାମାଞ୍ଚଳକୁ ବିଭକ୍ତ କରାଯାଇ ସରକାରୀ ଅନୁମୋଦନ ନ ଥିବା ବ୍ୟକ୍ତି ବିଶେଷଙ୍କୁ ସର୍ବକ୍ଷମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ମହାନଗର ନିଗମ ଅଞ୍ଚଳରେ ବାସ ଗୃହ ପାଇଁ ବର୍ଗ ମିଟର ବାବଦରେ ୧୦ ହଜାର ଟଙ୍କା ଓ ବ୍ୟାବସାୟିକ କୋଠା ପାଇଁ ୧୭ ହଜାର ଟଙ୍କା, ପୌରାଞ୍ଚଳରେ ବାସ ଗୃହ ପାଇଁ ୮ ହଜାର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ୧୫ ହଜାର, ଏନଏସିରେ ବାସ ଗୃହ ପାଇଁ ୬ ହଜାର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ୧୩ ହଜାର ଜୋରିମାନା ଧାର୍ଯ୍ୟ କରାଯାଇଥିଲା ।

୨୦୧୮  ଜୁନରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଆବେଦନକାରୀ କମ୍ ଥିବାରୁ ଅଗଷ୍ଟ ୨୦୧୯ରେ ପୁଣି ଥରେ ଯୋଜନାକୁ ୬ ମାସ ବଢାଇଥିଲେ ସରକାର । ତେବେ କଣ୍ଟ ସରିବାକୁ ଯାଉଥିବା ବେଳେ ଲୋକେ ଏବେ ବି ଉଦାସୀନ । ତେଣୁ ଆଉ ସମୟ ଦିଆନଯାଇ ଫେବୃଆରୀ ୫ ପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି ।

‘‘ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି । ଏବେବି ସମୟ ଅଛି ଯେଉଁମାନେ ଅବଧି ମଧ୍ୟରେ ଆବେଦନ କରିବେ ସେମାନଙ୍କ ଆବେଦନକୁ ବିଚାର କରାଯିବ। ଅବଧି ପୂରିବା ପରେ ଆଉ କ୍ଷମା ଦିଆଯିବ ନାହିଁ,’’ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଟାଉନ ପ୍ଳାନର ପିୟୁସ ରାଉତ କହିଛନ୍ତି ଯେ ଯଦି ପୂର୍ବରୁ ଠିକ ଭାବେ ତଦାରଖ କରାଯାଇଥା’ନ୍ତା ସର୍ବକ୍ଷମାର ଆବଶ୍ୟକ ପଡ଼ି ନ ଥାନ୍ତା । ‘‘ସବୁ ପରେ ବି ଯଦିଓ ସର୍ବକ୍ଷମା ଲାଗୁ ହୋଇଛି, ଜୋରିମାନା ନିୟମ କୋହଳ ହେଉନଥିବାରୁ ଲୋକେ ଆବେଦନ କରୁନାହାନ୍ତି । ସରକାର ଏବଂ ହିତାଧିକାରୀଙ୍କ ମଧ୍ୟରେ ଦୂରତା ରହୁଥିବାରୁ ଲୋକେ ସୁବିଧା ନେଇ ପାରୁନାହାନ୍ତି । ସେହିପରି ଅନେକ ଲୋକ ସର୍ବକ୍ଷମା ଯୋଜନା ସଂପର୍କରେ ସଚେତନ ନୁହଁନ୍ତି । ତେଣୁ ଲୋକଙ୍କୁ ଏ ବାବଦରେ ଅବଗତ କରାଯିବା ଆବଶ୍ୟକତା ଅଛି,’’ ସେ କହିଛନ୍ତି ।
First published: January 24, 2020, 6:54 PM IST
corona virus btn
corona virus btn
Loading