ଅପରାଜିତା ଷଢଙ୍ଗୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Bhubaneswar
News18 Odia Digital
ଭୁବନେଶ୍ୱର: ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ସରଗରମ ଓଡିଶା ମାଟି। ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ପାଇଁ ବିଜେପି ନେତା ବେଶ ଉତ୍ସାହିତ ଥିଲେ। କିନ୍ତୁ ଏହାରି ମଧ୍ୟରେ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ମହାନ୍ତି। ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀ, ପୋଲିସ ମହନିର୍ଦ୍ଦେଶକ, ଗୃହ ସଚିବ ବିମାନ ବନ୍ଦରରେ ଯୋଗ ଦେଇନଥିବାରୁ ତାଙ୍କୁ ଏହା ବାଧିଛି ବୋଲି କହିଛନ୍ତି ସାଂସଦ।
"ମୁଁ ୨୪ ବର୍ଷ ପ୍ରଶାସନିକ ଦାୟିତ୍ୱରେ ରହିଛି। ରୁଲ ବୁକ୍ ବାବଦରେ ଜାଣିଛି। ମୋତେ ପ୍ରୋଟୋକଲ ବି ଜଣା ଅଛି। ଗୃହ ମନ୍ତ୍ରୀ ଅମିତ ଶାହ ବିଳମ୍ବିତ ରାତିରେ ଆସିଲେ। ରାଜ୍ୟ ସରକାରଙ୍କ ରୁଲ୍ ବୁକ୍ ଅନୁସାରେ ଗୃହ ମନ୍ତ୍ରୀ, ପୋଲିସ ମହନିର୍ଦ୍ଦେଶକ, ଗୃହ ସଚିବ ବିମାନ ବନ୍ଦରରେ ଉପସ୍ଥିତ ରହିବା କଥା। ସେମାନେ କେହି ନଥିଲେ। କେବଳ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିଲେ,"କହିଛନ୍ତି ଅପରାଜିତା ଷଢଙ୍ଗୀ।
ସାଂସଦ କହିଛନ୍ତି ଯେ ଏହା ଆମକୁ ବହୁତ୍ ବାଧିଛି। ମୁଁ ଏ ନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ପଚାରି ଥିଲି। କିନ୍ତୁ ତାଙ୍କ ପାଖରେ ଉତ୍ତର ନଥିଲା। ଏହା ମୋତେ ଭଲ ଲାଗିଲା ନାହିଁ। ଠିକ୍ ସମୟରେ କୁହାଯିବ। ଏ ନେଇ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।